Advertisement
Photo Details/zeeodisha/odisha1107506
photoDetails0hindi

ଋଷର କ୍ଷେପଣାସ୍ତ୍ର ଏବଂ ଟ୍ୟାଙ୍କ ମାଡ଼ରେ ୟୁକ୍ରେନରେ ବିପର୍ଯ୍ୟୟ, ଦେଖନ୍ତୁ ଭୟଙ୍କର ଚିତ୍ର

Russia-Ukraine War: ଋଷର ସେନା ୟୁକ୍ରେନର ଅନେକ ସହରରେ କ୍ଷେପଣାସ୍ତ୍ର ମାଡ଼ କରିଛି । ୟୁକ୍ରେନରୁ ଆସୁଥିବା କିଛି ବିନାଶର ଚିତ୍ର ଦର୍ଶାଉଛି ଯେ ୟୁକ୍ରେନବାସୀଙ୍କ ଜୀବନ କିପରି ନଷ୍ଟ ହେବାକୁ ଲାଗିଛି, ଲୋକମାନେ ଭୟଭୀତ ଅବସ୍ଥାରେ ଦୌଡୁଥିବାର ମଧ୍ୟ ନଜର ଆସୁଛନ୍ତି ।

1/9

ୟୁକ୍ରେନ ଉପରେ ଋଷ ଜୋରଦାର ଆକ୍ରମଣ କରିଛି । ଋଷର ସେନା ୟୁକ୍ରେନର ଅନେକ ସହରରେ କ୍ଷେପଣାସ୍ତ୍ର ମାଡ଼ କରିଛି । ୟୁକ୍ରେନରୁ ବାହାରୁଥିବା ଏହି ବିନାଶର ଚିତ୍ର ଦର୍ଶାଉଛି ଯେ ୟୁକ୍ରେନବାସୀଙ୍କ ଜୀବନ କିପରି ନଷ୍ଟ ହେବାକୁ ଲାଗିଛି, ଲୋକମାନେ ଭୟଭୀତ ଅବସ୍ଥାରେ ଦୌଡୁଥିବାର ମଧ୍ୟ ନଜର ଆସୁଛନ୍ତି ।

2/9

ୟୁକ୍ରେନ ଏବଂ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ AFP ୟୁକ୍ରେନର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ଉଦ୍ଧୃତ କରି କହିଛି ଯେ ଋଷର ଆକ୍ରମଣରେ ଏପର୍ଯ୍ୟନ୍ତ ୪୦ ଜଣ ୟୁକ୍ରେନ ସୈନିକଙ୍କର ମୃତ୍ୟୁ ଘଟିଛି । ଏହା ବ୍ୟତୀତ ୧୦ ଜଣ ସାଧାରଣ ନାଗରିକ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି । ୟୁକ୍ରେନରୁ ସାମ୍ନାକୁ ଆସୁଥିବା ଚିତ୍ରଗୁଡ଼ିକ ଅତ୍ୟନ୍ତ ଭୟଙ୍କର ଦୃଶ୍ୟମାନ ହେଉଛି ।

3/9

ଋଷର ସାମରିକ ବାହିନୀ ୟୁକ୍ରେନ ଉପରେ ଆକ୍ରମଣ କରିବାର ବେଳେ ହେଉଥିବା ବିସ୍ଫୋରଣ ୟୁକ୍ରେନମାନଙ୍କୁ ଭୟଭୀତ କରିଛି । ଲୋକମାନେ ମେଟ୍ରୋ ଷ୍ଟେସନ ଏବଂ ମେଟ୍ରୋ ଭିତରେ ଆଶ୍ରୟ ନେଇଛନ୍ତି ।

4/9

ଏହା ବ୍ୟତୀତ ଲୋକମାନେ ବସ ଷ୍ଟାଣ୍ଡରେ ଅପେକ୍ଷା କରିଛନ୍ତି ଏବଂ କିଛି ଲୋକମାନେ ନିଜ କାରରେ ସହର ଛାଡିବାକୁ ତତ୍ପର ହେଉଥିବାର ଦେଖାଯାଉଛନ୍ତି । ଷ୍ଟେସନରେ କାରଗୁଡିକର ଲମ୍ବା ଲାଇନ ଯାଉଥିବା ମଧ୍ୟ ଦେଖାଯାଉଛି । ସହରର ମେଟ୍ରୋ ଷ୍ଟେସନଗୁଡିକ ଲୋକଙ୍କ ରହିବା ପାଇଁ ନିରାପଦ ସ୍ଥାନ ଭାବରେ ଘୋଷିତ ହୋଇଛି ।ଲୋକମାନେ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ଷ୍ଟେସନରେ ଆଶ୍ରୟ ନେଇଛନ୍ତି ।

5/9

କେବଳ ଏତିକି ନୁହେଁ, ଋଷର ଆକ୍ରମଣର ମଧ୍ୟରେ ସହରରେ ସାଇରନ୍ ଶବ୍ଦ ବାଜୁଛି, ତେଣୁ ଲୋକଙ୍କ ପାଖରେ ଘର ଛାଡି ସୁରକ୍ଷିତ ସ୍ଥାନକୁ ଯିବା ଛଡା ଅନ୍ୟ କୌଣସି ବିକଳ୍ପ ନାହିଁ । ୟୁକ୍ରେନର ଖଇରକିଭ ଅଞ୍ଚଳରେ ଯେତେବେଳେ ଋଷ ଏକ ଏୟାର ଷ୍ଟ୍ରାଇକ୍ କଲା, ସେତେବେଳେ ସମସ୍ତ କୋଠା ନଷ୍ଟ ହୋଇଯାଇଛି, ଏଠାରେ ଅନେକ ଲୋକ ପ୍ରାଣ ହରାଇଛନ୍ତି ।

6/9

ଖବର ଅନୁଯାୟୀ, ୟୁକ୍ରେନର ନୋଭୋଲୁହାନ୍ସକେ ସହରରେ ଋଷର ସେନା ଦ୍ୱାରା ପ୍ରବଳ ଗୁଳି ବିନିମୟ ହୋଇଥିଲା । ଏଠାରେ ସବୁ ସ୍ଥାନରେ ବୋମା ବର୍ଷା ଯାଇଥିଲା, ତେଣୁ ଏଠାରେ ଥିବା ଘରଗୁଡ଼ିକ ନଷ୍ଟ ହୋଇଯାଇଛି । 

7/9

ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ୟୁକ୍ରେନ ଉପରେ ଆକ୍ରମଣ କରୁଥିବାବେଳେ ୟୁକ୍ରେନ ସୈନ୍ୟମାନେ ଆତ୍ମସମର୍ପଣ କରିବା ଉଚିତ ବୋଲି ସ୍ପଷ୍ଟ ଚେତାବନୀ ଦେଇଛନ୍ତି ।

8/9

ଅପର ପକ୍ଷରେ କ୍ୱିଭ ମେୟର ଭିଟାଲୀ କ୍ଲିଚକୋ ସହରର ତିନି ନିୟୁତ ଲୋକଙ୍କୁ ଘର ଭିତରେ ରହିବାକୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ ଯଦି ସମ୍ପୂର୍ଣ୍ଣରୂପେ ଜରୁରୀ ନହୁଏ, ତେବେ ଘରୁ ବାହାରକୁ ବାହାରନ୍ତୁ ନାହିଁ, ଏବଂ ଆବଶ୍ୟକତା ଅନୁଯାୟୀ ଷ୍ଟକ୍ ରଖିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି ।

9/9

ୟୁକ୍ରେନ ଏବଂ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ AFP ୟୁକ୍ରେନର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ଉଦ୍ଧୃତ କରି କହିଛି ଯେ ଋଷର ଆକ୍ରମଣରେ ଏପର୍ଯ୍ୟନ୍ତ ୪୦ ଜଣ ୟୁକ୍ରେନ ସୈନିକଙ୍କର ମୃତ୍ୟୁ ଘଟିଛି । ଏହା ବ୍ୟତୀତ ୧୦ ଜଣ ସାଧାରଣ ନାଗରିକ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି । ୟୁକ୍ରେନରୁ ସାମ୍ନାକୁ ଆସୁଥିବା ଚିତ୍ରଗୁଡ଼ିକ ଅତ୍ୟନ୍ତ ଭୟଙ୍କର ଦୃଶ୍ୟମାନ ହେଉଛି ।