Russia-Ukraine War, Russian President Vladimir Putin: ଆମେରିକା (America) ସମେତ ଅନେକ ପାଶ୍ଚାତ୍ୟ ଦେଶ ଋଷ (Russia) ର ଏହି ପଦକ୍ଷେପକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅର୍ଥାତ ବର୍ତ୍ତମାନ ଗୋଟିଏ ପଟେ ଆମେରିକା (US), ଫ୍ରାନ୍ସ (France), ବ୍ରିଟେନ (Britain) ଭଳି ଦେଶ ଓ ଅନ୍ୟ ପଟେ ଋଷର ରାଷ୍ଟ୍ରପତି ପୁଟିନ (Putin) ଅଛନ୍ତି । ଏକଦା ପୁଟିନ ଋଷର ଗୁପ୍ତଚର ଭାବରେ ଜଣାଶୁଣା ଥିଲେ, ଯିଏ ବର୍ତ୍ତମାନ ନିଜର ନିଷ୍ପତ୍ତିକୁ ନେଇ ସାରା ଦୁନିଆରେ ଚର୍ଚ୍ଚାରେ ଅଛନ୍ତି । ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯେ ଭ୍ଲାଦିମିର ପୁଟିନ ଋଷର କ୍ଷମତାର ଶିଖରକୁ କିପରି ପହଞ୍ଚିଛନ୍ତି?
ନୂଆଦିଲ୍ଲୀ: Russia-Ukraine War, Russian President Vladimir Putin: ଋଷ ଓ ୟୁକ୍ରେନ ମଧ୍ୟରେ ମାସେ ଧରି ଚାଲିଥିବା ବିବାଦ ଭୟଙ୍କର ରୂପ ନେଇଛି । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ୟୁକ୍ରେନ (Ukraine) ବିରୋଧରେ ସାମରିକ ଅପରେସନ ଘୋଷଣା କରିଛନ୍ତି । ଘୋଷଣାର କିଛି ସମୟ ପରେ ୟୁକ୍ରେନ ରାଜଧାନୀ କୀଭ (Ukrainian capital Kiev) ରେ ବିସ୍ଫୋରଣ ଘଟିବାରେ ଶୁଣିବାକୁ ମିଳିଛି ।
ତେବେ ଆମେରିକା (America) ସମେତ ଅନେକ ପାଶ୍ଚାତ୍ୟ ଦେଶ ଋଷ (Russia) ର ଏହି ପଦକ୍ଷେପକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅର୍ଥାତ ବର୍ତ୍ତମାନ ଗୋଟିଏ ପଟେ ଆମେରିକା (US), ଫ୍ରାନ୍ସ (France), ବ୍ରିଟେନ (Britain) ଭଳି ଦେଶ ଓ ଅନ୍ୟ ପଟେ ଋଷର ରାଷ୍ଟ୍ରପତି ପୁଟିନ (Putin) ଅଛନ୍ତି ।
ଏକଦା ପୁଟିନ ଋଷର ଗୁପ୍ତଚର ଭାବରେ ଜଣାଶୁଣା ଥିଲେ, ଯିଏ ବର୍ତ୍ତମାନ ନିଜର ନିଷ୍ପତ୍ତିକୁ ନେଇ ସାରା ଦୁନିଆରେ ଚର୍ଚ୍ଚାରେ ଅଛନ୍ତି । ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯେ ଭ୍ଲାଦିମିର ପୁଟିନ ଋଷର କ୍ଷମତାର ଶିଖରକୁ କିପରି ପହଞ୍ଚିଛନ୍ତି?
ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ଙ୍କ କାହାଣୀ ସୋଭିଏତ ସଂଘର ଲେନିନ୍ ଗ୍ରେଡରୁ ଆରମ୍ଭ ହୋଇଥାଏ, ଅର୍ଥାତ୍ ଆଜିର ସେଣ୍ଟ ପିଟର୍ସର୍ସ । ଭ୍ଲାଦିମିର୍ ରୋଭିଚ୍ ପୁଟିନ୍ ଓ ମାରିଆ ଇୱାନୋୱନାଙ୍କ ଘରେ ୭ ଅକ୍ଟୋବର ୧୯୫୨ରେ ସେମାନଙ୍କର ତୃତୀୟ ସନ୍ତାନର ଜନ୍ମ ହୋଇଥିଲା । ଯାହାଙ୍କ ନାମ ଭ୍ଲାଦିମିର ପୁଟିନ (Vladimir Putin) । ଭ୍ଲାଦିମିର ପୁଟିନଙ୍କ ପୂର୍ବରୁ ତାଙ୍କର ଦୁଇ ସନ୍ତାନ ଶିଶୁ ଅବସ୍ଥାରେ କୌଣସି ରୋଗରେ ମୃତ୍ୟୁବରଣ କରିଥିଲେ ।
ପିଲାଦିନରେ ଭ୍ଲାଦିମିର ପୁଟିନ (Vladimir Putin) ତାଙ୍କଠାରୁ ବୟସରେ ବଡ଼ ପୁଅମାନଙ୍କ ସହିତ ଝଗଡ଼ା କରୁଥିଲେ । ସେଥିପାଇଁ ସେ ପିଲାଦିନେ ଜୁଡୋ ଶିଖିଥିଲେ । ପୁଟିନଙ୍କ ପିତା ସୋଭିଏତ୍ ନୌସେନାରେ ଥିବାବେଳେ ତାଙ୍କ ମା ଏକ କାରଖାନାରେ କାମ କରୁଥିଲେ । ସେପ୍ଟେମ୍ବର ୧୯୬୦ରୁ ସେ ତାଙ୍କ ଘର ନିକଟ ବିଦ୍ୟାଳୟରେ ଅଧ୍ୟୟନ କରିଛନ୍ତି । ସେ ସେଣ୍ଟ ପିଟର୍ସବର୍ଗ ଷ୍ଟେଟ ୟୁନିଭର୍ସିଟିରୁ ଆଇନ ଅଧ୍ୟୟନ କରିଛନ୍ତି ।
ଆଇନ ସ୍ନାତକ ପୁଟିନ୍ ୧୯୭୫ରେ ସୋଭିଏତ୍ ୟୁନିଅନର ଗୁଇନ୍ଦା ସଂସ୍ଥା କେଜିବି (Soviet Union's intelligence agency KGB) ରେ ଯୋଗ ଦେଇଥିଲେ ଓ ଋଷର ଗୁପ୍ତଚର ହୋଇଥିଲେ । ୧୯୮୦ ଦଶକରେ ତାଙ୍କୁ ଜର୍ମାନୀରେ ପୋଷ୍ଟ କରାଯାଇଥିଲା । ପୁଟିନ ୧୬ ବର୍ଷ ଗୁପ୍ତଚର ଭାବରେ କାର୍ଯ୍ୟ କରିଛନ୍ତି, ତା’ପରେ ଇସ୍ତଫା ଦେଇ ରାଜନୀତିରେ ଯୋଗ ଦେଇଥିଲେ ।
୧୯୯୧ର ଶେଷ ଭାଗରେ ଯେତେବେଳେ ସୋଭିଏତ୍ ୟୁନିଅନ୍ (Soviet Union: USSR) ଖଣ୍ଡ ବିଖଣ୍ଡିତ ହେଲା ୨୫ ଡିସେମ୍ବର ୧୯୯୧ରେ ସୋଭିଏତ୍ ୟୁନିଅନର ରାଷ୍ଟ୍ରପତି ମିଖାଇଲ୍ ଗୋର୍ବାଚେଭ (Mikhail Gorbachev) ନିଜ ପଦରୁ ଇସ୍ତଫା ଦେଇଥିଲେ । ତା’ପରେ ଋଷର ନୂତନ ରାଷ୍ଟ୍ରପତି ବୋରିସ୍ ୟେଲଟସିନ୍ (Boris Yeltsin) କ୍ଷମତାକୁ ଆସିଲେ ।
ସୋଭିଏତ ସଂଘକୁ ଆନୁଷ୍ଠାନିକ ଭାବେ ଭାଙ୍ଗିଦେବା ଓ ଋଷର ରାଷ୍ଟ୍ରପତି ଭବନରେ ଋଷର ପତାକା ଉତ୍ତୋଳନ କଲାବେଳେ ବୋରିସ୍ ଓ ପୁଟିନ ଅଧିକ ନିକଟତର ହେଲେ । ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ଏକ ଭଲ ସମ୍ପର୍କ ଗଢ଼ିବା ଆରମ୍ଭ ହେଲା । ୧୧୯୯ରେ ୟେଲଟସିନ୍ ପୁଟିନ (Putin) ଙ୍କୁ ପ୍ରଧାନମନ୍ତ୍ରୀ କରିଥିଲେ ।
ଏହା ବି ପଢ଼ନ୍ତୁ:-ତୃତୀୟ ବିଶ୍ୱ ଯୁଦ୍ଧର ପଦଧ୍ୱନି! ୟୁକ୍ରେନରେ ପ୍ରବେଶ କଲା ଋଷର ଯୁଦ୍ଧ ଟ୍ୟାଙ୍କ୍, ରାଜଧାନୀ ସମେତ ଅନେକ ସହରରେ ବାଲିଷ୍ଟିକ୍ ମିସାଇଲ୍ ଆକ୍ରମଣ
ଏହା ବି ପଢ଼ନ୍ତୁ:-ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ ପୁଟିନ; ଧମାକାରେ ଥରି ଉଠିଲା ବିଭିନ୍ନ ସହର
ଏହା ବି ପଢ଼ନ୍ତୁ:-କିସମିସ ଓ ମହୁର ଆଶ୍ଚର୍ଯ୍ୟଜନକ ଲାଭ: ପୁରୁଷଙ୍କ ଯୌନ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବହୁତ ଲାଭଦାୟକ, ଏହି ସମୟରେ କରନ୍ତୁ ସେବନ
ଏହା ବି ପଢ଼ନ୍ତୁ:-ତୃତୀୟ ବିଶ୍ୱଯୁଦ୍ଧ ମୁହାଁ ଦୁନିଆ! ଜାଣନ୍ତୁ ୟୁକ୍ରେନ-ଋଷ ସଙ୍କଟରେ କେଉଁ ଦେଶ କାହା ସହିତ ଛିଡା ହୋଇଛି?
ଏହା ବି ପଢ଼ନ୍ତୁ:-ମର୍ଯ୍ୟାଦାର ସମସ୍ତ ସୀମା ଲଙ୍ଘିଛି ଏହି ୱେବ୍ ସିରିଜ୍, ଭୁଲରେ ବି ଦେଖନ୍ତୁନି ପରିବାର ସହ
୩୧ ଡିସେମ୍ବର ୧୯୯୯ରେ ୟେଲଟସିନ୍ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ତା’ପରେ ପୁଟିନ (Putin) କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କଲେ । ୨୬ ମାର୍ଚ୍ଚ ୨୦୦୦ରେ ପୁଟିନ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ଜିତିଥିଲେ । ଅର୍ଥାତ୍ ସମସ୍ତ ସମସ୍ୟାର ସାମ୍ନା କରି ଜଣେ ସାଧାରଣ ବାଳକ ବର୍ତ୍ତମାନ ଦେଶର ରାଷ୍ଟ୍ରପତି ହୋଇସାରିଥିଲେ ।
ମାର୍ଚ୍ଚ ୨୦୦୪ରେ ପୁଟିନ (Putin) ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ । ସେ ୭୦ ପ୍ରତିଶତ ଭୋଟରେ ଜିତିଥିଲେ । ଏହିପରି ଭାବରେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ରାଷ୍ଟ୍ରପତି ହେବାର ଯାତ୍ରା ଜାରି ରଖିଛନ୍ତି ।
ट्रेन्डिंग फोटोज़