ପ୍ରବଳ ବର୍ଷାରେ ଭିଜିଲା ଦିଲ୍ଲୀ-ଏନସିଆର, ଲୋକଙ୍କୁ ମିଳିଲା ଆଶ୍ୱସ୍ତି
Advertisement

ପ୍ରବଳ ବର୍ଷାରେ ଭିଜିଲା ଦିଲ୍ଲୀ-ଏନସିଆର, ଲୋକଙ୍କୁ ମିଳିଲା ଆଶ୍ୱସ୍ତି

ପ୍ରବଳ ବର୍ଷା ପରେ ଦିଲ୍ଲୀ-ଏନସିଆର ବାସିନ୍ଦାଙ୍କୁ ମିଳିଛି ଆଶ୍ୱସ୍ତି।

 ପ୍ରବଳ ବର୍ଷାରେ ଭିଜିଲା ଦିଲ୍ଲୀ-ଏନସିଆର, ଲୋକଙ୍କୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ: ରବିବାର ସକାଳେ (ଜୁଲାଇ ୫, ୨୦୨୦) ପ୍ରବଳ ବର୍ଷାରେ ଭିଜିଛି ଦିଲ୍ଲୀ ଏବଂ ଏହା ସନ୍ନିକଟସ୍ଥ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର-ଏନସିଆର(National Capital Region-NCR)। ଭାରତୀୟ ପାଣିପାଗ ବିଭାଗ-ଆଇଏମଡି (India Meteorological Department-IMD) ପକ୍ଷରୁ କୁହାଯାଇଛି ନୂଆଦିଲ୍ଲୀରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହୋଇଛି। ଆଇଏମଡିର ପୂର୍ବାନୁମାନ ଅନୁସାରେ ମଧ୍ୟମ ଧରଣର ବର୍ଷା ଜାରି ରହିବା ସହିତ ଦିଲ୍ଲୀର ଆକାଶ ମେଘୁଆ ରହିବ।

ରବିବାର ସକାଳେ ଆଇଏମଡି ଟ୍ୱିଟ କରି କହିଛି, ଦିଲ୍ଲୀ ଏବଂ ନିକଟସ୍ଥ ସ୍ଥାନରେ ବର୍ଷା ଏବଂ ବଜ୍ରାଘାତ ସହିତ ଘଣ୍ଟାପ୍ରତି ୨୦-୫୦ ବେଗରେ ପବନ ରହିବ। ବିଗତ ସପ୍ତାହରେ ଗରମରେ ସିଝୁଥିବା ଦିଲ୍ଲୀବାସୀ ଏବେ ବର୍ଷା ହେବା ପରେ ଆଶ୍ୱସ୍ତି ଲାଭ କରିଛନ୍ତି। ସକାଳ ସାଢେ ୫ଟା ପର୍ଯ୍ୟନ୍ତ ୩୩.୬ ମିଲିମିଟର ବର୍ଷା ହୋଇଥିବା ନେଇ ସଫଦରଗଞ୍ଜ ଅବଜରଭେଟୋରୀ(Safdarjung Observatory) ପକ୍ଷରୁ କୁହାଯାଇଛି। ଅନ୍ୟପଟେ ପାଲାମ ଷ୍ଟେସନରେ ୪୩.୪ ମିମି ବର୍ଷା ହୋଇଥିବାର ରେକର୍ଡ କରାଯାଇଛି।
 
ପାଣିପାଗ ବିଭାଗ ଅନୁସାରେ ଶନିବାର ଜାତୀୟ ରାଜଧାନୀରେ ସର୍ବୋଚ୍ଚ ତାପମାତ୍ରା ୩୯.୮ ଡିଗ୍ରୀ ସେଲସିୟସ ରହିଥିଲା । ବର୍ଷା ପରେ ଏହା ୨୮ ଡିଗ୍ରୀ ସେଲସିୟସକୁ ଖସି ଆସିଛି ଏବଂ ରବିବାର ସର୍ବାଧିକ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସକୁ ଖସି ଆସିବାର ସମ୍ଭାବନା ରହିଛି । ଜୁନ ୨୫ ତାରିଖରେ ଦିଲ୍ଲୀରେ ମୌସୁମୀ ପହଞ୍ଚିଥିଲା।  ରାଷ୍ଟ୍ରୀୟ ରାଜଧାନୀରେ ସ୍ୱାଭାବିକ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।