PF withdrawal rule: ବର୍ତ୍ତମାନ ଯଦି ଆପଣଙ୍କ ଟଙ୍କା ଦରକାର ତେବେ EPFO ଆପଣଙ୍କୁ ଏକ ଲକ୍ଷ ଟଙ୍କାର ଲାଭ ମିଳିପାରିବେ ଓ ଏହି ଟଙ୍କା ପାଇଁ ଆପଣଙ୍କୁ କୌଣସି ଡକ୍ୟୁମେଣ୍ଟର ଦେବାର ଆବଶ୍ୟକତା ନାହିଁ ।
Trending Photos
ନୂଆଦିଲ୍ଲୀ: PF ଆକାଉଣ୍ଟଧାରୀଙ୍କ (PF accountholders) ପାଇଁ ଏକ ବଡ଼ ଖବର ଅଛି । ବର୍ତ୍ତମାନ ଯଦି ଆପଣଙ୍କ ଟଙ୍କା ଦରକାର ତେବେ EPFO ଆପଣଙ୍କୁ ଏକ ଲକ୍ଷ ଟଙ୍କାର ଲାଭ ମିଳିପାରିବେ ଓ ଏହି ଟଙ୍କା ପାଇଁ ଆପଣଙ୍କୁ କୌଣସି ଡକ୍ୟୁମେଣ୍ଟର ଦେବାର ଆବଶ୍ୟକତା ନାହିଁ । କହି ରଖୁଛୁ ଯେ ଇପିଏଫ୍ଓ ତରଫରୁ ଦରମା ପ୍ରାପ୍ତ ଲୋକଙ୍କୁ ଏହି ଟଙ୍କା ଆଡ଼ଭାନ୍ସ କ୍ଲେମ (medical advance claim) ଆକାରରେ ଟଙ୍କା ଉଠାଇବାକୁ ସୁବିଧା ଦିଆଯାଉଛି ।
ଇପିଏଫ୍ଓ କହିଛି, “ଜୀବନ ପ୍ରତି ବିପଦ ଥିବା ରୋଗରେ ରୋଗୀକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବା ଆବଶ୍ୟକ ହୁଏ । ଯାହା ଦ୍ୱାରା ସେମାନଙ୍କ ଜୀବନ ବଞ୍ଚିପାରିବ । ଏହିପରି ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କ ଖର୍ଚ୍ଚ ପୂରଣ ପାଇଁ ଆଡଭାନ୍ସ ଟଙ୍କା ଦେବାର ସୁବିଧା ଦିଆଯାଉଛି ।"
ଜାଣନ୍ତୁ କ’ଣ ରହିଛି ସର୍ତ୍ତ
କହି ରଖୁଛୁ ଯେ କ୍ଲେମ କରୁଥିବା କର୍ମଚାରୀଙ୍କ ରୋଗୀଙ୍କୁ ସରକାରୀ / ପବ୍ଲିକ୍ ସେକ୍ଟର ୟୁନିଟ୍ / CGHS ପ୍ୟାନେଲ୍ ହସ୍ପିଟାଲରେ ଭର୍ତ୍ତି କରାଯିବା ଉଚିତ୍ । ଏଥି ସହିତ, ଯଦି ଆପଣ ଜରୁରୀକାଳୀନ ପରିସ୍ଥିତିରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି, ତେବେ ଏ ସମ୍ପର୍କରେ ତଦନ୍ତ କରାଯିବ । ଏହା ପରେ ହିଁ ଆପଣ ମେଡିକାଲ କ୍ଲେମ ପାଇଁ ଆବେଦନ ପୂରଣ କରିପାରିବେ ।
କେତେ ଲାଭ ପାଇବେ ଆପଣ
କହି ରଖୁଛୁ ଯେ ଆପଣ ୧ ଲକ୍ଷ ଟଙ୍କା ଆଡ଼ଭାନ୍ସ କ୍ଲେମ କରିପାରିବେ । ଯଦି ଆପଣ କାର୍ଯ୍ୟ ଦିବସରେ ଆବେଦନ କରୁଛନ୍ତି ତେବେ ଏହା ପରଦିନ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହେବ । ଏହି ଟଙ୍କା ସିଧାସଳଖ କର୍ମଚାରୀଙ୍କ ଆକାଉଣ୍ଟକୁ କିମ୍ବା ହସ୍ପିଟାଲକୁ ଟ୍ରାନ୍ସଫର କରାଯାଇପାରିବ ।
୪୫ ଦିନ ମଧ୍ୟରେ ଦେବାକୁ ପଡିବ ସ୍ଲିପ୍
ହସ୍ପିଟାଲରୁ ଡିସଚାର୍ଜ ହେବାର ୪୫ ଦିନ ମଧ୍ୟରେ ମେଡିକାଲ ସ୍ଲିପ ଦାଖଲ କରିବାକୁ ପଡିବ । ଅଗ୍ରୀମ ରାଶି ସହିତ ଆପଣଙ୍କ ଅନ୍ତିମ ବିଲ୍ ଆଡଜଷ୍ଟ କରି ଦିଆଯାଇଥାଏ ।
କିପରି ଉଠାଇ ପାରିବେ ଟଙ୍କା-
>> ଅଫିସିଆଲ୍ ୱେବସାଇଟ୍ www.epfindia.gov.in ରେ ଆପଣ ଅନଲାଇନରେ ଆଡ଼ଭାନ୍ସ କ୍ଲେମ କରିପାରିବେ ।
>> ଏହା ବ୍ୟତୀତ unifiedportalmem.epfindia.gov.in ରୁ ଆଡ଼ଭାନ୍ସ କ୍ଲେମ ମଧ୍ୟ କରାଯାଇହେବ ।
>> ଏଠାରେ ଆପଣଙ୍କୁ ଅନଲାଇନ୍ ସର୍ଭିସ ଉପରେ କ୍ଲିକ୍ କରିବାକୁ ପଡିବ ।
>> ବର୍ତ୍ତମାନ ଆପଣଙ୍କୁ କ୍ଲେମ କରିବାକୁ (ଫର୍ମ -୩୧,୧୯ ,୧୦ C ଏବଂ ୧୦ D) ପୂରଣ କରିବାକୁ ପଡିବ ।
>> ଏହା ପରେ, ଆପଣ ବ୍ୟାଙ୍କ ଖାତାର ଶେଷ 4 ଅଙ୍କ ଏଣ୍ଟ୍ରି କରି ଆପଣଙ୍କୁ ଭେରିଫାଇ କରିବାକୁ ପଡିବ ।
>> ବର୍ତ୍ତମାନ ଆପଣଙ୍କୁ Proceed for Online Claim ଉପରେ କ୍ଲିକ୍ କରିବାକୁ ପଡିବ ।
>> ଏହା ପରେ ଡ୍ରପ୍ ଡାଉନ୍ ରୁ PF ଆଡଭାନ୍ସ (ଫର୍ମ ୩୧) ଚୟନ କରିବାକୁ ପଡିବ ।
>> ଏହା ପରେ ଆପଣଙ୍କୁ ଟଙ୍କା ଉଠାଇବାର କାରଣ ମଧ୍ୟ ଦେବାକୁ ପଡିବ ।
>> ବର୍ତ୍ତମାନ ଆପଣଙ୍କୁ ଟଙ୍କା ଏଣ୍ଟର୍ କରିବାକୁ ପଡିବ ଏବଂ ଚେକ୍ ର ସ୍କାନ୍ ହୋଇଥିବା କପି ଅପଲୋଡ୍ କରିବାକୁ ପଡିବ ।
>> ଏହା ପରେ ଆପଣଙ୍କ ଆଡ୍ରେସର ଡିଟେଲ୍ସ କରିବାକୁ ପଡିବ ।
>> ଆଧାର OTP ଉପରେ କ୍ଲିକ୍ କରନ୍ତୁ ଏବଂ ଆଧାର ଲିଙ୍କ୍ ହୋଇଥିବା ମୋବାଇଲରେ ପ୍ରାପ୍ତ OTP ଏଣ୍ଟ୍ରି କରନ୍ତୁ ।
>> ବର୍ତ୍ତମାନ ଆପଣଙ୍କ କ୍ଲେମ ସବମିଟ ହେବ ।
ଏହା ବି ପଢ଼ନ୍ତୁ: ଭାରତରେ ଓମିକ୍ରନ୍ ରୋଗୀଙ୍କ ଠାରୁ କିପରି ମିଳୁଛି ଲକ୍ଷଣ? ନିଜେ ସଂକ୍ରମିତ ଥିବା ଡାକ୍ତର ଦେଲେ ଏହି ଜବାବ