ଦେଶରେ ଘୁ ଘୁ ହୋଇ ତୈଳ ଦର ବୃଦ୍ଧି (Fuel Price Hike) ପାଉଛି। ଯାହାକୁ ନେଇ ଖାଉଟି ତଥା ସାଧାରଣ ନାଗରିକ ଚିନ୍ତାରେ ଅଛନ୍ତି। ମଙ୍ଗଳବାର ପେଟ୍ରୋଲ (Petrol Price) ୨୫ ପଇସା ଓ ଡେଜେଲ ୩୩ ପଇସା ବୃଦ୍ଧି ପାଇଛି।
Trending Photos
ନୂଆଦିଲ୍ଲୀ: ମହଙ୍ଗା ମାଡରେ ଅସ୍ତବ୍ୟସ୍ତ ଖାଉଟି। ଦିନକର ବିରତି ପରେ ତୈଳ ଦରରେ ପୁଣି ବୃଦ୍ଧି ପାଇଛି। ଗତ ୧୦ ଦିନରେ ୬ ଥର ପେଟ୍ରୋଲ ଦର ବୃଦ୍ଧି ପାଇଥିବା ବେଳେ ୮ ଥର ଡିଜେଲ ମହଙ୍ଗା ହୋଇଛି। ତେବେ ଆସନ୍ତୁ ଜାଣିବା ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର ତୈଳ ଦର କେତେ ଅଛି..
ଦେଶରେ ଘୁ ଘୁ ହୋଇ ତୈଳ ଦର ବୃଦ୍ଧି (Fuel Price Hike) ପାଉଛି। ଯାହାକୁ ନେଇ ଖାଉଟି ତଥା ସାଧାରଣ ନାଗରିକ ଚିନ୍ତାରେ ଅଛନ୍ତି। ମଙ୍ଗଳବାର ପେଟ୍ରୋଲ (Petrol Price) ୨୫ ପଇସା ଓ ଡେଜେଲ ୩୩ ପଇସା ବୃଦ୍ଧି ପାଇଛି। ଗତ ୧୦ ଦିନରେ ପେଟ୍ରୋଲ ୬ ଥର (୧ ଟଙ୍କା ୪୮ ପଇସା) ଓ ଡିଜେଲ ୮ ଥର (୨ ଟଙ୍କା ୪୭ ପଇସା) ମହଙ୍ଗା ହୋଇଛି। ଯଦି ଚଳିତ ମାସରେ ଦେଖାଯାଏ ତେବେ, ଅକ୍ଟୋବର ପହିଲାରୁ ପେଟ୍ରୋଲ ଦର ୪ ଥର (୧ ଟଙ୍କା ୧ ପଇସା), ଡିଜେଲ (Diesel) ୪ ଥର (୧ ଟଙ୍କା ୩୧ ପଇସା) ବଢିଛି।
Also Read: କୋରୋନା ମାମଲାରେ ଆସିଲା ଆଶ୍ୱସ୍ତିକର ଖବର
ନୂଆ ଦର ଜାରି ହେବା ପରେ ମଙ୍ଗଳବାର, ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କା ୫୨ ପଇସା ଓ ଡିଜେଲ ୯୯ ଟଙ୍କା ୯୯ ଟଙ୍କା ୩୧ ପଇସା ହୋଇଛି। ସେହିପରି ଔରଙ୍ଗାବାଦରେ ପେଟ୍ରୋଲ ଲିଟର ପିଛା ୧୧୦, ଭୋପାଲରେ ୧୧୧, ଇନ୍ଦୋରରେ ୧୧୧, ଜୟପୁରରେ ୧୦୯ ଟଙ୍କା ଟପିଛି। ଅନ୍ୟପଟେ ଇନ୍ଦୋର, ଭୋପାଲ ଓ ଔରଙ୍ଗାବାଦରେ ଡିଜେଲ ଶତକ ମାରିଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ପେଟ୍ରୋଲ ୧୦୨ ଟଙ୍କା ୬୪ ପଇସା ଓ ୯୧ ଟଙ୍କା ୭ ପଇସା ଅଛି।