Advertisement
Photo Details/zeeodisha/odisha783330
photoDetails0hindi

ଫାଇନାଲରେ ବୋଲିଂ କରିବେ ନାହିଁ ହାର୍ଦ୍ଦିକ : ରୋହିତ

ଆଉ କିଛି ସମୟ ପରେ ଆରମ୍ଭ ହେବ ଚଳିତ ବର୍ଷ ଖେଳାଯାଉଥିବା ଆଇପିଏଲର ଫାଇନାଲ ମ୍ୟାଚ ।

1/4

ରୋହିତ କହିଛନ୍ତି, ଆମେମାନେ ବୋଲିଂ କରିବାକୁ ତାଙ୍କୁ ସମ୍ପୂର୍ଣ୍ଣ ସୁଯୋଗ ପ୍ରଦାନ କରିବୁ । କିନ୍ତୁ ସେ ସହଜ ଭାବୁନଥିବାରୁ ଫାଇନାଲ ମ୍ୟାଚରେ ବୋଲିଂ କରିବାକୁ ଦିଆଯାଇ ନପାରେ । ଯଦି ସେ ବୋଲିଂ କରିବାକୁ ସହଜ ଭାବିବେ ତେବେ ତାଙ୍କୁ ବୋଲିଂ କରିବାକୁ ଦିଆଯିବ ବୋଲି ରୋହିତ ସୂଚନା ଦେଇଛନ୍ତି । 

2/4

ଆଇପିଏଲର ଫାଇନାଲ ମ୍ୟାଚ ଦୁବାଇ ଇଣ୍ଟର ନ୍ୟାସନାଲ କ୍ରିକେଟ ଷ୍ଟାଡ଼ିୟମରେ ଖେଳାଯିବ । ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବରୁ ପାଞ୍ଚଥର ଚାମ୍ପିଅନ ରହି ସାରିଛି । ଦିଲ୍ଲୀ କିନ୍ତୁ ପ୍ରଥମ ଥର ପାଇଁ ଫାଇନାଲ ଖେଳିବ । ବିଗତ ୧୩ ବର୍ଷ ମଧ୍ୟରେ ଦିଲ୍ଲୀ ପ୍ରଥମ ଥର ପାଇଁ ଫାଇନାଲ ରେ ପ୍ରବେଶ କରିଛି । 

3/4

ରୋହିତ କହିଛନ୍ତି କି, ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଟିମର ପରିଚାଳନା କମିଟି କୌଣସି ଖେଳାଳିଙ୍କ ଉପରେ କୌଣସି ଚାପ ପ୍ରୟୋଗ କରିନଥାନ୍ତି । କାରଣ ଏଭଳି କରିବା ଦ୍ୱାରା ଖେଳାଳିଙ୍କ ମନୋବଳ ଦୁର୍ବଳ ହୋଇଥାଏ । ଏପରି ହେଲେ ଖେଳାଳିମାନେ ତାଙ୍କର ସ୍ୱଭାବିକ ଖେଳ ପ୍ରଦର୍ଶନ କରିପାରିନଥାନ୍ତି ବୋଲି ରୋହିତ ସୂଚନା ଦେଇଛନ୍ତି।

4/4

ହାର୍ଦ୍ଦିକ ଆଇପିଏଲର ଚଳିତ ସିଜନରେ ମାତ୍ର ଗୋଟିଏ କିମ୍ବା ଦୁଇଟି ମ୍ୟାଚରେ ବୋଲିଂ କରିଛନ୍ତି । ବୋଲିଂରେ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିନଥିଲେ ମଧ୍ୟ ବ୍ୟାଟିଂ କ୍ଷେତ୍ରରେ ବେଶ ଦମଦାର ପ୍ରଦର୍ଶନ କରିଛନ୍ତି ।