ଦିଲ୍ଲୀ ସମ୍ଭାଳି ନପାରିଲେ ଆମକୁ ଦେଇ ଦିଅ: ମୁଖ୍ୟମନ୍ତ୍ରୀ ଖଟ୍ଟର
Advertisement
Article Detail0/zeeodisha/odisha942675

ଦିଲ୍ଲୀ ସମ୍ଭାଳି ନପାରିଲେ ଆମକୁ ଦେଇ ଦିଅ: ମୁଖ୍ୟମନ୍ତ୍ରୀ ଖଟ୍ଟର

ଯଦି ଅରବିନ୍ଦ କେଜ୍ରିୱାଲଙ୍କ ପାଖରେ ଦିଲ୍ଲୀକୁ ସମ୍ଭାଳିବାକୁ ତାକତ ନାହିଁ ତାହେଲେ ଆମକୁ ଦେଇ ଦିଅ ବୋଲି କହିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ଖଟ୍ଟର।  

ଦିଲ୍ଲୀ ସମ୍ଭାଳି ନପାରିଲେ ଆମକୁ ଦେଇ ଦିଅ: ମୁଖ୍ୟମନ୍ତ୍ରୀ ଖଟ୍ଟର

ନୂଆଦିଲ୍ଲୀ: ଜଳ ସଂକଟକୁ ନେଇ ମୁହାଁମୁହିଁ ହୋଇଛନ୍ତି ଉଭୟ ହରିୟାଣା-ଦିଲ୍ଲୀ ସରକାର। ରାଜ୍ୟରେ ସୃଷ୍ଟି ହୋଇଥିବା ପାଣି ସମସ୍ୟାକୁ ନେଇ ଦିଲ୍ଲୀ ଜଳ ବୋର୍ଡ ଅଧ୍ୟକ୍ଷ ତଥା ଆପ ବିଧାୟକ ରାଘବ ଚଢାଙ୍କ ପକ୍ଷରୁ ଅଣାଯାଇଥିବା ଅଭିଯୋଗକୁ  ଭିତ୍ତିହୀନ ବୋଲି କହିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର।

ବିଜ୍ଞାପନ ମାଧ୍ୟମରେ ନିଜ ଛବି ସୁଧାରିବାକୁ ଚେଷ୍ଟା କରୁଥିବା କେଜ୍ରିୱାଲ ସରକାରକୁ ଟାର୍ଗେଟ କରି ହରିୟାଣା ମୁଖ୍ୟମନ୍ତ୍ରୀ () ମନୋହର ଲାଲ ଖଟ୍ଟର କହିଛନ୍ତି ନିଜର ପ୍ରଂଶସା ଏବଂ ପ୍ରଚାର ପ୍ରସାର କରିବାକୁ ଅରବିନ୍ଦ କେଜ୍ରିୱାଲଙ୍କ ଅଭ୍ୟାସ ରହିଛି।  ଆମେ ସୁପ୍ରିମ କୋର୍ଟଙ୍କ ଆଦେଶ କ୍ରମେ ଦିଲ୍ଲୀକୁ ପାଣି ପ୍ରଦାନ କରୁଛୁ। ପଡୋଶୀ ରାଜ୍ୟ ଭାଗରେ ପଡୁଥିବା ଗୋଟିଏ ବୁନ୍ଦା ପାଣି ଆମେ ଅଟକାଇ ରଖିନାହୁଁ। ପାନୀୟ ଜଳ ଲାଗି ଦିଲ୍ଲୀ ଅପେକ୍ଷା ଆମକୁ ଦେଢଗୁଣା ଅଧିକ ପାଣି ଆବଶ୍ୟକ। ତଥାପି ଆମେ ସେମାନଙ୍କୁ ପାଣି ଦେଉଛୁ।

Also Read: କେଜ୍ରିୱାଲ ସରକାରଙ୍କ ଆଦେଶକୁ ପଲଟିଲେ ଉପରାଜ୍ୟପାଳ, ଏବେ ଦିଲ୍ଲୀରେ ହେବ ସମସ୍ତଙ୍କ ଚିକିତ୍ସା

ଦିଲ୍ଲୀରେ ସୃଷ୍ଟି ହେଉଥିବା ସବୁ ସସମ୍ୟା ଲାଗି ହରିୟାଣାକୁ ଦାୟୀ କରିଥାନ୍ତି ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀରେ ହେଉଥିବା ପ୍ରଦୂଷଣ ପାଇଁ ହରିୟାଣା ଦାୟୀ ହୋଇଥାଏ। ଯେତେବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପାଖରେ କୌଣସି ତର୍କସଙ୍ଗତ କାରଣ ନଥାଏ ସେ ହରିୟାଣା ସରକାରଙ୍କୁ ଦାୟୀ କରିଥାନ୍ତି। ଯଦି ଅରବିନ୍ଦ କେଜ୍ରିୱାଲଙ୍କ ପାଖରେ ଦିଲ୍ଲୀକୁ ସମ୍ଭାଳିବାକୁ ତାକତ ନାହିଁ ତାହେଲେ ଆମକୁ ଦେଇ ଦିଅ ବୋଲି କହିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ଖଟ୍ଟର।    

କୋରୋନା ମହାମାରୀର ଦ୍ୱିତୀୟ ଲହର ବେଳେ ଦିଲ୍ଲୀରେ ସୃଷ୍ଟି ହୋଇଥିବା କୃତ୍ରିମ ଅମ୍ଲଜାନ ଚାହିଦା ଘଟଣା କଥା ମନେପକାଇ ମୁଖ୍ୟମନ୍ତ୍ରୀ ଖଟ୍ଟର କହିଛନ୍ତି ଏ ଘଟଣାରେ କେଜ୍ରିୱାଲ ଆମ ବିରୁଦ୍ଧରେ ଆମକୁ ଦୋଷାରୋପ କରିବାକୁ ପଛାଇନଥିଲେ। ଦିଲ୍ଲୀ ଭାଗରେ ୭୦୦ ମେଟ୍ରିକ ଟନ ଅମ୍ଳଜାନ ଆସିଥିବା ବେଳେ ଆମକୁ ୨୮୨ ମେଟ୍ରିକ ଟନ ମିଳିଥିଲା। ଦିଲ୍ଲୀ ଅପେକ୍ଷା ହରିୟାଣାରେ ଅଧିକ ରୋଗୀ ଥିଲେ। ଦିଲ୍ଲୀର ଜନସଂଖ୍ୟା ଦେଜକୋଟି ହୋଇଥିବା ବେଳେ ଆମ ରାଜ୍ୟରକ ଲୋକସଂଖ୍ୟା ହେଉଛି ୨.୯ କୋଟି। ସେମାନଙ୍କ ଅପେକ୍ଷା ଆମର କ୍ଷେତ୍ରଫଳ ହେଉଛି ଅଧିକ। ଆମ ପାଖରେ ଅଧିକ ମେଡିକାଲ ରହିଥିଲା। ହେଲେ ତଥାପି ଚିକିତ୍ସା ଲାଗି ଦିଲ୍ଲୀ ଲୋକ ହରିୟାଣା ଆସୁଥିଲେ।   

Also Read: ରାସନ ରାଜନୀତି: କେନ୍ଦ୍ର ଉପରେ ବର୍ଷିଲେ କେଜ୍ରିୱାଲ, ପଚାରିଲେ ଏମିତି ପ୍ରଶ୍ନ

ହରିୟାଣା ସରକାରଙ୍କ ଜଣେ ପ୍ରବକ୍ତା କହିଛନ୍ତି କେବଳ ଯେ ଦିଲ୍ଲୀରେ ଜଳସଂକଟ ଉତ୍ପନ ହୋଇଛି ତାହା ନୁହେଁ ହରିୟାଣ ମଧ୍ୟ ଏହି ସମସ୍ୟାର ସାମ୍ନା କରୁଛି। ହେଲେ ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ ସକରାତ୍ମକ ଉଦ୍ୟମ ତଥା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବା ସତ୍ତ୍ୱେ ହରିୟାଣା କେଜ୍ରିୱାଲ ସରକାରଙ୍କ ଦ୍ୱାରା ସମାଲୋଚିତ ହେଉଛି। 

ଚଳିତ ବର୍ଷ ମେ ମାସରେ ଜଳ ସଂକଟକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କେଜ୍ରିୱାଲ ସରକାର। ଏନେଇ କୋର୍ଟରେ ଦାଏର ହୋଇଥିବା ଆବେଦନରେ ଅଭିଯୋଗ କରାଯାଇଥିଲା ହରିୟାଣାକୁ ଦିଲ୍ଲୀକୁ ପାଣିର ପୁରା ଭାଗ ଦେଉନାହିଁ। ହେଲେ ଏହି ଅଭିଯୋଗକୁ କେନ୍ଦ୍ର ଜଳସମ୍ପଦ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଯାଞ୍ଚ କରିଯିବା ପରେ ଏହି ଅଭିଯୋଗ ଭିତ୍ତିହୀନ ବୋଲି ଜଣାପଡିଥିଲା। 

Also Read: କୃଷକ ଆନ୍ଦୋଳନକୁ ନେଇ ମୁହାଁମୁହିଁ ଅମରିନ୍ଦର-ଖଟ୍ଟର, ୩ରେ କୃଷିନେତାଙ୍କ ସହ ଆଲୋଚନା

ଏ ପ୍ରସଙ୍ଗରେ ଆପ ବିଧାୟକ ସୌରଭ ଭରଦ୍ୱାଜ ଗତ ଶନିବାର ହରିୟାଣାରେ କ୍ଷମତାସୀନ ବିଜେପି ସରକାରଙ୍କ ଉଦ୍ଦେଶ୍ୟରେ ଧମକ ଦେଇ କହିଥିଲେ ଯଦି ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀ ଭାଗରେ ପଡୁଥିବା ପାଣି ନଆସେ ତାହେଲେ ଦିଲ୍ଲୀ ବିଜେପି ଅଧ୍ୟକ୍ଷଙ୍କ ଘରକୁ ଜଳ ସଂଯୋଗ ବିଚ୍ଛିନ୍ନ କରାଯିବ। ଅନ୍ୟପଟେ ଅନ୍ୟତମ ଆପ୍ ବିଧାୟକ ରାଘବ ଚଢା କହିଥିଲେ ହରିୟାଣା କାରଣରୁ ରାଷ୍ଟ୍ରୀୟ ରାଜଧାନୀରେ ଜଳ ସଂକଟ ସୃଷ୍ଟି ହୋଇଛି।  

 ରାଷ୍ଟ୍ରୀୟ ରାଜଧାନୀରେ ଜଳ ସଙ୍କଟ ପାଇଁ ଦିଲ୍ଲୀ ସରକାର ହରିୟାଣା ସରକାରଙ୍କ ବିରୋଧରେ କୋର୍ଟରେ ହାଜର ହେବା କୌଣସି ନୂଆ ଘଟଣା ନୁହେଁ। ହେଲେ ଏହି ଅଭିଯୋଗ ଭିତ୍ତିହୀନ ବୋଲି ସୁପ୍ରିମକୋର୍ଟଙ୍କ ପକ୍ଷରୁ କୁହାଯାଇଛି। ଦିଲ୍ଲୀ ପ୍ରଶାସନର ବିଫଳତା କାରଣରୁ ସେଠାରେ ଜଳ ସଂକଟ ସୃଷ୍ଟି ହେଉଛି। ଏ ଘଟଣାରେ ହରିୟାଣା ସରକାରଙ୍କ କୌଣସି ଭୂମିକା ନାହିଁ।