ପାକିସ୍ତାନରେ ବିମାନ ଦୁର୍ଘଟଣା, ଶତାଧିକ ମୃତ ଆଶଙ୍କା
Advertisement
Article Detail0/zeeodisha/odisha684995

ପାକିସ୍ତାନରେ ବିମାନ ଦୁର୍ଘଟଣା, ଶତାଧିକ ମୃତ ଆଶଙ୍କା

ଆବାସିକ ଅଞ୍ଚଳରେ ଖସି ପଡ଼ିଲା ବିମାନ

ପାକିସ୍ତାନରେ ବିମାନ ଦୁର୍ଘଟଣା, ଶତାଧିକ ମୃତ ଆଶଙ୍କା

ନୂଆଦିଲ୍ଲୀ: କୋରୋନା ସଂକଟ ସମୟରେ ପାକିସ୍ତାରେ ଏକ ବଡ଼ଧରଣର ବିମାନ ଦୁର୍ଘଟଣା ହୋଇଥିବା ସୂଚନା ସାମ୍ନାକୁ ଆସିଛି। ତେବେ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ସାମ୍ନାକୁ ଆସିନଥିବା ବେଳେ ୯୦ରୁ ଊର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନୀ ଘଟିଥିବା ଖବର ମିଳିଛି। 

ମିଳିଥିବା ସୂଚନା ମୁତାବକ ଲାହୋରରୁ ୯୦ ଜଣ ଯାତ୍ରୀ ଓ ୮ ଜଣ ବିମାନ କର୍ମଚାରୀଙ୍କୁ ଧରି ପାକିସ୍ତାନର ଏକ ବିମାନ ପିକେ୮୩୦୩ ନମ୍ବର ବିଶିଷ୍ଟ ଏକ ବିମାନ କରାଚି ଅଭିମୁଖେ ଉଡ଼ାଣ ଭରିଥିଲା। କରାଚି ବିମାନ ବନ୍ଦର ନିକଟ ଏକ ଆବାସିକ ଅଞ୍ଚଳରେ ତାହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ରହିଛି। 

 

ଏହି ଘଟଣା ବିଜୁଳି ବେଗରେ ବ୍ୟାପିଯାଇଥିଲା। ଦୁର୍ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ମଧ୍ୟ ବେଶ ଭାଇରାଲ ହୋଇଥିଲା। ଫୁଟେଜରେ ଦୁର୍ଘଟଣାସ୍ଥଳରୁ ଧୂଆଁ ବାହାରୁଥିବା ଦେଖାଯାଇଛି। ବାସିନ୍ଦାଙ୍କୁ ସାହାଯ୍ୟ କରିବା ପାଇଁ ଆମ୍ବୁଲାନ୍ସ ଏବଂ ଉଦ୍ଧାର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଆନ୍ତଃସେବା ଜନସମ୍ପର୍କ ବିଭାଗ (ଆଇଏସଆରପି)ର ଏକ ବିବୃତ୍ତିରେ କୁହାଯାଇଛି ଯେ ସିଭିଲ୍ ପ୍ରଶାସନ ସହିତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଆର୍ମି କୁଇକ୍ ରିଆକ୍ସନ୍ ଫୋର୍ସ ଏବଂ ସିନ୍ଧ ପାକିସ୍ଥାନ ରେଞ୍ଜର୍ସ ଉକ୍ତ ସ୍ଥାନରେ ପହଞ୍ଚିଛନ୍ତି। ବିମାନ ଦୁର୍ଘଟଣା ହେତୁ କରାଚିର ସମସ୍ତ ପ୍ରମୁଖ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ଓ ଜନସଂଖ୍ୟା କଲ୍ୟାଣ ମନ୍ତ୍ରୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ବୋଲି ସିନ୍ଧ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗଣମାଧ୍ୟମ ସଂଯୋଜକ ମେରାନ ୟୁସୁଫ କହିଛନ୍ତି।

fallback

ଗତ ବର୍ଷ ଗିଲଗିଟ ବିମାନବନ୍ଦରରେ ଅବତରଣ କରିବା ସମୟରେ ରନୱେରୁ ଖସିଯିବା ପରେ ଏକ PIA ବିମାନ ଦୁର୍ଘଟଣାରୁ ରକ୍ଷା ପାଇଥିଲା। ଏହି ଦୁର୍ଘଟଣାରେ ଯାତ୍ରୀମାନେ ନିରାପଦରେ ରହିଥିଲେ ମଧ୍ୟ ବିମାନଟି ବହୁ କ୍ଷୟକ୍ଷତି କରିଥିଲା। ୨୦୧୬ରେ, PIA ବିମାନ PK-661 ୪୮ଜଣ ଯାତ୍ରୀ ଏବଂ କର୍ମଚାରୀଙ୍କୁ ନେଇ ଡିସେମ୍ବର ୭ରେ ଚିତ୍ରାଲରୁ ଇସଲାମାବାଦ ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।