ପୋଷା କୁକୁର ମଧ୍ୟ ବିପଜ୍ଜନକ! ୮୦ ବର୍ଷୀୟା ମାଲିକାଣୀକୁ ୧ ଘଣ୍ଟା ଝୁଣି ଖାଇଲା ପିଟବୁଲ୍
Advertisement

ପୋଷା କୁକୁର ମଧ୍ୟ ବିପଜ୍ଜନକ! ୮୦ ବର୍ଷୀୟା ମାଲିକାଣୀକୁ ୧ ଘଣ୍ଟା ଝୁଣି ଖାଇଲା ପିଟବୁଲ୍

Pitbull Attack in Lucknow: ଏହି ଘଟଣା ପରେ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ପଡୋଶୀମାନେ କହିଥିଲେ ଯେ ପିଟବୁଲ୍ ସୁଶୀଳାଙ୍କୁ ଝୁଣି ଝୁଣି ଖାଉଥିଲା । ଏହି ସମୟରେ ଲୋକମାନେ ପିଟବୁଲକୁ ଘଉଡାଇବା ପାଇଁ ପଥର ମଧ୍ୟ ଫିଙ୍ଗିଥିଲେ କିନ୍ତୁ ସେ ସୁଶୀଳାଙ୍କୁ କାମୁଡି ଖାଇବାକୁ ଲାଗିଥିଲା ।

ସୌ: ସୋସିଆଲ ମିଡିଆ

Pitbull Dog Attack: ୟୁପିର ରାଜଧାନୀ ଲକ୍ଷ୍ନୌରୁ (Lucknow) ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ପୋଷା କୁକୁର ନିଜ ୮୦ ବର୍ଷୀୟା ମାଲିକାଣୀ ଉପରେ ଆକ୍ରମଣ କରି ତା’ର ମାଂସ ଖାଇଥିଲା । ଏହାପରେ ମହିଳାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ଲକ୍ଷ୍ନୌର ବଙ୍ଗାଳି ଟୋଲା ଅଞ୍ଚଳର ଅଟେ । ବାସ୍ତବରେ ମଙ୍ଗଳବାର ଅବସରପ୍ରାପ୍ତ ଶିକ୍ଷକ ସୁଶୀଳା ତ୍ରିପାଠୀ (Sushila Tripathi) ତାଙ୍କ ପିଟବୁଲ୍ 'ବ୍ରାଉନି' ସହିତ ବୁଲିବାକୁ ଯାଇଥିଲେ । ଏହି ସମୟରେ ପିଟବୁଲ (Pitbull) ସୁଶୀଳାଙ୍କ ଉପରେ ଆକ୍ରମଣ କରିଥିଲା । ପଡୋଶୀମାନେ ଦାବି କରିଛନ୍ତି ଯେ ପିଟବୁଲ୍ ତାଙ୍କ ମାଲିକାଣୀକୁ ଝୁଣି ଝୁଣି ଖାଉଥିଲା । ଯେତେବେଳେ ଚିତ୍କାର ଶୁଣି ପଡୋଶୀମାନେ ଘରୁ ବାହାରକୁ ଆସିଲେ, ସେମାନେ ଦେଖିଲେ ଯେ ସୁଶୀଳା ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଛନ୍ତି ।

ଏହି ଘଟଣା ପରେ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ପଡୋଶୀମାନେ କହିଥିଲେ ଯେ ପିଟବୁଲ୍ ସୁଶୀଳାଙ୍କୁ ଝୁଣି ଝୁଣି ଖାଉଥିଲା । ଏହି ସମୟରେ ଲୋକମାନେ ପିଟବୁଲକୁ ଘଉଡାଇବା ପାଇଁ ପଥର ଫିଙ୍ଗିଥିଲେ କିନ୍ତୁ ସେ ସୁଶୀଳାଙ୍କୁ ଖାଇବାକୁ ଲାଗିଥିଲା । ଏହା ପରେ ସେ  ସୁଶୀଳାଙ୍କ ଶରୀରକୁ ଭିତରକୁ ଟାଣି ନେଇଥିଲା ଓ ଏକ ଘଣ୍ଟା ପର୍ଯ୍ୟନ୍ତ ତାଙ୍କ ମାଂସ ଖାଇବାକୁ ଲାଗିଥିଲା ।

ପଡୋଶୀମାନେ କୁହନ୍ତି ଯେ ଏହି କୁକୁର କେବେ ଘରୁ ବାହାରକୁ ଆସି ନଥିଲା, କିନ୍ତୁ ଯେତେବେଳେ ଏହା ବାହାରକୁ ଆସିଲା ସେତେବେଳେ ଏହା ନିଜ ମାଲିକଙ୍କ ଉପରେ ଆକ୍ରମଣ କରିଥିଲା । ପଡୋଶୀ ମାନେ ଗୋଡ଼ାଇବା ପରେ ମଧ୍ୟ ସେ କୁଆଡେ ଯାଇନଥିଲା ଓ ନିଜ ମାଲିକକୁ ଖାଇବାକୁ ଲାଗିଥିଲା । ଏଭଳି ପରିସ୍ଥିତିରେ ବର୍ତ୍ତମାନ ଏହି ଅଞ୍ଚଳର ଲୋକମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ସେମାନେ ଭୟ କରୁଛନ୍ତି ଯେ ଏହି କୁକୁର ମଧ୍ୟ ସେମାନଙ୍କ ଉପରେ ଆକ୍ରମଣ କରି ପାରେ, କାରଣ ବର୍ତ୍ତମାନ ଏହା ଏକ ପୋଷା ପଶୁରୁ ମନୁଷ୍ୟ-ମାଂସ ଖିଆରେ ପରିଣତ ହୋଇଛି ।

ପଡୋଶୀମାନେ କୁହନ୍ତି ଯେ ଯେତେବେଳେ ସେମାନେ ସୁଶୀଳାଙ୍କ ଘରକୁ ଯାଆନ୍ତି, ସେତେବେଳେ କୁକୁରଟି ବନ୍ଧା ହୋଇଥାଏ, କିନ୍ତୁ ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି ଓ ଲୋକମାନେ ଏପରିକି ଘରୁ ବାହାରକୁ ବାହାରିବାକୁ ଭୟ କରୁଛନ୍ତି ।

ଏହା ବି ପଢ଼ନ୍ତୁ: ମାଗଣାରେ ମିଳିବ କୋରୋନାର ବୁଷ୍ଟର ଡୋଜ; ଏହି ତାରିଖରୁ ଆରମ୍ଭ ହେବ ଅଭିଯାନ

ଏହା ବି ପଢ଼ନ୍ତୁ: ୩ ମାସ ଭିତରେ ବିବାହ କରିବେ ଆଥିୟା-ରାହୁଲ? ଜାଣନ୍ତୁ ସୁନୀଲ ସେଟ୍ଟୀଙ୍କ ଜବାବ