ପାଣି ସମସ୍ୟା ବଢାଇଛି ଚିନ୍ତା; ଆଲାର୍ମ ଲଗାଇ ଶୋଉଛନ୍ତି ଲୋକେ
Advertisement

ପାଣି ସମସ୍ୟା ବଢାଇଛି ଚିନ୍ତା; ଆଲାର୍ମ ଲଗାଇ ଶୋଉଛନ୍ତି ଲୋକେ

ପାନୀୟ ଜଳ ଯୋଗାଣ ନେଇ  ସରକାରଙ୍କ ପକ୍ଷରୁ କରାଯାଉଥିବା ଦାବି ବିପରୀତ ଦୃଶ୍ୟ ଦେଖିବାକୁ ମିଳୁଛି। 

ପାଣି ସମସ୍ୟା ବଢାଇଛି ଚିନ୍ତା; ଆଲାର୍ମ ଲଗାଇ ଶୋଉଛନ୍ତି ଲୋକେ

Delhi Water Scarcity: ଗ୍ରୀଷ୍ମ ପ୍ରବାହ ବଢିବା ସହ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବୃଦ୍ଧି ପାଇବାରେ ଲାଗିଛି  ଜଳ ସଙ୍କଟ। କେଉଁଠି ପାଣି ଆସୁନି ଆଉ କେଉଁଠି ରାତି ଅଧରେ ପାଣି ନଳରେ ଦେଖାଯାଉଛି। କ୍ଲଷ୍ଟର ଠାରୁ ଆରମ୍ଭ କରି ଆବାସିକ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ସମସ୍ୟା। 

ଯଦି କିଏ ଦିଲ୍ଲୀରେ ପାଣି ପିଇବାକୁ ଚାହୁଁଛନ୍ତି ତାହେଲେ ତାଙ୍କୁ ଆଲାର୍ମ ଲଗାଇବାକୁ ହେବ! ଏକଥା ପଢିବା ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ହେଲେ ଆମେ ଆପଣଙ୍କୁ ଭୟଭୀତ କରୁନାହୁଁ। କିନ୍ତୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ  ମହାନଗରୀରେ ସୃଷ୍ଟି ହୋଇଥିବା ଜଳସଂକଟ ବାବଦରେ ଅବଗତ କରୁଛୁ। ଦେଶରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବା ସହିତ ଦିଲ୍ଲୀର ଲୋକଙ୍କ ଗଳା ଶୁଖିବା ଆରମ୍ଭ କରିଛି। ଆକାଶରୁ ନିଆଁ ଲାଗିବା ମାତ୍ରେ ନଳରୁ ପାଣି ଅଦୃଶ୍ୟ ହୋଇଯାଉଛି। 

ପାନୀୟ ଜଳ ଯୋଗାଣ ନେଇ  ସରକାରଙ୍କ ପକ୍ଷରୁ କରାଯାଉଥିବା ଦାବି ବିପରୀତ ଦୃଶ୍ୟ ଦେଖିବାକୁ ମିଳୁଛି। କେତେବେଳେ କେତେ ଘଣ୍ଟା ପାଇଁ ଆଉ ଅନ୍ୟ କେତେବେଳେ ୨-୩ ଦିନ ପାଇଁ ନଳରୁ ଗାଏବ ହୋଇଯାଉଛି ପାଣି। ଜଳ ସଂକଟ ଲୋକଙ୍କ ନିଦ ହଜାଇ ଦେଇଛି। ପାଣି ପାଇବା ପାଇଁ କେତେକ ସ୍ଥାନରେ ଲୋକଙ୍କୁ ପାଣି ଟ୍ୟାଙ୍କର ଲାଗି  ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି।

Also Read: ପାଣି ସମସ୍ୟା ବଢାଇଛି ଚିନ୍ତା; ଆଲାର୍ମ ଲଗାଇ ଶୋଉଛନ୍ତି ଲୋକେ 

ପୂର୍ବ ଦିଲ୍ଲୀ ଅଞ୍ଚଳରେ ଜଳ ସଙ୍କଟ ଭଳି ସମସ୍ୟ ବର୍ତ୍ତମାନ ସ୍ଥାୟୀ ହୋଇଯାଇଛି। ବିଗତ ଅନେକ ବର୍ଷ ଧରି ଏଠାରେ ଏହି ସମସ୍ୟା ଲାଗି ରହିଛି। ହଜାର ହଜାର ଅଭିଯୋଗ ସତ୍ତ୍ୱେ ଏଠାରେ ଜଳ ସମସ୍ୟାର ସମାଧାନ ହୋଇନାହିଁ। ବର୍ତ୍ତମାନ ପରିସ୍ଥିତି ଏପରି ଯେ ଏଠାକାର ବାସିନ୍ଦା ଜଳ ଅଭାବ ସହ ବାଧ୍ୟବାଧକତାରେ ବଞ୍ଚିବା ଶିଖି ଯାଇଛନ୍ତି। ଲମ୍ବା ଧାଡି, ଅନେକ ଘଣ୍ଟାର ଅପେକ୍ଷା, ଝଗଡା ପରେ ସେମାନଙ୍କୁ ପାଣି ମିଳୁଛି। 

ସେହିପରି ଉତ୍ତର ଦିଲ୍ଲୀସ୍ଥିତ ନ୍ୟୁ ଗୁପ୍ତା କଲୋନୀ ଅଞ୍ଚଳରେ ନଳରେ ପାଣି ଆସେ ନାହିଁ କିମ୍ବା ଏଠାରେ ଦିଲ୍ଲୀ ଜଲ୍ ବୋର୍ଡ ଟ୍ୟାଙ୍କର୍ ପହଞ୍ଚିପାରେ ନାହିଁ। ଅଧିକାଂଶ ମଧ୍ୟବିତ୍ତ ପରିବାର ଏହି ଅଞ୍ଚଳରେ ବାସ କରନ୍ତି। ହେଲେ ପାନୀୟ ଜଳ ପାଇଁ ବଜାରରେ ଏକ ବଡ ମୂଲ୍ୟ ଦେବାକୁ ପଡିଥାଏ। ଏଠାରେ ରହୁଥିବା ଲୋକଙ୍କ ଘରେ ପାଣି ଆସିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ନାହିଁ। କେତେବେଳେ ରାତି ଦୁଇଟା ବେଳେ ଆଉ କେତେବେଳେ ଚାରିଟା ବେଳେ ପାଣି ଆସିଥାଏ।ଯେଉଁଥିପାଇଁ ପ୍ରତ୍ୟେକ ପରିବାରର କୌଣସି ନା କୌଣସି ସଦସ୍ୟ ରାତିରେ ପାଣି ପାଇଁ ଅପେକ୍ଷା କରିଥାନ୍ତି। ଅନେକ ସମୟରେ ଲୋକଙ୍କୁ ପାଣି ବିନା ୨-୩ ଦିନ ବିତାଇବାକୁ ପଡେ। ବର୍ତ୍ତମାନ ଅବସ୍ଥା ଏପରି ଯେ ବର୍ତ୍ତମାନ ପାଣି ଭରିବା ଲାଗି ଲୋକଙ୍କୁ ରାତି ସମୟରେ ଜାଗ୍ରତ ରହିବାକୁ ପଡୁଛି। 

Also Read: ଦିଲ୍ଲୀ ସମ୍ଭାଳି ନପାରିଲେ ଆମକୁ ଦେଇ ଦିଅ: ମୁଖ୍ୟମନ୍ତ୍ରୀ ଖଟ୍ଟର

କେବଳ ନ୍ୟୁ ଗୁପ୍ତା କଲୋନୀ ନୁହେଁ ବସନ୍ତକୁଞ୍ଜ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି ଏପରି ସମସ୍ୟା। ପାଣି ଠିକ ସମୟରେ ନ ଆସିବା କାରଣରୁ ଏଠାକାର ଲୋକଙ୍କ ଦୈନନ୍ଦିନ ଜୀବନଶୈଳୀ ମଧ୍ୟ ପ୍ରଭାବିତ ହେଉଛି। ବେଶ ମୋଟାଅଙ୍କର ଅର୍ଥ ଖର୍ଚ୍ଚ କରି ଏଠାକାର ଲୋକ ବାହାରୁ ପାଣି ମଗାଉଛନ୍ତି। ଏଠାରେ ସ୍ଥିତି ଏପରି ଉପୁଜିଛି ଯେ ଘରର ପାଣି ଟାଙ୍କି ମଧ୍ୟ ଭରି ହେଉନାହିଁ। ପର୍ଯ୍ୟାପ୍ତ ଜଳ ଯୋଗାଣ ନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ କରାଯାଉଥିବା ଦାବି କେତେ ଫଳପ୍ରଦ ହୋଇଛି ତାହାର ବର୍ତ୍ତମାନ ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଜଳସଂକଟ ସମସ୍ୟାରୁ ଜଣାପଡୁଛି।