ତେଲର ଡବଲ ସେଞ୍ଚୁରୀ; ପ୍ରଥମ ଥର ପେଟ୍ରୋଲ-ଡିଜେଲ୍ ମୂଲ୍ୟ ୧୦୦ ପାର୍
Advertisement

ତେଲର ଡବଲ ସେଞ୍ଚୁରୀ; ପ୍ରଥମ ଥର ପେଟ୍ରୋଲ-ଡିଜେଲ୍ ମୂଲ୍ୟ ୧୦୦ ପାର୍

 ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬.୧୨ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୬.୯୮ ଟଙ୍କାରେ ବିକ୍ରି ହେଉଛି। ଅନ୍ୟପଟେ ଦେଶରେ ପ୍ରଥମ ଥର ତୈଲ ଦଳ ଡବଲ ସେଞ୍ଚୁରୀ ମାରିଛି। ରାଜସ୍ଥାନରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଶହେ ପାର କରିଛି।

 

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ସାରା ଦେଶରେ ବିରୋଧ ମଧ୍ୟରେ ତୈଳ କମ୍ପାନୀଗୁଡିକ ଆଜି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିଛନ୍ତି। ଆଜି ପେଟ୍ରୋଲରେ ଲିଟର ପିଛା ୨୭ ପଇସା ଏବଂ ଡିଜେଲରେ ଲିଟର ପିଛା ୨୩ ପଇସା ବୃଦ୍ଧି ଘଟିଛି। ଏହି ପରିବର୍ତ୍ତନ ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬.୧୨ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୬.୯୮ ଟଙ୍କାରେ ବିକ୍ରି ହେଉଛି। ଅନ୍ୟପଟେ ଦେଶରେ ପ୍ରଥମ ଥର ତୈଲ ଦଳ ଡବଲ ସେଞ୍ଚୁରୀ ମାରିଛି। ରାଜସ୍ଥାନରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଶହେ ପାର କରିଛି।

ଆଜି ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ୯୬.୧୨ ଟଙ୍କା ଏବଂ ଡିଜେଲ ୮୬.୯୮ ଟଙ୍କା, କୋଲକାତାରେ ପେଟ୍ରୋଲ ୯୬.୦୬ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୯.୮୩ ଟଙ୍କା ଓ ମୁମ୍ବାଇରେ ପେଟ୍ରୋଲ ୧୦୨.୩୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୩୯ ଟଙ୍କା। ଚେନ୍ନାଇରେ ପେଟ୍ରୋଲ ୯୭.୪୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୧.୬୪ ଟଙ୍କା ଓ ଜୟପୁରରେ ପେଟ୍ରୋଲ ୧୦୨.୭୩ ଟଙ୍କା ଏବଂ ଲିଟର ପିଛା ଡିଜେଲ ୯୫.୯୨ ଟଙ୍କା ଅଛି।

ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଲଦାଖରେ ପେଟ୍ରୋଲ (Petrol) ର ମୂଲ୍ୟ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିସାରିଛି। ଡିଜେଲ (Diesel) ବର୍ତ୍ତମାନ ରାଜସ୍ଥାନରେ ଶତକ ମାରିଛି। ରାଜସ୍ଥାନ ହେଉଛି ପ୍ରଥମ ରାଜ୍ୟ ଯେଉଁଠାରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୧୦୦ ଟଙ୍କା ପାର କରିଛି। ରାଜସ୍ଥାନର ଶ୍ରୀଗଙ୍ଗନଗର ଜିଲ୍ଲାର ପେଟ୍ରୋଲ ୧୦୭ ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ ଲିଟର ପିଛା ୧୦୦.୦୫ ଟଙ୍କାରେ ବିକ୍ରି ହେଉଛି।

Also Read: ଜନସଂଖ୍ୟା ବୃଦ୍ଧିକୁ ନେଇ ଏମିତି କହିଲେ ଆସାମର ନୂଆ ମୁଖ୍ୟମନ୍ତ୍ରୀ

ଗୋଟିଏ ପଟେ ସାଧାରଣ ନାଗରିକ ତୈଳ ମୂଲ୍ୟ ବୃଦ୍ଧି ନେଇ ଚିନ୍ତାରେ ଅଛନ୍ତି। ଅନ୍ୟପଟେ ବିରୋଧୀ ଏହି ପ୍ରସଙ୍ଗରେ ରାସ୍ତାରେ ଓହ୍ଲାଇଛନ୍ତି। ତେଲ ଦର ବୃଦ୍ଧି ଉପରେ ପ୍ରତିକ୍ରିୟା ରଖି ଦିଲ୍ଲୀର ସାଧାରଣ ନାଗରିକ କହିଛନ୍ତି ଯେ ଦିନକୁ ଦିନ ପେଟ୍ରୋଲ ଦର ବୃଦ୍ଧି ହେତୁ ଘରୋଇ ବଜେଟ ଖରାପ ହେବାରେ ଲାଗିଛି। ଅଧିକ ଆୟ ନାହିଁ, ତେଲର ମୂଲ୍ୟ ବଢୁଛି। ଯଦି ଜଣେ ବ୍ୟକ୍ତି ୨୦୦ ଟଙ୍କା ମୂଲ୍ୟର ତେଲ ପକାନ୍ତି, ତେବେ ସେ କଣ ଖାଇବେ? ଯଦି ତେଲର ମୂଲ୍ୟ (Fuel Price) ବୃଦ୍ଧି କରିବାକୁ ପଡିବ, ତେବେ ସାଧାରଣ ଲୋକର ଆୟ ଉପରେ ମଧ୍ୟ ବିଚାର କରାଯିବା ଉଚିତ୍।

ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ନେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ,  ଭାଡ୍ରାକେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ "ଯେତେବେଳେ ବିପର୍ଯ୍ୟୟ ସମୟରେ ଦେଶର ଲୋକମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଚନ୍ତି। ଆଉ ସରକାର ପେଟ୍ରୋଲ ଏବଂ ଡିଜେଲ ଟ୍ୟାକ୍ସରୁ ଅଢେଇ ଲକ୍ଷ କୋଟି ଟଙ୍କା ଆୟ କରିଛନ୍ତି। ଅନ୍ୟପଟେ ରାଜ୍ୟ ଟ୍ୟାକ୍ସ ହ୍ରାସ କଲେ ତୈଳ ଦର କମିବ ବୋଲି ଶାସକ ବିଜେପି ସଫେଇ ଦେଇଛି।