ଟିକାକରଣକୁ ନେଇ ପିଏମ ମୋଦି କଲେ ସମୀକ୍ଷା ବୈଠକ, ଦେଲେ ଏହି ଟାର୍ଗେଟ
Advertisement
Article Detail0/zeeodisha/odisha929122

ଟିକାକରଣକୁ ନେଇ ପିଏମ ମୋଦି କଲେ ସମୀକ୍ଷା ବୈଠକ, ଦେଲେ ଏହି ଟାର୍ଗେଟ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ କୋରୋନା ଟାସ୍କ ଫୋର୍ସର ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଅଧିକାରୀମାନଙ୍କୁ ଟିକାର ଉପଲବ୍ଧତାକୁ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯାହା ଦ୍ୱାରା ଡିସେମ୍ବର ସୁଦ୍ଧା ସମଗ୍ର ଦେଶକୁ ଟିକାକରଣ କରାଯାଇପାରିବ ।

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଦେଶରେ ଚାଲିଥିବା ଟିକାକରଣ (Vaccination) କାର୍ଯ୍ୟକ୍ରମ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଶନିବାର ଏକ ସମୀକ୍ଷା ବୈଠକ (Review meeting) କରିଛନ୍ତି । ଏହି ବୈଠକରେ କୋରୋନା ଟାସ୍କ ଫୋର୍ସ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଯୋଗ ଦେଇଥିଲେ । ଟିକାର ଉପଲବ୍ଧତା ନିଶ୍ଚିତ କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମୋଦି (PM Modi) ଅଧିକାରୀମାନଙ୍କୁ କହିଛନ୍ତି । ଏହା ସହିତ ଡିସେମ୍ବର ସୁଦ୍ଧା ସମଗ୍ର ଦେଶକୁ ଟିକାକରଣ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଟାର୍ଗେଟ ଦେଇଛନ୍ତି ।

ଦେଶରେ ଟିକାକରଣର ସ୍ଥିତି 
ଭାରତରେ କୋଭିଡ ଟିକାକରଣର କଭରେଜ ୩୧ କୋଟି ଅତିକ୍ରମ କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ (Ministry of Health) ଶୁକ୍ରବାର ଦିନ ଏହି ସୂଚନା ଦେଇଛି । ରିପୋର୍ଟ ଅନୁଯାୟୀ, ଟିକାକରଣ ଅଭିଯାନର (Vaccination campaign) ନୂତନ ପର୍ଯ୍ୟାୟ ୨୧ ଜୁନରୁ ଆରମ୍ଭ ହୋଇଥିଲା ଓ ଶୁକ୍ରବାର ଦିନ ୬୦ ଲକ୍ଷରୁ ଅଧିକ ଡୋଜ ଦିଆଯାଇଥିଲା ।

ମନ୍ତ୍ରଣାଳୟ କହିଛି ଯେ ଶୁକ୍ରବାର ଦିନ ୧୮ ରୁ ୪୪ ବର୍ଷ ବୟସରେ ୩୫.୯ ଲକ୍ଷରୁ ଅଧିକ ଲୋକଙ୍କୁ ପ୍ରଥମ ଡୋଜ ଓ ୭୭,୬୬୪ ଲୋକଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି । ଦେଶରେ ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ୭.୮୭ କୋଟି ଲୋକଙ୍କୁ ଟିକାକରଣର ପ୍ରଥମ ଡୋଜ ଓ ୧୭.୦୯ ଲକ୍ଷ ଲୋକଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି ।

ଅଧିକ ପଢ଼ନ୍ତୁ: WHO ଡେଲଟା ଭାରିଆଣ୍ଟକୁ ନେଇ ଲୋକଙ୍କ ପାଖରେ କଲା ଏହି ବଡ ଅପିଲ

ରାଜ୍ୟଗୁଡିକ ପାଖରେ ୧.୪୫ କୋଟିରୁ ଅଧିକ ଡୋଜ ଉପଲବ୍ଧ 
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର ଦିନ କହିଛି ଯେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଖରେ ୧.୪୫ କୋଟିରୁ ଅଧିକ ଡୋଜ୍ ଆଣ୍ଟି-କୋଭିଡ୍ -୧୯ ଟିକା ଉପଲବ୍ଧ ଓ ଆସନ୍ତା ତିନି ଦିନ ମଧ୍ୟରେ ୧୯,୧୦,୬୫୦ ଡୋଜ ଉପଲବ୍ଧ ହେବ ।

କେନ୍ଦ୍ର ସରକାରଙ୍କ ତରଫରୁ ମାଗଣା ଓ ପ୍ରତ୍ୟକ୍ଷ କ୍ରୟ ମାଧ୍ୟମରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଏପର୍ଯ୍ୟନ୍ତ ୩୧.୧୭ କୋଟିରୁ ଅଧିକ ଡୋଜ ପାଇଛନ୍ତି । ଏଥିମଧ୍ୟରୁ ନଷ୍ଟ ହୋଇଥିବା ଡୋଜକୁ ମିଶାଇ ମୋଟ ୨୯,୭୧,୮୦,୭୩୩ ଡୋଜ ସାମିଲ ଅଛି । ମନ୍ତ୍ରଣାଳୟ କହିଛି ଯେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ୧.୪୫ କୋଟିରୁ ଅଧିକ (୧,୪୫,୨୧,୦୬୭) ଆଣ୍ଟି-COVID-୧୯ ଟିକା ବାକି ଅଛି ଓ ଅବ୍ୟବହୃତ ଡୋଜ ଉପଲବ୍ଧ ଅଛି ଯାହା ଏପର୍ଯ୍ୟନ୍ତ ପ୍ରଦାନ କରାଯାଇ ନାହିଁ ।

ଅଧିକ ପଢ଼ନ୍ତୁ: ଜୁଲାଇ ପହିଲାରୁ ବଦଳିଯିବ SBI ର ଅନେକ ନିୟମ, ATM ରୁ ଟଙ୍କା ଉଠାଇଲେ ଲାଗିବ ଚାର୍ଜ?

ମନ୍ତ୍ରଣାଳୟ ଅନୁଯାୟୀ, "ଆହୁରି ୧୯,୧୦,୬୫୦ ଡୋଜ ଆସିବାକୁ ଯାଉଛି ଯାହା ତିନି ଦିନ ମଧ୍ୟରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ବିତରଣ କରାଯିବ ।"