ଆଶ୍ଚର୍ଯ୍ୟର ଆନନ୍ଦ! ମରୁଭୂମିରେ ବରଫପାତ, ପାହାଡରେ ଜମିଲା ଲୋକଙ୍କ ଭିଡ଼
Advertisement
Article Detail0/zeeodisha/odisha1061584

ଆଶ୍ଚର୍ଯ୍ୟର ଆନନ୍ଦ! ମରୁଭୂମିରେ ବରଫପାତ, ପାହାଡରେ ଜମିଲା ଲୋକଙ୍କ ଭିଡ଼

ସାଉଦି ଆରବର ତାବୁକ୍ ନିକଟସ୍ଥ ଅଲ-ଲଜ୍ ପର୍ବତ ଉପରେ ଏବେ ହଜାର ହଜାର ପର୍ଯ୍ୟଟକଙ୍କ ମେଳ ଜମିଛି। ତୁଷାରପାତକୁ ଉପଭୋଗ କରିବାପାଇଁ ଦୂର ଦୂରନ୍ତରୁ ଲୋକଙ୍କ ସୁଅ ଛୁଟୁଛି। ଗତବର୍ଷ ଫେବୃଆରୀରେ ମଧ୍ୟ ଏହି ଅଞ୍ଚଳରେ ପ୍ରବଳ ତୁଷାରପାତ ହୋଇଥିଲା। ଯାହା ଗତ ପାଞ୍ଚ ଦଶନ୍ଧିର ରେକର୍ଡ ଭାଙ୍ଗିଥିଲା।

ସୌ- @arabnews

ରିୟାଦ: ମରୁଭୂମି ଏବଂ ପ୍ରବଳ ଉତ୍ତାପ ପାଇଁ ପ୍ରସିଦ୍ଧ ସାଉଦି ଆରବରେ ଏବେ ଲୋକମାନେ ବରଫପାତର ମଜା ନେଉଛନ୍ତି। ୨୦୨୨ ବର୍ଷର ପ୍ରଥମ ଦିନରେ ସାଉଦି ଆରବର ଉତ୍ତର-ପଶ୍ଚିମ ସହର ଟାବୁକ୍ରେ ପ୍ରବଳ ତୁଷାରପାତ ହୋଇଥିଲା। ଏହାର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାବୁକରେ ଅନେକ ଥର ତୁଷାରପାତ ହୋଇଛି। କିନ୍ତୁ ଏଥର ବପଫପାତ ବେଳେ କିଛି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଲୋକମାନେ ବାହାରକୁ ବାହାରି ଉଲ୍ଲାସର ସହ ପାରମ୍ପାରୀକ ନୃତ୍ୟ ସଙ୍ଗୀତରେ ଶୀତର ମଜା ନେଇଛନ୍ତି।

ସାଉଦି ଆରବର ତାବୁକ୍ ନିକଟସ୍ଥ ଅଲ-ଲଜ୍ ପର୍ବତ ଉପରେ ଏବେ ହଜାର ହଜାର ପର୍ଯ୍ୟଟକଙ୍କ ମେଳ ଜମିଛି। ତୁଷାରପାତକୁ ଉପଭୋଗ କରିବାପାଇଁ ଦୂର ଦୂରନ୍ତରୁ ଲୋକଙ୍କ ସୁଅ ଛୁଟୁଛି। ଗତବର୍ଷ ଫେବୃଆରୀରେ ମଧ୍ୟ ଏହି ଅଞ୍ଚଳରେ ପ୍ରବଳ ତୁଷାରପାତ ହୋଇଥିଲା। ଯାହା ଗତ ପାଞ୍ଚ ଦଶନ୍ଧିର ରେକର୍ଡ ଭାଙ୍ଗିଥିଲା। ଏବେ ଅଲ-ଲଜ୍ ସହିତ ଜବଲ ଅଲ-ତାହିର ଏବଂ ଜବଲ ଅଲକାନର ପର୍ବତଗୁଡ଼ିକ ସମ୍ପୂର୍ଣ୍ଣ ବରଫରେ ଆବୃତ ହୋଇଛି। ବରିଫ ଚାଦର ତଳେ ଘୋଡାଇ ହୋଇଥିବା ପାହାଡର ଦୃଶ୍ୟ ଦେଖିବାକୁ ଲୋକେ ଯିତିକି ଉତ୍ସାହିତ ହେଉଛନ୍ତି, ସେତିକି ଆଶ୍ଚର୍ଯ୍ୟ ମଧ୍ୟ ଅଛନ୍ତି। 

Also Read: ଆସନ୍ତାକାଲିଠୁ ଶୀତ ଲହରି; ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆରବ ଗଣମାଧ୍ୟମ ଅନୁଯାୟୀ, ପ୍ରତିବର୍ଷ ସାଉଦି ଆରବରେ ଜାବଲ ଅଲ-ଲଜ, ଜବଲ ଅଲ-ତାହିର ଏବଂ ତାବୁକର ଜବଲ ଅଲକାନ ପାର୍ବତ୍ୟ ଅଞ୍ଚଳରେ ଦୁଇରୁ ତିନି ସପ୍ତାହ ପର୍ଯ୍ୟନ୍ତ ବରଫପାତ ହୋଇଥାଏ। ଏହି ପର୍ବତଗୁଡିକ ସାଉଦି ଆରବର ଉତ୍ତର-ପଶ୍ଚିମ ଅଞ୍ଚଳରେ ଅବସ୍ଥିତ। ଜବଲ ଅଲ-ଲଜର ଉଚ୍ଚତା ୨୬୦୦୦ ମିଟର। ଏହି ପର୍ବତକୁ ଆଲମଣ୍ଡ ମାଉଣ୍ଟେନ୍ ମଧ୍ୟ କୁହାଯାଏ, କାରଣ ଏହାର ଖାଲୁଆ ଅଞ୍ଚଳରେ ବହୁ ସଂଖ୍ୟକ ବାଦାମ ଗଛ ଲଗାଯାଇଥାଏ। ପ୍ରତିବର୍ଷ ବିଭିନ୍ନ ଋତୁରେ ତୁଷାରପାତ ହୁଏ।

 

ସାଉଦି ଆରବରେ ପ୍ରବଳ ତୁଷାରପାତ ସମଗ୍ର ଗଲ୍ଫ ଦେଶ ପାଇଁ ଏକ ବିରଳ ଘଟଣା ବୋଲି କୁହାଯାଉଛି। କିଛି ସମୟ ପୂର୍ବରୁ ସେଠାରେ ଶୀତ ଋତୁର ଆଗମନ ହୋଇଛି। ଦିନବେଳେ ଗରମ ଓ ରାତିରେ ଥଣ୍ଡା ପବନ ପ୍ରବାହିତ ହେଉଥିବାରୁ ତାପମାତ୍ରା ଅନେକ ସ୍ଥାନରେ ମାଇନସରେ ପହଞ୍ଚୁଛି। ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ, ରିୟାଦ, ମକ୍କା, ମଦିନା, ଅଲ-ବାହା, ଅସୀର, ଜାଜାନ, ଅଲ-କାସିମ, ତବୁକ, ଅଲ-ଜୌଫ ଏବଂ ଓଲା ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।