ଦଶହରା ପୂର୍ବରୁ ୧୪ କୋଟି ଲୋକଙ୍କୁ ମିଳିବ ବଡ଼ ଉପହାର! ସରକାର ସମସ୍ତଙ୍କ ଖାତାରେ ପଠାଇବାକୁ ଯାଉଛନ୍ତି ଏତେ ଟଙ୍କା
Advertisement

ଦଶହରା ପୂର୍ବରୁ ୧୪ କୋଟି ଲୋକଙ୍କୁ ମିଳିବ ବଡ଼ ଉପହାର! ସରକାର ସମସ୍ତଙ୍କ ଖାତାରେ ପଠାଇବାକୁ ଯାଉଛନ୍ତି ଏତେ ଟଙ୍କା

PM Kisan Yojana: ମନେ କରାଯାଉଛି ଯେ, ସେପ୍ଟେମ୍ବରର ବେତନରେ କେନ୍ଦ୍ର କର୍ମଚାରୀଙ୍କ ବର୍ଦ୍ଧିତ ଭତ୍ତା ଓ ବକେୟା ରାଶି ଯୋଡ଼ି ଆସିବ । ଏହି କାରଣରୁ କର୍ମଚାରୀଙ୍କ ହାତରେ ମୋଟା ଅଙ୍କର ଅର୍ଥ ଆସିବ, ଯାହା ଦ୍ୱାରା ସେମାନେ ଦଶହରା-ଦୀପାବଳୀ ପରି ପାର୍ବଣ ଋତୁରେ ଜୋରସୋରରେ ସପିଂ କରିପାରିବେ ।

ଦଶହରା ପୂର୍ବରୁ ୧୪ କୋଟି ଲୋକଙ୍କୁ ମିଳିବ ବଡ଼ ଉପହାର! ସରକାର ସମସ୍ତଙ୍କ ଖାତାରେ ପଠାଇବାକୁ ଯାଉଛନ୍ତି ଏତେ ଟଙ୍କା

ନୂଆଦିଲ୍ଲୀ: PM Kisan Yojana: ଏଥର ଦଶହରା କୋଟି କୋଟି ଲୋକଙ୍କ ପାଇଁ ଖାସ୍ ହେବାକୁ ଯାଉଛି । ସୂଚନାନୁସାରେ, ଆଜି ଅର୍ଥାତ ସେପ୍ଟେମ୍ୱର ୨୮ରେ କେନ୍ଦ୍ର ସରକାରଙ୍କ କ୍ୟାବିନେଟ ବୈଠକ ହେବ ଯେଉଁଥିରେ ୧୪ କୋଟି ଲୋକଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିବାକୁ ନିଷ୍ପତ୍ତି ନିଆଯାଇପାରେ । ମନେ କରାଯାଉଛି ଯେ, ଏହି ଟଙ୍କା ଦଶହରା ପୂର୍ବରୁ ଲୋକଙ୍କ ଆକାଉଣ୍ଟରେ ପହଞ୍ଚିପାରେ । ଯଦି ଏପରି ହୁଏ ତେବେ କୋଟି କୋଟି ଲୋକଙ୍କ ପାଇଁ ଏହି ପାର୍ବଣ ଋତୁ ଖୁସିମୟ ହେବ ।

ସୂଚନାନୁସାରେ, ଆଜି ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ କମିଟି ବୈଠକରେ କେନ୍ଦ୍ର କର୍ମଚାରୀ (Central Government Employees) ଓ ପେନସନଭୋଗୀ (Pensioners) ଙ୍କ ପାଇଁ ମହଙ୍ଗା ଭତ୍ତା (Dearness Allowance) ଓ ମହଙ୍ଗା ରିଲିଫ୍ (Dearness Relief) ଅନୁମୋଦନ କରାଯାଇପାରେ । ସରକାର DA ଓ DR କୁ ୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ ବୋଲି ଆଶା କରାଯାଉଛି । ଯଦି ଏହା ଘଟେ । ତେବେ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀମାନଙ୍କ ପାଇଁ ଖୁସି ବଢ଼ିଯିବ । ଗୋଟିଏ ଝଟକାରେ ସେମାନଙ୍କର DA ଓ DR ୪ ପ୍ରତିଶତ ବଢ଼ି ୩୮ ପ୍ରତିଶତକୁ ବୃଦ୍ଧି ପାଇପାରେ । ଏହା ସହିତ ସରକାରୀ କର୍ମଚାରୀମାନେ ଜୁଲାଇ ଓ ଅଗଷ୍ଟ ପାଇଁ ବକେୟା ମଧ୍ୟ ପାଇପାରନ୍ତି । ମନେ କରାଯାଉଛି ଯେ, ସେପ୍ଟେମ୍ବରର ବେତନରେ କେନ୍ଦ୍ର କର୍ମଚାରୀଙ୍କ ବର୍ଦ୍ଧିତ ଭତ୍ତା ଓ ବକେୟା ରାଶି ଯୋଡ଼ି ଆସିବ । ଏହି କାରଣରୁ କର୍ମଚାରୀଙ୍କ ହାତରେ ମୋଟା ଅଙ୍କର ଅର୍ଥ ଆସିବ, ଯାହା ଦ୍ୱାରା ସେମାନେ ଦଶହରା-ଦୀପାବଳୀ ପରି ପାର୍ବଣ ଋତୁରେ ଜୋରସୋରରେ ସପିଂ କରିପାରିବେ । ସରକାରଙ୍କ ଏହି ନିଷ୍ପତ୍ତି ସିଧାସଳଖ ୪୮ ଲକ୍ଷ କର୍ମଚାରୀ ଓ ୬୮ ଲକ୍ଷ ପେନସନଭୋଗୀଙ୍କୁ ଉପକୃତ କରିବ ବୋଲି ଆଶା କରାଯାଉଛି ।

ସେହିପରି କେନ୍ଦ୍ର ସରକାର କୃଷକମାନଙ୍କୁ ଦୀପାବଳୀ ଉପହାର ଦେବାକୁ ପ୍ରସ୍ତୁତ ହେଉଛନ୍ତି । କୁହାଯାଉଛି ଯେ, ସେପ୍ଟେମ୍ବର ୩୦ରେ କେନ୍ଦ୍ର ସରକାର କୃଷକମାନ (Farmers) ଙ୍କ ପାଇଁ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି (PM Kisan Samman Nidhi Yojana) ର ଦ୍ୱାଦଶ କିସ୍ତି ରିଲିଜ୍ କରିପାରନ୍ତି । ୨୦୧୯ରେ ସରକାର ଏହି ଯୋଜନା ଆରମ୍ଭ କରିଥିଲେ । ଏହା ଅଧୀନରେ ସରକାର ଆକାଉଣ୍ଟରେ ଆର୍ଥିକ ପଛୁଆ କୃଷକମାନଙ୍କୁ ପ୍ରତିବର୍ଷ ୬ ହଜାର ଟଙ୍କା ଟ୍ରାନ୍ସଫର କରନ୍ତି । ଏହି ପରିମାଣ ୨-୨ ହଜାର ଟଙ୍କାର ୩ କିସ୍ତିରେ ଦିଆଯାଇଥାଏ । ସରକାର ଏପର୍ଯ୍ୟନ୍ତ ଏହି ଯୋଜନାର ୧୧ଟି କିସ୍ତି ରିଲିଜ କରିସାରିଛନ୍ତି । ଏହି ରାଶି ସମଗ୍ର ଦେଶରେ ପ୍ରାୟ ୧୨ କୋଟି ଚାଷୀଙ୍କ ଆକାଉଣ୍ଟରେ ପହଞ୍ଚିବ ।

ଅଧିକ ପଢ଼ନ୍ତୁ:-ଅଶୋଧିତ ତୈଳ ମୂଲ୍ୟରେ ରେକର୍ଡ ହ୍ରାସ, ଏହି ଦିନ ଶସ୍ତା ହେବ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଆଜିର ରେଟ୍

ଅଧିକ ପଢ଼ନ୍ତୁ:-ରାଜସ୍ଥାନର କ୍ଷମତା ଲଢ଼େଇରେ ସଚିନ ପାଇଲଟଙ୍କ ଠାରୁ ହାରିଗଲେ ଅଶୋକ ଗେହଲୋତ!

ଅଧିକ ପଢ଼ନ୍ତୁ:-ଠକାମିର ଶିକାର ହେଲେ ବିଜେପି ସାଂସଦ, ଲୁଟି ନେଲେ ଏତେ କୋଟି ଟଙ୍କା

 

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି କ’ଣ?

ମୋଦି ସରକାର  (Modi Govt) ଏହି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ୨୪ ଫେବୃଆରୀ ୨୦୧୯ରେ ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଅନ୍ତର୍ଗତ କେନ୍ଦ୍ର ସରକାର କୃଷକଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ଦିଅନ୍ତି । କୃଷକମାନଙ୍କୁ ଋଣମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ସରକାର ୩ଟି କିସ୍ତିରେ ବର୍ଷକୁ ୬୦୦୦ ଟଙ୍କା ପ୍ରଦାନ କରନ୍ତି । ଯାହା ଅଧୀନରେ ୪ ମାସରେ କୃଷକଙ୍କ ଆକାଉଣ୍ଟକୁ ଗୋଟିଏ କିସ୍ତି ପଠାଯାଏ । ପ୍ରତ୍ୟେକ କିସ୍ତିରେ ୨୦୦୦ ଟଙ୍କା ଦିଆଯାଏ ।