କାନପୁରର ଗ୍ୱାଲଟୋଲି ପୋଲିସ ଷ୍ଟେସନ ଅଞ୍ଚଳରେ ଏସିପି କର୍ଣ୍ଣେଲଗଞ୍ଜ ତ୍ରିପୁରାରୀ ପାଣ୍ଡେ ଜଣେ ଯୁବକଙ୍କୁ ପାଞ୍ଚ ସେକେଣ୍ଡରେ ପାଞ୍ଚ ଚାପୁଡ଼ା ମାରିବା ମାମଲା ବର୍ତ୍ତମାନ ଖବରର ହେଡଲାଇନରେ ରହିଛି ।
Trending Photos
ନୂଆଦିଲ୍ଲୀ: ଝିଅମାନଙ୍କ ସୁରକ୍ଷା ପାଇଁ ୟୁପି ଯୋଗୀ ଆଦିତ୍ୟନାଥ ସରକାରଙ୍କ (Yogi Adityanath Government) ଦ୍ୱାରା ପରିଚାଳିତ ଆଣ୍ଟି ରୋମିଓ ସ୍କ୍ୱାଡର (Anti Romeo squads) ପ୍ରଭାବ ଦୃଶ୍ୟମାନ ହେଉଛି । ଏହି ସମୟରେ, କାନପୁରର ଗ୍ୱାଲଟୋଲି ପୋଲିସ ଷ୍ଟେସନ ଅଞ୍ଚଳରେ ଏସିପି କର୍ଣ୍ଣେଲଗଞ୍ଜ ତ୍ରିପୁରାରୀ ପାଣ୍ଡେଙ୍କୁ (ACP Tripurari Pandey) ଅସଦାଚରଣ ଏକ ଅଭିଯୋଗ ମିଳିବା ପରେ ସେ ଅଭିଯୁକ୍ତଙ୍କୁ ପାଞ୍ଚ ସେକେଣ୍ଡରେ ପାଞ୍ଚ ଚାପୁଡ଼ା ମାରିବା ମାମଲା ସାମ୍ନାକୁ ଆସିଛି । କେବଳ ଏତିକି ନୁହେଁ ସୋସିଆଲ ମିଡିଆରେ ଏହି ଘଟଣାର ଏକ ଭିଡିଓ ଜୋରଦାର ଭାଇରାଲ ହେବାରେ ଲାଗିଛି ।
ବାସ୍ତବରେ, କାନପୁରର ଗ୍ୱାଲଟୋଲି ପୋଲିସ୍ ଷ୍ଟେସନ ଅନ୍ତର୍ଗତ ରାନିଗଞ୍ଜର ଜଣେ ବାସିନ୍ଦା ଏସିପି କର୍ଣ୍ଣେଲଗଞ୍ଜ ତ୍ରିପୁରାରୀ ପାଣ୍ଡେଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ ସେହି ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ଝିଅକୁ ବାରମ୍ବାର ଅସଦାଚରଣ କରୁଛି । ଏହି ମାମଲାରେ ଅଭିଯୋଗକାରୀ କହିଛନ୍ତି ଯେ ଅଭିଯୁକ୍ତଙ୍କ ଘରେ ମଧ୍ୟ ସେ ଅଭିଯୋଗ କରିଛନ୍ତି, କିନ୍ତୁ ଏହା ସତ୍ତ୍ୱେ ସେ ଝିଅ ପଛରେ ପଡିଛନ୍ତି । କେବଳ ଏତିକି ନୁହେଁ, ସେ କହିଥିଲେ ଯେ ସେ ତାଙ୍କ ଝିଅର ଜୀବନକୁ ନଷ୍ଟ କରିଦେଇଛନ୍ତି ।
ଅଭିଯୋଗ ମିଳିବା ପରେ ତୁରନ୍ତ ଆକ୍ସନ
ଏହି ମାମଲାରେ ଅଭିଯୋଗ ପାଇବା ପରେ ଏସିପି ତ୍ରିପୁରାରୀ ପାଣ୍ଡେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ସମୟରେ କାରଟିକୁ ରାସ୍ତା ପାର୍ଶ୍ୱରେ ପାର୍କିଂ କରି ସେହି ବ୍ୟକ୍ତିଙ୍କ ଆଗମନକୁ ଅପେକ୍ଷା କରିଥିଲେ । କିଛି ସମୟ ପରେ ସେ ଯୁବକ ମଧ୍ୟ ଆସି ସେଠାରେ ଠିଆ ହୋଇଥିଲା ଏବଂ ନିଜ ଘରୁ ବାହାରି ଛାତ୍ରୀ ଜଣକ ରାସ୍ତାକୁ ଆସିବା ମାତ୍ରେ ଯୁବକ ଜଣକ ତାଙ୍କୁ ଅସଦାଚରଣ କରିବା ଆରମ୍ଭ କରିଥିଲା । ଏହା ଦେଖି ଏସିପି କ୍ରୋଧିତ ହୋଇଯାଇଥିଲେ ଏବଂ ପାଞ୍ଚ ସେକେଣ୍ଡରେ ସେ ଗୋଟିଏ ପରେ ଗୋଟିଏ ପାଞ୍ଚଟି ବ୍ରହ୍ମ ଚାପୁଡ଼ା ମାରିଥିଲେ । ସୂଚନା ଅନୁଯାୟୀ, ଯୁବକଙ୍କ ନାମ ୱାସିମ୍ ।
ଭିଡ଼ିଓ ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ
କେବଳ ଏତିକି ନୁହେଁ, ଏହା ପରେ ଏସିପି ଆଞ୍ଚଳିକ ପୋଲିସ ଷ୍ଟେସନ ଗ୍ୱାଲଟୋଲି ପୋଲିସକୁ ଡାକି ଅଭିଯୁକ୍ତକୁ ଗିରଫ କରିଥିଲା । ଏଥି ସହିତ, ଏହି ମାମଲାରେ ଅଭିଯୋଗକାରୀଙ୍କ ଦ୍ୱାରା କୌଣସି ଲିଖିତ ଅଭିଯୋଗ ଦିଆଯାଇ ନାହିଁ । ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଜେଲକୁ ପଠାଇ ଦେଇଛି । ଏହା ବ୍ୟତୀତ ସେହି ଯୁବକ ଠାରୁ ମୁକ୍ତି ପାଇଥିବା ଛାତ୍ରି ଜଣକ ପୋଲିସଙ୍କୁ ଧନ୍ୟବାଦ ଜଣାଇଛନ୍ତି । କହି ରଖୁଛୁ ଯେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ସିଏମ୍ ଯୋଗୀ ପୁଣିଥରେ ୟୁପିରେ ରୋମିଓ ସ୍କ୍ୱାର୍ଡକୁ ଆକ୍ଟିଭ କରିଛନ୍ତି ।
ଏହା ବି ପଢ଼ନ୍ତୁ: ମୋଦି ସରକାରଙ୍କ ବଡ଼ ଘୋଷଣା; ଘରୋଇ ହସ୍ପିଟାଲକୁ ଯାଇ ଲଗାଇ ପାରିବେ କୋରୋନାର ବୁଷ୍ଟର୍ ଡୋଜ୍
ଏହା ବି ପଢ଼ନ୍ତୁ: ଋଷ ଯେପରି ୟୁକ୍ରେନରେ କଲା, ସେହିପରି ଭାରତରେ ପୁନରାବୃତ୍ତି କରିପାରେ ଚୀନ: ରାହୁଲ