ପାକିସ୍ତାନରେ ଏକା ଥରକେ ୫୯ ଟଙ୍କା ବଢ଼ିଲା ପେଟ୍ରୋଲ , ପେଟ୍ରୋଲ ୨୩୩ ଟଙ୍କା ଓ ଡିଜେଲ ୨୬୩.୩୧ ଟଙ୍କା
Advertisement
Article Detail0/zeeodisha/odisha1221911

ପାକିସ୍ତାନରେ ଏକା ଥରକେ ୫୯ ଟଙ୍କା ବଢ଼ିଲା ପେଟ୍ରୋଲ , ପେଟ୍ରୋଲ ୨୩୩ ଟଙ୍କା ଓ ଡିଜେଲ ୨୬୩.୩୧ ଟଙ୍କା

Pakistan petrol Price - ପାକିସ୍ତାନର ଆର୍ଥିକ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି l ବର୍ତ୍ତମାନ ପାକିସ୍ତାନରେ ପେଟ୍ରୋଲ ଦର ଲିଟର ପିଛା ୨୩୩ ଟଙ୍କା ହୋଇଯାଇଥିବା ଖବର ମିଳିଛି lଯଦି ଏହି ଭଳି ପରିସ୍ଥିତି ଆଗକୁ ଏହି ଭଳି ଜାରି ରହେ, ତେବେ ପାକିସ୍ତାନ ଦେବାଳିଆ ସ୍ଥିତି ହେବାର ଯଥେଷ୍ଟ ସମ୍ଭାବନା ରହିଛି l ଯାହାକି ପଡୋଶୀ ଦେଶ ହିସାବରେ ଭାରତ ଉପରେ ପ୍ରଭାବ ପଡ଼ିବାର ମଧ୍ୟ ସମ୍ଭାବନା ରହିଛି l 

ପାକିସ୍ତାନରେ ଏକା ଥରକେ ୫୯ ଟଙ୍କା ବଢ଼ିଲା ପେଟ୍ରୋଲ , ପେଟ୍ରୋଲ ୨୩୩ ଟଙ୍କା ଓ ଡିଜେଲ ୨୬୩.୩୧ ଟଙ୍କା

ପାକିସ୍ତାନରେ ରେକର୍ଡ ସ୍ତରରେ  ପେଟ୍ରୋଲ ଏକା ଥରକେ ୫୯ ଟଙ୍କା ବଢିବାର ଆଗରୁ ଇତିହାସରେ ଏହି ଭଳି କେବେ ଦେଖିବାକୁ ମିଳିନଥିଲା l ତେଣୁ ହଠାତ ଏହି ଭଳି ଭାବରେ ସରକାର ନିଷ୍ପତି ନେବା ପରେ ସାରା ଦେଶରେ ଜନତାଙ୍କ ମନରେ ନିଆଁ ଲାଗିଗଲା ଭଳି ସମସ୍ୟା ସୃଷ୍ଟି ହୋଇଛି l ତେବେ ଏହି ସ୍ଥିତିକୁ ପାକିସ୍ତାନର ସାହାବଜ଼ ସରକାର ଇମ୍ରାନ ସରକାର ଉପରେ ଦୋଷ ଲଦି ଦେଇଛି l କିନ୍ତୁ ପାକିସ୍ତାନର ଅର୍ଥନୀତି ଅବସ୍ଥା ଯେଉଁ ଭଳି ଭାବରେ ଗତି କରୁଛି ,ଏହି ନିଷ୍ପତି ପରେ ଖାଇବା ସାମଗ୍ରୀ ଠାରୁ ଆରମ୍ଭ କରି ପ୍ରତ୍ୟକ ଆବଶ୍ୟକୀୟ ସାମଗ୍ରୀର ଦରଦାମ ଆକାଶ ଛୁଆଁ  ହୋଇଯିବ l 

ସୂଚନା ମୁତାବକ ସାରା ଦେଶରେ କିରୋସିନ ଠାରୁ ଆରମ୍ଭ କରି ଲାଇଟ ଡିଜେଲ ପର୍ଯ୍ୟନ୍ତ ସମସ୍ତ ପେଟ୍ରୋଲିୟମ ପଦାର୍ଥ ଉପରେ ଅଚାନକ ଦର ବଢିଯାଇଛି l ପାକିସ୍ତାନରେ ବର୍ତମାନ ଡିଜେଲର ଲିଟର ପିଛା ମୂଲ୍ୟ ୨୬୩.୩୧ ଟଙ୍କାରେ ପହଂଚିଛି l ପାକିସ୍ତାନର ପେଟ୍ରୋଲିୟମ ଗୃହ ରାଜ୍ୟ ମନ୍ତ୍ରୀ ମୁସଦ୍ଦାକ ମଲ୍ଲିକ କହିଛନ୍ତି ଯେ ଇମ୍ରାନ ଖାନଙ୍କ ନୀତି ଯୋଗୁଁ ଅର୍ଥବ୍ୟବସ୍ଥା ଖରାପ ହୋଇଯାଇଛି l ଇମ୍ରାନ ସରକାର ଜାଣିଶୁଣି ପେଟ୍ରୋଲରେ ଅଧିକ ସବସିଡି ଦେଉଥିଲେ l ଯାହାକୁ ବର୍ତ୍ତମାନ ସରକାର ଓ ଦେଶବାସି ଏହାର ପରିଣାମ  ଭୋଗିବାକୁ ବାଧ୍ୟ୍ୟ ହେଇଉଛି l ଆଗକୁ ଆହୁରି ଭୟଙ୍କର ସ୍ଥିତି ରହିଛି ଏହାକୁ ଦେଖି ସରକାର କଡା ଅଭମୂଲ୍ୟ ଗ୍ରହଣ କରିଛନ୍ତି ବୋଲି ପାକିସ୍ତାନର ଗୃହ ରାଜ୍ୟ ମନ୍ତ୍ରୀ  ଶ୍ରୀ ମଲ୍ଲିକ କହିଛନ୍ତି l 

ତେବେ ବିଭିନ୍ନ ଅର୍ଥନିତୀଜ୍ଞ ମାନେ ଯାହା ଗଣାମାଧ୍ୟମରେ ଯାହା ଆଲୋଚନା କରୁଛନ୍ତି ,ଯେ ଗତ ମେ ମାସରେ ପାକିସ୍ତାନ ସରକାର 120 ଆରବ କୋଟି ଖାଲି ତେଲ ବାବଦକୁ କ୍ଷତି ସହିଛି l ଆଗକୁ ଶ୍ରୀଲଙ୍କା ପରିସ୍ଥିତି ନହେବା ପାଇଁ ସରକାର ଏହି  ପଦକ୍ଷେପ ନେଇଛନ୍ତି l ଯଦି ଏହି ଭଳି ପରିସ୍ଥିତି ଆସେ ତେବେ ,ଖାସ କରି ଭାରତ ଭଳି ପଡୋଶୀ ଦେଶ ଉପରେ ବେଶୀ ପ୍ରଭାବ ପଡିପାରେ l ଯଦି ଟ୍ରେଡିଂ କଥା କହିବା ଶ୍ରୀଲଙ୍କା ଠାରୁ ପାକିସ୍ତାନର ଭାରତ ପାଇଁ ସମ୍ପୂର୍ଣ ଭିନ୍ନ ଅଟେ l  କାରଣ ପାକିସ୍ତାନ ଦେଇ ଭାରତ ଆନେକ ଦେଶକୁ ଡାଇରେକ୍ଟ ଟ୍ରେଡିଂ କରିଥାଏ  l