ପିଜ୍ଜା ଡେଲିଭରୀ ବୟ କୋରୋନା ପଜିଟିଭ, ୭୨ଟି ପରିବାରକୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ
Advertisement

ପିଜ୍ଜା ଡେଲିଭରୀ ବୟ କୋରୋନା ପଜିଟିଭ, ୭୨ଟି ପରିବାରକୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ

ଦକ୍ଷିଣ ଦିଲ୍ଲୀରେ ଆଜି ଜଣେ ପିଜ୍ଜା ଡେଲିଭରୀ ବୟ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି

ପିଜ୍ଜା ଡେଲିଭରୀ ବୟ କୋରୋନା ପଜିଟିଭ, ୭୨ଟି ପରିବାରକୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ

ଦିଲ୍ଲୀ: ଦକ୍ଷିଣ ଦିଲ୍ଲୀରେ ଆଜି ଜଣେ ପିଜ୍ଜା ଡେଲିଭରୀ ବୟ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବ୍ୟକ୍ତି ଜଣକ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଦକ୍ଷିଣ ଦିଲ୍ଲୀର ୭୨ଟି ପରିବାରକୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ଏହି ଡେଲିଭରୀ ବୟ ଜଣଙ୍କ ଏକ ମାସ ହେବ ଅସୁସ୍ଥ ଅନୁଭବ କରୁଥିଲେ । ସେ ଏ ନେଇ ଡାକ୍ତରଙ୍କ ପରାମର୍ଶ ନେିଥିବାବେଳେ ସାଧାରଣ ଥଣ୍ଡା ହୋଇଛି ବୋଲି କହି ଡାକ୍ତର ତାଙ୍କୁ ଘରକୁ ଫେରାଇଦେଇଥିଲେ । ମାତ୍ର ତାଙ୍କର ସ୍ୱାସ୍ଥ୍ୟ କ୍ରମାଗତ ଭାବରେ ଭଲ ନ ହେବାରୁ ତାଙ୍କୁ RML ଡାକ୍ତରଖାନାକୁ ପଠାଯାଇଥିଲା ଆଉ ସେଠାରେ ସେ COVID-19 ପଜିଟିଭ ଚିହ୍ନଟ ହୋଇଥିଲେ ।  

 

ସାଉଥ ଦିଲ୍ଲୀର ଡିଏମଙ୍କ କହିବା ମୁତାବକ ସେ ଏପ୍ରିଲ ୧୧ତାରିଖ ଦିନ ପଜିଟିଭ ଚିହ୍ନଟ ହୋଇଥିଲେ । ଏବଂ ସେ ୭୨ଜଣଙ୍କ ଘରେ ପିଜ୍ଜା ଡେଲିଭରୀ କରିଥିଲେ । ସେ ଯେଉଁ ଯେଉଁ ଘରେ ପିଜ୍ଜା ଡେଲିଭରୀ କରିଥିଲେ ସେ ସମସ୍ତ ଘରକୁ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି । 

fallback

ଏତଦ୍ ବ୍ୟତୀତ ସେ ସିଧାସଳଖ ୧୭ଜଣ ଅନ୍ୟ ଡେଲିଭରୀ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିଲେ । ତେଣୁ ସେମାନଙ୍କୁ ଛତ୍ରପୁରରେ ହୋଇଥିବା କୋଭିଡ ୧୯ କ୍ୱାରେଣ୍ଟାଇନରେ ରଖାଯାଇଥିବା  ଡିଏମ ବି.ଏମ ମିଶ୍ର କହିଛନ୍ତି । 

ଦିଲ୍ଲୀରେ ବର୍ତ୍ତମାନ ୧୫୭୮ ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩୨ଜଣଙ୍କର ଏଯାବତ ମୃତ୍ୟୁ ଘଟିଛି ।