ଚୀନକୁ ଠକିଦେଲା ପାକିସ୍ତାନ, ସୁରକ୍ଷା ନୁହେଁ ସଂସ୍କୃତି ପାଇଁ ବ୍ୟାନ କରିଦେଲା ଟିକଟକ୍
Advertisement

ଚୀନକୁ ଠକିଦେଲା ପାକିସ୍ତାନ, ସୁରକ୍ଷା ନୁହେଁ ସଂସ୍କୃତି ପାଇଁ ବ୍ୟାନ କରିଦେଲା ଟିକଟକ୍

ଯଦି ଟିକଟକ୍ ଏହାର ବିଷୟବସ୍ତୁରେ ଉନ୍ନତି ଆଣେ, ତାହେଲେ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ଉପରେ ପୁନର୍ବିଚାର କରିବେ । 

ଚୀନକୁ ଠକିଦେଲା ପାକିସ୍ତାନ, ସୁରକ୍ଷା ନୁହେଁ ସଂସ୍କୃତି ପାଇଁ ବ୍ୟାନ କରିଦେଲା ଟିକଟକ୍

ନୂଆଦିଲ୍ଲୀ: ପାକିସ୍ତାନ (Pakistan) କୁ କୋଳରେ ବସାଇଥିବା (China) କୁ  ଲାଗିଛି ଶକ୍ତ ଝଟକା । ସୋସିଆଲ ମିଡିଆ ଆପ (Social Media App) ଟିକଟକ (Tiktok) ଉପରେ ପ୍ରତିବନ୍ଧକ ଲଗାଇବାକୁ ନେଇ ଭାରତ (India) ଉପରେ କ୍ରୋଧାନିତ୍ୱ ହୋଇ ପଡିଥିବା ଚୀନକୁ ଚୂନ ଲଗାଇଦେଇଛି ପାକିସ୍ତାନ । ଏହିକ୍ରମରେ ଦେଶର ସଂସ୍କୃତିକୁ (Pakistani Culture) ରକ୍ଷା କରିବାକୁ ଯାଇ ଟିକଟକକୁ ଦେଶରେ ବ୍ୟାନ କରି ଦେଇଛନ୍ତି ପାକିସ୍ତାନ ସରକାର । ବର୍ତ୍ତମାନ ଦେଖିବାକୁ ବାକି ରହିଲା ଏ ପ୍ରସଙ୍ଗରେ ଚୀନ ସରକାରଙ୍କ ଆଭିମୁଖ୍ୟ କ'ଣ ରହୁଛି । 

ଦେଶରେ ଟିକଟକ ବ୍ୟାନ କରିବାକୁ ନେଇ ଚୀନକୁ ପରୋକ୍ଷରେ ଏକ ବାର୍ତ୍ତା ଦେଇଛି ପାକିସ୍ତାନ ଟେଲିକମ ଅଥୋରିଟି (Pakistan Telecom Authority)। ଏନେଇ କୁହାଯାଇଛି ଦେଶର ସୁରକ୍ଷା (Pakistan National Security) ପାଇଁ ନୁହେଁ ବରଂ ସଂସ୍କୃତିର ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଯଦି ଟିକଟକ୍ ଏହାର ବିଷୟବସ୍ତୁରେ (Tiktok Content) ଉନ୍ନତି ଆଣେ, ତାହେଲେ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ଉପରେ ପୁନର୍ବିଚାର କରିବେ । 

ଇଣ୍ଟରନେଟରେ ଉପଲବ୍ଧ ହେଉଥିବା ବେଆଇନ ବିଷୟବସ୍ତୁ ବିରୋଧରେ ଏହି ପଦକ୍ଷେପ ନିଆଯାଇଛି ।  ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ଚୀନୀ ଭିତ୍ତିକ ସୋସିଆଲ ମିଡିଆ ଆପ (Chinese Social Media App) ଟିକଟକ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏନେଇ ପାକିସ୍ତାନୀ ଗଣମାଧ୍ୟମ (Pakistani Media) ପକ୍ଷରୁ କୁହାଯାଇଛି ଅନଲାଇନରେ ଉପଲବ୍ଧ ହେଉଥିବା ବିଷୟବସ୍ତୁକୁ ରୋକିବା ପାଇଁ ଟିକଟକ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ।  ଯେଉଁଥିପାଇଁ ଏହି କାର୍ଯ୍ୟକୁ ବାଧ୍ୟତାମୂଳକ କରିବାକୁ ପଡିଛି । ଦେଶରେ ଅଶ୍ଳୀଳ ଭିଡିଓ (Pornography) ବିସ୍ତାର ଉପରେ କଟକଣା ଜାରି କରିବାକୁ ଯାଇ ପାକିସ୍ତାନ ସରକାର ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ଅନ୍ୟପଟେ ପାକିସ୍ତାନର ସୂଚନା ମନ୍ତ୍ରୀ (Pakistan Information Minister) ଶିବଲି ଫରାଜ (Shibli Faraz) ଏକ ସାକ୍ଷାତକାରରେ ଦାବି କରିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (PM Imran Khan) ମଧ୍ୟ ଟିକଟକ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚାହୁଁଛନ୍ତି । ଅନ୍ୟ କୌଣସି କାରଣରୁ ନୁହେଁ ବରଂ ଦେଶର ସଂସ୍କୃତିର ସୁରକ୍ଷା ପାଇଁ ଏଭଳି କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି ।