OMG! ଠେଲାଗାଡିରେ ପାନ-ଚା’-ସାମୋସା ବିକ୍ରି କରି ୨୫୬ ଜଣ ଲୋକ କୋଟିପତି
Advertisement
Article Detail0/zeeodisha/odisha946368

OMG! ଠେଲାଗାଡିରେ ପାନ-ଚା’-ସାମୋସା ବିକ୍ରି କରି ୨୫୬ ଜଣ ଲୋକ କୋଟିପତି

କାନପୁର ଆୟକର ବିଭାଗ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି । ଆୟକର ବିଭାଗର ଯାଞ୍ଚରେ ରାସ୍ତା କଡ଼ରେ ପାନ, ଚାଟ୍ ଓ ସାମୋସା ବିକ୍ରି କରୁଥିବା ୨୫୬ ଜଣ କୋଟିପତି ହୋଇଛନ୍ତି ।

ପ୍ରତୀକାତ୍ମକ ଛବି

କାନପୁର: ଯଦି ଆପଣ କୁହାଯାଏ ଯେ ରାସ୍ତାରେ ଚା’, ସାମୋସା, ପକୋଡା ଓ ଚାଟ୍ ବିକ୍ରି କରୁଥିବା କୋଟିପତି ଅଛନ୍ତି, ତେବେ ଆପଣ ଏହାକୁ ବିଶ୍ୱାସ କରିବେ ନାହିଁ । କିନ୍ତୁ ଏହା ସତ୍ୟ । ଉତ୍ତର ପ୍ରଦେଶର (Uttar Pradesh) କାନପୁରରେ (Kanpur) ଏଭଳି ଘଟଣା ସାମ୍ନାକୁ ଆସିଛି । ଆୟକର ବିଭାଗ (Income Tax Department) ଏଠାରେ ଠେଲଗାଡ଼ିରେ ଚା’, ସାମୋସା, ପକୋଡା ଓ ଚାଟ୍ ବିକ୍ରି କରୁଥିବା ଲୋକଙ୍କଠାରୁ କୋଟି କୋଟି ଟଙ୍କାର ସମ୍ପତ୍ତି (property) ଜବତ କରିଛି ।

କବାଡ ବିକୁଥିବା ଲୋକ ମଧ୍ୟ କମ୍ ନୁହଁନ୍ତି, ସେମାନଙ୍କ ପାଖରେ ମଧ୍ୟ ଅମାପ ସମ୍ପତ୍ତି ଅଛି । ବିଗ୍ ଡାଟା ସଫ୍ଟୱେର୍ (Big Data software) ଓ ଆୟକର ବିଭାଗର GST ପଞ୍ଜିକରଣର ଯାଞ୍ଚରେ ୨୫୬ ଜଣ 'ଗରିବ' କୋଟିପିଟି (crorepatis) ନାମ ସାମ୍ନାକୁ ଆସିଛି ।

ଅଧିକ ପଢ଼ନ୍ତୁ: କାର୍ ସହିତ ମାଟି ତଳକୁ ପସିଗଲେ ଡ୍ରାଇଭର; ଏହିପରି ବଞ୍ଚିଗଲା ଜୀବନ

କାନପୁରର ପୋଶ ଅଞ୍ଚଳରେ ମିଳିଛି ସମ୍ପତ୍ତି
ଅଧିକାରୀ କହିଛନ୍ତି ଯେ ଏଠାରେ ଠେଲାଗାଡ଼ିରେ ଚା’, ସାମୋସା, ପକୋଡା ଓ ଚାଟ୍ ବିକ୍ରି କରୁଥିବା ଲୋକ GST ଦିଅନ୍ତି ନାହିଁ । ସେମାନେ ଆୟକର ବିଭାଗକୁ (Income Tax Department)  ଟିକସ ମଧ୍ୟ ଦିଅନ୍ତି ନାହିଁ କିନ୍ତୁ କୋଟିପତି ଅଟନ୍ତି । ଯାଞ୍ଚ ସମୟରେ ଏହି ଲୋକଙ୍କ ସମ୍ପତ୍ତି ଆର୍ଯ୍ୟନଗର, ସ୍ୱରୂପ ନଗର, ବିର୍ହାନା ରୋଡ୍, ହୁଲାଗଞ୍ଜ, ପିରୋଡ, କାନପୁର ଭଳି ଅଞ୍ଚଳରେ ଦେଖିବାକୁ ମିଳିଛି ।  ହିନ୍ଦୁସ୍ତାନ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଜିଏସ୍ଟି ପଞ୍ଜୀକରଣ ବାହାରେ ଏହି ବ୍ୟବସାୟୀମାନେ ଗୋଟିଏ ପଇସା ଟିକସ ଦେଇ ନାହାଁନ୍ତି । କିନ୍ତୁ ଚାରି ବର୍ଷ ମଧ୍ୟରେ ୩୭୫ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି କିଣାଯାଇଛି । 

ଅଧିକ ପଢ଼ନ୍ତୁ: ଆଖି ପିଛୁଳାକେ Download ହେବ ୫୭୦୦୦ ଫିଲ୍ମ, ତିଆରି ହେଲା ସବୁଠୁ ସ୍ପିଡ୍ ଇଣ୍ଟରନେଟ

 

ଠେଲା ଲଗାଉଥିବା ଲୋକ ଏକ ଲକ୍ଷ ଟଙ୍କା ଘରଭଡା
ଯାଞ୍ଚରୁ ଜଣାପଡିଛି ଯେ ମାଲରୋଡ଼ରେ ପ୍ରସିଦ୍ଧ ପକୋଡା ବିକ୍ରେତାମାନଙ୍କର ଅନେକ ଠେଲାଗାଡି ଅଛି । ଏଠାରେ ବିଭିନ୍ନ ସ୍ଥାନରେ ଠେଲା ଲଗାଇବା ପାଇଁ ଏକ ଲକ୍ଷ ଟଙ୍କାରୁ ଟଙ୍କାରୁ ଅଧିକ ଘର ଭଡା ଦେଉଛନ୍ତି । ଅନେକ କବାଡ ବିକୁଥିବା ଲୋକ କୋଟି କୋଟି ଟଙ୍କାର ସମ୍ପତ୍ତି କିଣିଛନ୍ତି ।