Petrol Diesel Price: ପେଟ୍ରୋଲ-ଡିଜେଲ ମୂଲ୍ୟରେ ମିଳିବ ରିହାତି! ୭ ମାସର ସବୁଠାରୁ ତଳ ସ୍ତରକୁ ଖସିଲା ଅଶୋଧିତ ତୈଲ ଦର
Advertisement

Petrol Diesel Price: ପେଟ୍ରୋଲ-ଡିଜେଲ ମୂଲ୍ୟରେ ମିଳିବ ରିହାତି! ୭ ମାସର ସବୁଠାରୁ ତଳ ସ୍ତରକୁ ଖସିଲା ଅଶୋଧିତ ତୈଲ ଦର

Petrol Diesel Price​: ଇଣ୍ଡିଆନ ଅଏଲ କୋର୍ପୋରେଶନ (IOC) ଅନୁଯାୟୀ, ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୯୬.୭୨ ଟଙ୍କା ଓ ଗୋଟିଏ ଲିଟର ଡିଜେଲ ୮୯.୬୨ ଟଙ୍କା ରହିଛି । ସେପଟେ ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ସ୍ଥିରତା ଦେଖାଦେଇଛି । ଆଜି ଭୁବନେଶ୍ୱରରେ ତୈଲ ଦରରେ ହ୍ରାସ ଘଟିଛି ।

Petrol Diesel Price: ପେଟ୍ରୋଲ-ଡିଜେଲ ମୂଲ୍ୟରେ ମିଳିବ ରିହାତି! ୭ ମାସର ସବୁଠାରୁ ତଳ ସ୍ତରକୁ ଖସିଲା ଅଶୋଧିତ ତୈଲ ଦର

ନୂଆଦିଲ୍ଲୀ: Today Petrol-Diesel Rate 9 September 2022: ପେଟ୍ରୋଲ ଓ ଡିଜେଲ (Petrol Diesel Price) ର ମୂଲ୍ୟରେ ହ୍ରାସ ବୃଦ୍ଧି ଆମର ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ସେଥିପାଇଁ ଆମର ନଜର ପ୍ରତିଦିନ ଏହାର ମୂଲ୍ୟ ଉପରେ ଥାଏ ।  ଆଜି (ଶୁକ୍ରବାର) ଅର୍ଥାତ ସେପ୍ଟେମ୍ୱର ୯ରେ ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ (Petrol Diesel Price) ର ନୂଆ ଦର ଜାରି କରିଦେଇଛନ୍ତି ।  ଆଜି ଲଗାତର ୧୦୯ ଦିନ ହେବ ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ ଘଟି ନାହିଁ । ଅନ୍ୟପକ୍ଷେ ଅଶୋଧିତ ତୈଲ ଦର ୭ ମାସର ସବୁଠାରୁ ତଳ ସ୍ତରକୁ ଖସି ଆସିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ (Crude Oil Price) ରେ ଲଗାତର ହ୍ରାସ ଘଟିଛି । ସକାଳେ ବ୍ରେଣ୍ଟ ଅଶୋଧିତ ବ୍ୟାରେଲ ପିଛା ପ୍ରାୟ ୮୮.୬୨ ଡଲାର ଥିବାବେଳେ ଡବ୍ଲୁଟିଆଇ ବ୍ୟାରେଲ ପିଛା ୮୨.୯୧ ଡଲାରକୁ ଖସି ଆସିଛି । 

ଇଣ୍ଡିଆନ ଅଏଲ କୋର୍ପୋରେଶନ (IOC) ଅନୁଯାୟୀ, ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୯୬.୭୨ ଟଙ୍କା ଓ ଗୋଟିଏ ଲିଟର ଡିଜେଲ ୮୯.୬୨ ଟଙ୍କା ରହିଛି । ସେପଟେ ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ସ୍ଥିରତା ଦେଖାଦେଇଛି । ଆଜି ଭୁବନେଶ୍ୱରରେ ତୈଲ ଦରରେ ହ୍ରାସ ଘଟିଛି ।

ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୯୬.୭୨ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୧୦୬.୩୧ ଟଙ୍କା ରହିଛି । କୋଲକାତା ଲିଟର ପିଛା ୧୦୬.୦୩ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୩.୧୯ ଟଙ୍କା ରହିଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୩.୦୧ ଟଙ୍କା ରହିଛି । ଗତକାଲି ଏଠାରେ ପେଟ୍ରୋଲ ଦର ୧୦୩.୬୩ ଟଙ୍କା ଥିଲା ।

ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୯.୬୨ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୯୪.୨୭ ଟଙ୍କା ଓ କୋଲକାତାରେ ଲିଟର ପିଛା ୯୨.୭୬ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୯୪.୨୪ ଟଙ୍କା ରହିଛି । ରାଜଧାନୀ ଭୁବନେଶ୍ୱରରେ ଡିଜେଲ ଦର ୯୪.୫୮ ଟଙ୍କାରେ ବିକ୍ରି ହେଉଛି । ଗତକାଲି ଡିଜେଲ ଦର ୯୫.୧୮  ଟଙ୍କା ଥିଲା । 

ଏହା ବି ପଢ଼ନ୍ତୁ:-ଲୋକସଭା ନିର୍ବାଚନରେ ​​'ଖେଲା ହୋବେ', ଦିଲ୍ଲୀର ଗାଦି ଉପରେ ଦିଦିଙ୍କ ନଜର! ମେଣ୍ଟକୁ ନେଇ ଦେଲେ ବଡ଼ ବୟାନ

ଏହା ବି ପଢ଼ନ୍ତୁ:-ରାଣୀ ଏଲିଜାବେଥଙ୍କ ମୃତଦେହକୁ ଆଗାମୀ ୧୦ ଦିନ ପାଇଁ ଦିଆଯିବ ନାହିଁ ସମାଧି, ଜାଣନ୍ତୁ ଅନ୍ତିମ ସଂସ୍କାରର ପୂରା ପ୍ରକ୍ରିୟା

ଏହା ବି ପଢ଼ନ୍ତୁ:-LIC ର କୋଟି କୋଟି ଗ୍ରାହକଙ୍କ ପାଇଁ ଖୁସି ଖବର; ଏଣିକି ଜୀବନ ସାରା ଆକାଉଣ୍ଟରେ ଆସିବ ଟଙ୍କା, ଲଞ୍ଚ ହେଲା ଏହି ଖାସ୍ ପ୍ଲାନ୍

 

ଜାଣନ୍ତୁ ଆପଣଙ୍କ ସହରର ରେଟ୍

ଆପଣ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ । ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଓ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ 9224992249 ନମ୍ବରକୁ ପଠାଇବାକୁ ପଡିବ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ ।

ଏଠାରେ ଚେକ୍ କରନ୍ତୁ-https://iocl.com/Products/PetrolDieselPrices.aspx

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଲର କମିଶନ ଅନ୍ତର୍ଭୁକ୍ତ ଥାଏ ।