Advertisement
Photo Details/zeeodisha/odisha771697
photoDetails0hindi

କେନ୍ଦ୍ର କର୍ମଚାରୀଙ୍କୁ କେତେ ମିଳିବ ଦୀପାବଳି ବୋନସ, ଜାଣନ୍ତୁ ସରକାରଙ୍କ ଗଣିତ

ଆପଣଙ୍କୁ ଜଣାଇଦେଉଛୁ ଯେ, ୩୦ ଲକ୍ଷ କର୍ମଚାରୀଙ୍କ ମଧ୍ୟରେ ଭାରତୀୟ ରେଳ, ଡାକ, ପ୍ରତିରକ୍ଷା, ଇପିଏଫଓ ଏବଂ ଇଏସଆଇସି ସମେତ ଅନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନର ୧୬.୯୭ ଲକ୍ଷ ଅଣ-ଗେଜେଟେଡ୍ କର୍ମଚାରୀ ସାମିଲ ଅଛନ୍ତି ।

1/6

ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର ସରକାର  (Central Government) ୩୦ ଲକ୍ଷରୁ ଅଧିକ କର୍ମଚାରୀଙ୍କ ପାଇଁ ଦୀପାବଳି ବୋନସ (Diwali Bonus) ଘୋଷଣା କରିଛନ୍ତି । ଏହା ମାଧ୍ୟମରେ କର୍ମଚାରୀ (government employees) ଙ୍କୁ ମୋଟ ୩,୭୩୭ କୋଟି ଟଙ୍କା ବୋନସ୍ ମିଳିବ । ଏବେ ପ୍ରଶ୍ନ ହେଉଛି ଯେ, କିଏ କେତେ ବୋନସ୍ ପାଇବେ । ଅର୍ଥ ମନ୍ତ୍ରଣାଳୟ ଏହାର ସମ୍ପୂର୍ଣ୍ଣ ଗଣିତକୁ ବ୍ୟାଖ୍ୟା କରିଛି । ଆସନ୍ତୁ ଆମେ ବିସ୍ତୃତ ଭାବରେ ଜାଣିବା...

2/6

ଅଣ-ଉତ୍ପାଦକତା ଲିଙ୍କ୍ଡ ବୋନସ୍ (PLB) ଗଣନା ପାଇଁ ଅର୍ଥ ମନ୍ତ୍ରଣାଳୟ ୭,୦୦୦ ଟଙ୍କା ସୀମା ଧାର୍ଯ୍ୟ କରିଛି । ବୋନସ୍ ହିସାବର ଏହି ସୀମା ସହିତ କର୍ମଚାରୀ ସର୍ବାଧିକ ୬,୯୦୮ ଟଙ୍କା ବୋନସ୍ ପାଇବାକୁ ଯୋଗ୍ୟ ହେବେ । ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ବ୍ୟୟ ବିଭାଗ ଏ ବିଷୟରେ ସୂଚନା ଦେଇଛି ।

3/6

ଆପଣଙ୍କୁ ଜଣାଇଦେଉଛୁ ଯେ, ୩୦ ଲକ୍ଷ କର୍ମଚାରୀଙ୍କ ମଧ୍ୟରେ ଭାରତୀୟ ରେଳ, ଡାକ, ପ୍ରତିରକ୍ଷା, ଇପିଏଫଓ ଏବଂ ଇଏସଆଇସି ସମେତ ଅନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନର ୧୬.୯୭ ଲକ୍ଷ ଅଣ-ଗେଜେଟେଡ୍ କର୍ମଚାରୀ ସାମିଲ ଅଛନ୍ତି । ସରକାର ସେମାନଙ୍କୁ ମଧ୍ୟ ବୋନସ ଦେଉଛନ୍ତି ।

ଅଧିକ ପଢ଼ନ୍ତୁ:-ବିଜେପି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ 'ଠକି' ଦେଇଛି କି ?

4/6

ଏଭଳି କର୍ମଚାରୀଙ୍କୁ ବୋନସ ଦେବାରୁ ସରକାରଙ୍କ ଉପରେ ୨,୭୯୧ କୋଟି ଟଙ୍କା ଆର୍ଥିକ ବୋଝ ପଡ଼ିବ । ଏଥି ସହିତ କେନ୍ଦ୍ର ସରକାରଙ୍କ ୧୩.୭୦ ଲକ୍ଷ କର୍ମଚାରୀଙ୍କୁ ବୋନସ ପ୍ରଦାନ କରାଯିବ । ଏହାଦ୍ୱାରା ସରକାରଙ୍କ ଉପରେ ୯୪୬ କୋଟି ଟଙ୍କା ଆର୍ଥିକ ବୋଝ ପଡ଼ିବ ।

5/6

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଏହି ବୋନସ୍ ସିଧାସଳଖ ସରକାରୀ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥାତ୍ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (DBT) ମାଧ୍ୟମରେ ଟ୍ରାନ୍ସ,ଫର କରାଯିବ । ଖୁବ ଶୀଘ୍ର କର୍ମଚାରୀମାନଙ୍କୁ ବୋନସ ଦିଆଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ଆର୍ମେନିଆ ବିରୋଧରେ ଆଜେରବାଇଜାନ ସହିତ ପାକିସ୍ତାନ-ତୁର୍କୀ, ଜାଣନ୍ତୁ କ'ଣ ରହିଛି ଭାରତର ଆଭିମୁଖ୍ୟ ?

6/6

କେନ୍ଦ୍ର ସରକାର ମନେ କରନ୍ତି ଯେ କର୍ମଚାରୀମାନେ ପର୍ବ ସମୟରେ ଖର୍ଚ୍ଚ କରିବାକୁ ପ୍ରୋତ୍ସାହିତ ହେବେ ଏବଂ ଏହା ଅର୍ଥ ବ୍ୟବସ୍ଥାରେ ଚାହିଦା ବଢ଼ାଇବ ।