ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଓ NSA ଙ୍କ ସହ ପିଏମ ମୋଦିଙ୍କ ବଡ ବୈଠକ, ଜାଣନ୍ତୁ କ'ଣ ହେଲା ଚର୍ଚ୍ଚା
Advertisement
Article Detail0/zeeodisha/odisha931238

ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଓ NSA ଙ୍କ ସହ ପିଏମ ମୋଦିଙ୍କ ବଡ ବୈଠକ, ଜାଣନ୍ତୁ କ'ଣ ହେଲା ଚର୍ଚ୍ଚା

PM Narendra Modi Meeting: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendera Modi) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା (Amit Shah) ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ  (Rajnath Singh) ସହ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendera Modi) ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା (Amit Shah), ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ (Rajnath Singh) ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ (Ajit Doval) ଯୋଗ ଦେଇଛନ୍ତି । ଏହି ବୈଠକ ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିଲା ।

ପ୍ରତିରକ୍ଷା କ୍ଷେତ୍ରରେ ଭବିଷ୍ୟତର ଆହ୍ୱାନ ବିଷୟରେ ଚର୍ଚ୍ଚା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ମଙ୍ଗଳବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା (Amit Shah), ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ (Rajnath Singh) ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ (Ajit Doval) ସହ ଆଲୋଚନା କରିଛନ୍ତି । ବୈଠକରେ ପ୍ରତିରକ୍ଷା କ୍ଷେତ୍ରରେ ଭବିଷ୍ୟତର ଆହ୍ୱାନ ଉପରେ ଆଲୋଚନା କରାଯାଇଥିଲା ।

ଅଧିକ ପଢ଼ନ୍ତୁ: PF Account: ଇନଆକ୍ଟିଭ PF ଆକାଉଣ୍ଟରୁ ମଧ୍ୟ ଉଠାଯାଇପାରିବ ଟଙ୍କା, ଜାଣନ୍ତୁ କିପରି

ଜମ୍ମୁ କାଶ୍ମୀର ଡ୍ରୋନ୍ ଆକ୍ରମଣ ଉପରେ ଚର୍ଚ୍ଚା
ସୂଚନାନୁସାରେ ପ୍ରଧାନମନ୍ତ୍ରୀ ମୋଦି ସୁରକ୍ଷା ବାହିନୀକୁ ଆଧୁନିକ ଯନ୍ତ୍ରପାତି ଯୋଗାଇବା ଓ ଏହି ଅଞ୍ଚଳରେ ଅଧିକ ଯୁବକ, ଷ୍ଟାର୍ଟ ଅପ୍ ଓ ରଣନୀତିକ ସମ୍ପ୍ରଦାୟକୁ ଅନ୍ତର୍ଭୁକ୍ତ କରିବା ସହିତ ଅନ୍ୟାନ୍ୟ ଦିଗ ଉପରେ ଆଲୋଚନା କରିଥିଲେ । ଜମ୍ମୁରେ ବାୟୁସେନା ଷ୍ଟେସନ ଉପରେ ଡ୍ରୋନ୍ ଆକ୍ରମଣର ପୃଷ୍ଠଭୂମିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଆକ୍ରମଣର ତଦନ୍ତକୁ ସରକାର ଏନଆଇଏକୁ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: କ’ଣ ଏହି ନକଲି କୋଭିଡ ଭ୍ୟାକ୍ସିନେସନ, କିପରି ଚିହ୍ନଟ କରିପାରିବେ ଏକ ନକଲି ସେଣ୍ଟର?

ଲଦାଖରୁ ଫେରିଲେ ପ୍ରତିରକ୍ଷା ମନ୍ତ୍ରୀ 
ଜମ୍ମୁ କାଶ୍ମୀରରେ ବାୟୁସେନା ବେସ ଉପରେ ଆକ୍ରମଣ ପରେ ସମସ୍ତ ସୁରକ୍ଷା ପ୍ରତିଷ୍ଠାନକୁ ସତର୍କ କରାଯାଇଛି । ଲଦାଖ ଗସ୍ତରେ ତିନି ଦିନିଆ ଗସ୍ତ ଶେଷ କରିବା ପରେ ପ୍ରତିରକ୍ଷା ମନ୍ତ୍ରୀ ଦିଲ୍ଲୀରେ ପହଞ୍ଚିଛନ୍ତି । ରବିବାର ଦିନ ଜମ୍ମୁ କାଶ୍ମୀରରେ ଏହି ଡ୍ରୋନ୍ ଆକ୍ରମଣ ହୋଇଥିଲା ଓ ପ୍ରତିରକ୍ଷା ମନ୍ତ୍ରୀ ଲଦାଖରେ ଥାଇ ମଧ୍ୟ ଏହା ଉପରେ ତୀକ୍ଷ୍ଣ ନଜର ରଖିଥିଲେ ।