Petrol Diesel Price: ଲଗାତର ଦ୍ୱିତୀୟ ଦିନ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ, କମ୍ପାନୀଗୁଡିକ ଜାରି କଲେ ପେଟ୍ରୋଲ-ଡିଜେଲର ନୂଆ ଦର
Advertisement

Petrol Diesel Price: ଲଗାତର ଦ୍ୱିତୀୟ ଦିନ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ, କମ୍ପାନୀଗୁଡିକ ଜାରି କଲେ ପେଟ୍ରୋଲ-ଡିଜେଲର ନୂଆ ଦର

Petrol Diesel Price: ଇଣ୍ଡିଆନ ଅଏଲ କୋର୍ପୋରେଶନ ଅନୁଯାୟୀ, ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୯୬.୭୨ ଟଙ୍କା ଓ ଗୋଟିଏ ଲିଟର ଡିଜେଲ ୮୯.୬୨ ଟଙ୍କା ରହିଛି । ସେହିପରି ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ସ୍ଥିରତା ଦେଖାଦେଇଛି । 

Petrol Diesel Price: ଲଗାତର ଦ୍ୱିତୀୟ ଦିନ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ, କମ୍ପାନୀଗୁଡିକ ଜାରି କଲେ ପେଟ୍ରୋଲ-ଡିଜେଲର ନୂଆ ଦର

Today Petrol-Diesel Rate 29 October 2022: ଏକ ମାସ ପୂର୍ବେ ଅଶୋଧିତ ତୈଳ ଦରରେ ବଡ଼ ଧରଣ ହ୍ରାସ ରେକର୍ଡ କରାଯାଇଥିଲା । ଅନ୍ୟପଟେ ବର୍ତ୍ତମାନ ବିଗତ କିଛି ଦିନ ଧରି ଅଶୋଧିତ ତୈଳ ଦରରେ ହ୍ରାସ ବୃଦ୍ଧି ଲାଗି ରହିଛି । ବିଗତ ୨ ଦିନ ଧରି ଲଗାତର ଅଶୋଧିତ ତୈଳ ଦରରେ ହ୍ରାସ ଦେଖାଦେଇଛି । ସେପଟେ ଭାରତୀୟ ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । ଦୀର୍ଘ ୫ ମାସରୁ ଅଧିକ ସମୟ ହେବ ତୈଳ ଦର ସ୍ଥିର ରହିଛି । ଶୁକ୍ରବାର ବଜାର ବନ୍ଦ ହେବା ସମୟରେ ଅଶୋଧିତ ତୈଳ ମୂଲ୍ୟରେ ସାମାନ୍ୟ ହ୍ରାସ ଘଟିଥିଲା । WTI ଅଶୋଧିତ ବ୍ୟାରେଲ ପିଛା ୮୭.୪୬ ଡଲାରକୁ ଖସି ଆସିଛି । ଏଥି ସହିତ ବ୍ରେଣ୍ଟ ଅଶୋଧିତ ବ୍ୟାରେଲ ପିଛା ୯୫.୨୯ ଡଲାରକୁ ଖସି ଆସିଛି । 

ଏଠାରେ କହି ରଖୁଛୁ ଯେ, ଅଗଷ୍ଟ-ସେପ୍ଟେମ୍ବରରେ ଅଶୋଧିତ ତୈଳ ରେକର୍ଡ ସ୍ତରକୁ ଖସି ଆସିଥିଲା । କିନ୍ତୁ ଘରୋଇ ବଜାରରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ଦେଖାଯାଇ ନଥିଲା । ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଶେଷ ପରିବର୍ତ୍ତନ ଚଳିତ ବର୍ଷ  ମେ' ୨୨ରେ ହୋଇଥିଲା । ଏହା ପ୍ରଥମ ଥର ପାଇଁ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ପାଞ୍ଚ ମାସରୁ ଅଧିକ ସମୟ ଧରି ସ୍ଥିର ରହିଛି । ଇଣ୍ଡିଆନ ଅଏଲ କୋର୍ପୋରେଶନ (IOC) ଅନୁଯାୟୀ, ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୯୬.୭୨ ଟଙ୍କା ଓ ଗୋଟିଏ ଲିଟର ଡିଜେଲ ୮୯.୬୨ ଟଙ୍କା ରହିଛି । ସେହିପରି ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ସ୍ଥିରତା ଦେଖାଦେଇଛି । କିନ୍ତୁ ରାଜଧାନୀ ଭୁବନେଶ୍ୱରରେ ଏଥିରେ ବ୍ୟତିକ୍ରମ ଦେଖାଯାଇଛି । ଆଜି ଅର୍ଥାତ ଅକ୍ଟୋବର ୨୯ରେ ରାଜଧାନୀରେ ପେଟ୍ରୋଲ-ଡିଜେଲ ଦରରେ ହ୍ରାସ ଘଟିଛି ।

ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୯୬.୭୨ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୧୦୬.୩୧ ଟଙ୍କା ରହିଛି । କୋଲକାତା ଲିଟର ପିଛା ୧୦୬.୦୩ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୨.୭୩ ଟଙ୍କା ରହିଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୩.୦୪ ଟଙ୍କା ରହିଛି । ଗତକାଲି ଏଠାରେ ପେଟ୍ରୋଲ ଦର ୧୦୩.୧୯ ଟଙ୍କା ଥିଲା । ସେହିପରି ହାଇଦ୍ରାବାଦରେ ପେଟ୍ରୋଲ ଦର ୧୦୯.୬୬ ଟଙ୍କା ରହିଛି । ବେଙ୍ଗାଲୁରୁରେ ପେଟ୍ରୋଲ ଦର ୧୦୧.୯୪ ଟଙ୍କା ରହିଛି ।

ଆଜି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୯.୬୨ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୯୪.୨୭ ଟଙ୍କା ଓ କୋଲକାତାରେ ଲିଟର ପିଛା ୯୨.୭୬ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୯୪.୬୧ ଟଙ୍କା ରହିଛି । ରାଜଧାନୀ ଭୁବନେଶ୍ୱରରେ ଡିଜେଲ ଦର ୯୪.୭୬ ଟଙ୍କାରେ ବିକ୍ରି ହେଉଛି । ଗତକାଲି ଡିଜେଲ ଦର ୯୪.୭୬ ଟଙ୍କା ଥିଲା । ସେପଟେ ହାଇଦ୍ରାବାଦରେ ଡିଜେଲ ମୂଲ୍ୟ ୯୭.୮୨ ଟଙ୍କା ଥିବାବେଳେ ବେଙ୍ଗାଲୁରୁରେ ୮୭.୮୯ ଟଙ୍କା ରହିଛି ।

ଅଧିକ ପଢ଼ନ୍ତୁ:-ଆମେରିକାର କେବଳ ଗୋଟିଏ ନିଷ୍ପତ୍ତି ଆଉ ବର୍ବାଦ ହୋଇଯିବ ସାଉଦି ଆରବ!

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଭରସାରେ ପାକିସ୍ତାନର ସେମିଫାଇନାଲ ଟିକେଟ୍...ବାବର ବ୍ରିଗେଡକୁ ଡରାଉଛି ଏହି ଭୟାନକ ରେକର୍ଡ

ଅଧିକ ପଢ଼ନ୍ତୁ:-ଆଚ୍ଛା! ତେବେ ଏ ହେଉଛନ୍ତି RP, ଉର୍ବଶୀ ରୌତେଲା କଲେ ଖୁଲାସା! ପନ୍ତ ନୁହେଁ, ଏହି ବ୍ୟକ୍ତିଙ୍କ ବିଷୟରେ କହୁଥିଲେ ଅଭିନେତ୍ରୀ

 

ଜାଣନ୍ତୁ ଆପଣଙ୍କ ସହରର ରେଟ୍

ଆପଣ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ । ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଓ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ 9224992249 ନମ୍ବରକୁ ପଠାଇବାକୁ ପଡିବ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ ।

ଏଠାରେ ଚେକ୍ କରନ୍ତୁ-https://iocl.com/Products/PetrolDieselPrices.aspx

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଲର କମିଶନ ଅନ୍ତର୍ଭୁକ୍ତ ଥାଏ ।