ପଶ୍ଚିମବଙ୍ଗ ଦୁର୍ଗାପୂଜାରେ ସାମିଲ ହେଲେ ପିଏମ ମୋଦି, ବଜାଇଲେ ନିର୍ବାଚନ ବିଗୁଲ
Advertisement

ପଶ୍ଚିମବଙ୍ଗ ଦୁର୍ଗାପୂଜାରେ ସାମିଲ ହେଲେ ପିଏମ ମୋଦି, ବଜାଇଲେ ନିର୍ବାଚନ ବିଗୁଲ

 ଗୁରୁବାର ପ୍ରଧାନମନ୍ତ୍ରୀ ମୋଦି ଭର୍ଚ୍ୟୁଆଲ ପ୍ରଣାଳୀ ମାଧ୍ୟମରେ ଦୁର୍ଗାପୂଜାରେ ଅଂଶଗ୍ରହଣ କରିଛନ୍ତି। 

ପଶ୍ଚିମବଙ୍ଗ ଦୁର୍ଗାପୂଜାରେ ସାମିଲ ହେଲେ ପିଏମ ମୋଦି, ବଜାଇଲେ ନିର୍ବାଚନ ବିଗୁଲ

କୋଲକାତା: ବର୍ତ୍ତମାନ ସମଗ୍ର ଦେଶରେ ପାର୍ବଣ ଋତୁ ଚାଲିଥିବା ବେଳେ ଗାଁ ଠାରୁ ସହର ସବୁଠି ଚାଲିଛି ନବରାତ୍ରୀ (Navratri) ସାଙ୍ଗକୁ ଦୁର୍ଗାପୂଜା (Durga Puja)। ଏହି ଅବସରରେ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦି (PM Modi) ଭର୍ଚ୍ୟୁଆଲ ପ୍ରଣାଳୀ ମାଧ୍ୟମରେ ଦୁର୍ଗାପୂଜାରେ (Virtual Durga Puja) ଅଂଶଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି। 

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ଭର୍ଚ୍ୟୁଆଲ ଦୁର୍ଗାପୂଜା (Virtual Durga Puja) କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପଛରେ ଶାସକ ବିଜେପି (BJP) ପକ୍ଷରୁ ଏକ ସ୍ୱତନ୍ତ୍ର ରଣନୀତି ରହିଛି। ଚଳିତ ବର୍ଷ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ (Bihar Assembly Poll 2020), ଆସନ୍ତାବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ (West Bengal Assembly Poll 2021) ଲାଗି ହିନ୍ଦୁ ଭୋଚ ହାତେଇବାକୁ ଲକ୍ଷ୍ୟ ରଖିଛି ଦଳ।   

ଆଜି ହେଉଛି ନବରାତ୍ରୀର ଷଷ୍ଠ ଦିନ ଏବଂ ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗର ଏକ ଦୁର୍ଗାପୁଜା ପେଣ୍ଡାଲକୁ ଭର୍ଚ୍ୟୁଆଲ ପ୍ରଣାଳୀ ମାଧ୍ୟମରେ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ବଙ୍ଗଳା ଲୋକଙ୍କ ସହିତ ମଧ୍ୟ କଥାବାର୍ତ୍ତା କରିଥିଲେ। ଏପରିକି ବଙ୍ଗଳା ଭାଷାରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ବାସିନ୍ଦାଙ୍କୁ ଦୁର୍ଗାପୂଜାର ଅଭିନନ୍ଦନ ଜଣାଇବା ସହ ଆତ୍ମନିର୍ଭରଶୀଳ ଭାରତରେ ବଙ୍ଗଳାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ କେନ୍ଦ୍ର ଦ୍ୱାରା ପରିଚାଳିତ ବିକାଶ ଯୋଜନା ବାବଦରେ ଲୋକଙ୍କୁ ଜଣାଇଥିଲେ।

 

ଦୁର୍ଗାପୂଜା ଅବସରରେ ବଙ୍ଗଳାର ଲୋକଙ୍କ ସହ ଆଲୋଚନା କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ବକ୍ତବ୍ୟରେ ବଙ୍ଗଳା ମାଟିର ସମସ୍ତ ମହାନ ବ୍ୟକ୍ତିଙ୍କୁ ମନେ ପକାଇଥିଲେ। ସେ କହିଛନ୍ତି ମୁଁ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର, ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ, ଶରଦ ଚନ୍ଦ୍ର ଚଟ୍ଟୋପାଧ୍ୟୟ, ଇଶ୍ୱର ଚନ୍ଦ୍ର ବିଦ୍ୟାସାଗର, ରାଜା ରାମ ମୋହନ ରୟ, ଗୁରୁଚାନ୍ଦ ଠାକୁର, ହରିଚନ୍ଦ ଠାକୁର, ପଞ୍ଚାନନ ବର୍ମାଙ୍କ ନାମ ନେଲେ ନୂତନ ଜାଗ୍ରତ ହୁଏ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଯେଉଁମାନେ ସମାଜ ଏକ ନୂତନ ମାର୍ଗ ଦର୍ଶାଇଥିଲେ ବୋଲି କହିଛନ୍ତି ସେ। 

ଏହା ସହିତ ଭାରତୀୟ ସ୍ୱାଧିନତା ସଂଗ୍ରାମରେ ସଂଘର୍ଷ କରିଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଶ୍ୟାମା ପ୍ରସାଦ ମୁଖାର୍ଜୀ, ସହିଦ ଖୁଦିରାମ ବୋଷ, ସହିଦ ପ୍ରଫୁଲ୍ଲା ଚାକି, ମାଷ୍ଟର ଦା ସୂର୍ଯ୍ୟ ସେନ, ବାଘା ଯତୀନ ଆଦି ସ୍ୱାଧିନତା ସଂଗ୍ରାମୀଙ୍କ ନାଁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ମୁଁ ସେମାନଙ୍କ ଚରଣରେ ନତମସ୍ତକ ହେଉଛି। ଯେଉଁମାନେ ସମାଜ ପାଇଁ ଏକ ନୂତନ ମାର୍ଗ ଦେଖାଇଥିଲେ ଏବଂ ଦେଶର ସ୍ୱାଧିନତା ପାଇଁ ଆନ୍ଦୋଳନ କରିଥିଲେ। 

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ପଶ୍ଚିମବଙ୍ଗର ଦୁର୍ଗାପୂଜା ଦେଶ ପାଇଁ ଏକ ନୂତନ ଚମକ, ନୂଆ ରଙ୍ଗ, ନୂତନ ଶୃଙ୍ଗାର ପ୍ରଦାନ କରିଥାଏ। ସେ କହିଛନ୍ତି ଆତ୍ମନିର୍ଭରଶୀଳ ଭାରତ ସଂକଳ୍ପ ନେଇ କେନ୍ଦ୍ର ସରକାର ଆଗକୁ ବଢିବାକୁ ଚାହୁଁଛନ୍ତି ଯାହା ଦ୍ୱାରା ବଙ୍ଗଳାର ବିକାଶ ହୋଇପାରିବ। ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଦ୍ୱାରା ଆମର ସୁନାର ବଙ୍ଗଳା ସ୍ୱପ୍ନ ପୂରଣ ହୋଇପାରିବ। ଏଥିପାଇଁ କେନ୍ଦ୍ର ସରକାର ଉଦ୍ୟମ ଜାରି ରଖିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ବଙ୍ଗଳାକୁ ଯୋଗାଇ ଦିଆଯାଇଥିବା କେନ୍ଦ୍ରୀୟ ସହାୟତା ବାବଦରେ ପଶ୍ଚିମବଙ୍ଗବାସୀଙ୍କୁ ଅବଗତ କରାଇଥିଲେ।