ନୀତି ଆୟୋଗ Delta Rankingର ଶୀର୍ଷରେ ଦକ୍ଷିଣ ଓଡି଼ଶା
Advertisement

ନୀତି ଆୟୋଗ Delta Rankingର ଶୀର୍ଷରେ ଦକ୍ଷିଣ ଓଡି଼ଶା

ମୌଳିକ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ସଫଳ ରୂପାୟନ ପାଇଁ ସର୍ବଶ୍ରେଷ୍ଠ ଜିଲ୍ଲା ଭାବରେ ପରିଗଣିତ କରିଛି ନୀତି ଆୟୋଗ (NITI Aayog)। ୨୦୨୦ ଏପ୍ରିଲ ଠାରୁ ଡିସେମ୍ବର ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା (PMGSY) ରେ ୩୫.୩୮ କିମି ରାସ୍ତା ନିର୍ମାାଣ ଲକ୍ଷ ଧାର୍ଯ୍ୟ କରାଯାଇଥିଲା।

ନୀତି ଆୟୋଗ Delta Rankingର ଶୀର୍ଷରେ ଦକ୍ଷିଣ ଓଡି଼ଶା

ସୁଜିତ ବିଷୋୟୀ, ଗଜପତି: ନୀତି ଆୟୋଗର Delta Rankingରେ ଦେଶର ସର୍ବଶ୍ରେଷ୍ଠ ୫ଟି ଜିଲ୍ଲାରେ ଓଡିଶାର ୨ ଜିଲ୍ଲା। 
ସର୍ବନିମ୍ନ ମୌଳିକ ଭିତ୍ତିଭୂମି ବିକାଶ ଦିଗରେ ଗଜପତି ଓ କୋରାପୁଟକୁ ପ୍ରଶଂସା। ଗଜପତି ପ୍ରଥମ ଓ କୋରାପୁଟ ପଞ୍ଚମ ସ୍ଥାନରେ ରହିଛି। ଗତ ଡିସେମ୍ବର ମାସରେ ହୋଇଥିବା ସର୍ଭେ ଅନୁସାରେ ନୀତି ଆୟୋଗ ତାଲିକା ପ୍ରସ୍ତୁତ କରିଛି।

ମୌଳିକ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ସଫଳ ରୂପାୟନ ପାଇଁ  ସର୍ବଶ୍ରେଷ୍ଠ ଜିଲ୍ଲା ଭାବରେ ପରିଗଣିତ କରିଛି ନୀତି ଆୟୋଗ (NITI Aayog)। ୨୦୨୦ ଏପ୍ରିଲ ଠାରୁ ଡିସେମ୍ବର ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା (PMGSY) ରେ ୩୫.୩୮ କିମି ରାସ୍ତା ନିର୍ମାାଣ ଲକ୍ଷ ଧାର୍ଯ୍ୟ କରାଯାଇଥିଲା। ସେଥିରୁ ୩୧.୩୨ କିମିର ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଛି ଯାହା ୮୫ ପ୍ରତିଶତରୁ ଅଧିକ।

Also Read: ଜମି ପରେ ଟାର୍ଗେଟରେ ଶିକ୍ଷା! ତେଲୁଗୁ ସ୍କୁଲରେ ୪୦୦ ଓଡ଼ିଆ ପିଲା

ସେହିପରି ଏହି ସମୟସୀମା ମଧ୍ୟରେ ୧୪୯ଟି ସାର୍ବଜନୀନ ସେବା କେନ୍ଦ୍ର (Public Service Center) ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ସେଥିମଧ୍ୟରୁ ୧୦୫ଟି ନିର୍ମାଣ ସରିଛି ଯାହା ଧାର୍ଯ୍ୟ ଲକ୍ଷ୍ୟର ୭୦ ପ୍ରତିଶତରୁ ଅଧିକ। ଜିଲ୍ଲାରେ ୧୫୯୫ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯାଇଛି ଯାହା ଧାର୍ଯ୍ୟ ଲକ୍ଷ୍ୟର ୩୩ ପ୍ରତିଶତ ରହିଛି। 

fallback

ଯାହା କେବଳ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ପ୍ରଚେଷ୍ଟାରୁ ସଫଳ ରୂପାୟନ ହୋଇଛି। ବିଶେଷ କରି ଗ୍ରାମ୍ୟ ଉନ୍ନୟନ ବିଭାଗ (Rural development) ର ଅଧିକ ଭୂମିକା ରହିଥିବା ଗଜପତି ଜିଲ୍ଲାପାଳ (Gajapati Collector) କହିଛନ୍ତି। ନୀତି ଆୟୋଗ ରାଙ୍କିଗର ୫ମ ସ୍ଥାନରେ କୋରାପୁଟ (Koraput) ରହିଥିବା ବେଳେ କର୍ଣ୍ଣାଟକର ରାଇଚୁର ଦ୍ୱିତୀୟ, ତୃତୀୟ ସ୍ଥାନରେ ରହିଛି ତ୍ରିପୁରାର ଧଲାଈ ଓ  ଚତୁର୍ଥ ସ୍ଥାନରେ ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲା  ରହିଛି।