Indinn Railway: ପୁଣି ଚର୍ଚ୍ଚାକୁ ଆସିଲା ବନ୍ଦେ ଭାରତ ଟ୍ରେନ, ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha1386049

Indinn Railway: ପୁଣି ଚର୍ଚ୍ଚାକୁ ଆସିଲା ବନ୍ଦେ ଭାରତ ଟ୍ରେନ, ଜାଣନ୍ତୁ କାରଣ

Vande Bharat Express: ପୂର୍ବରୁ ମୁମ୍ବାଇ-ଗାନ୍ଧୀନଗର ମାର୍ଗରେ ଚାଲୁଥିବା ବନ୍ଦେ ଭାରତ ଟ୍ରେନ ମଇଁଷି ସହ ଧକ୍କା ହେବା ପରେ ଚର୍ଚ୍ଚାକୁ ଆସିଥିଲା।

Indinn Railway: ପୁଣି ଚର୍ଚ୍ଚାକୁ ଆସିଲା ବନ୍ଦେ ଭାରତ ଟ୍ରେନ, ଜାଣନ୍ତୁ କାରଣ

Vande Bharat Train: ପୁଣି ଥରେ ଚର୍ଚ୍ଚାକୁ ଆସିଛି ବନ୍ଦେ ଭାରତ ଟ୍ରେନ। ଯାତ୍ରା ବେଳେ ଅଚାନକ ଅଟକି ଯାଇଛି ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ଏହି ସେମି ହାଇସ୍ପୀଡ ଟ୍ରେନ। ଦିଲ୍ଲୀରୁ ବନାରସ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ହଠାତ୍ ତ୍ରୁଟି କାରଣରୁ ଅଟକି ଯାଇଛି। ସ୍ଥିତି ଏପରି ହୋଇଛି ଯେ ଖୁର୍ଜା ରେଳ ଷ୍ଟେସନ ଠାରୁ ଯାତ୍ରୀଙ୍କୁ ଶତାବ୍ଦୀ ଏକ୍ସପ୍ରେସ ଯୋଗେ ସ୍ଥାନାନ୍ତର କରିବାକୁ ପଡିଛି। ଏନେଇ ବିଭାଗୀୟ ଅଧିକାରୀ କହିଛନ୍ତି ଯେ ଟ୍ରେନ ଟ୍ରାକ୍ସନ ମୋଟର ରେ ତ୍ରୁଟି ରହିଥିବାରୁ ଯାତ୍ରାକୁ ସ୍ଥଗିତ ରଖିବାକୁ ପଡ଼ିଛି। ଯାତ୍ରୀଙ୍କୁ ଅନ୍ୟ ଏକ ଟ୍ରେନ ଯୋଗେ ସେମାନଙ୍କ ଗନ୍ତବ୍ୟସ୍ଥଳ ଅଭିମୁଖେ ପଠାଯାଇଛି। ରେଳ କର୍ମଚାରୀଙ୍କ ତତ୍ପରତା ହେତୁ ଏହି ତ୍ରୁଟି ସାମ୍ନାକୁ ଆସିଛି। ଯାହା ପରେ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଛି। 

ବନ୍ଦେ ଭାରତ ଟ୍ରେନ (Vande Bharat Train) ନିର୍ଦ୍ଧାରିତ ସମୟରେ ସକାଳ ୬ ଟାରୁ ନୂଆଦିଲ୍ଲୀ ଷ୍ଟେସନ (New Delhi) ଛାଡିଥିଲା।  ୬ଟା ୩୮ ମିନିଟ ସମୟରେ ଦାଦ୍ରି ଷ୍ଟେସନ (Dadri Station) ଅତିକ୍ରମ କରିଥିଲ। ଯେତେବେଳେ ଟ୍ରେନ୍ ଲେଭଲ୍ କ୍ରସିଂ ଗେଟ୍ ନମ୍ବର ୧୪୬ ଅତିକ୍ରମ କରୁଥିଲା, ସେତେବେଳେ ସେଠାରେ କାର୍ଯ୍ୟ କରୁଥିବା ଗେଟ୍ ମ୍ୟାନ ଙ୍କ ଟ୍ରେନ୍ କୋଚ ଗିଅର୍ ତଳେ ପଡିଥିଲେ। ସେ ଟ୍ରେନ ପଛ ଭାଗ ଡବାରେ କିଛି ଘର୍ଷଣ ହୋଇଥିବାର ଅନୁଭବ କରିଥିଲେ। ପରେ ତୁରନ୍ତ ବ୍ରେକ୍ ବ୍ଲକ୍ ଜାମ ବାବଦରେ ବିଭାଗକୁ ଜଣାଇଲେ।

Also Read: Vande Bharat Train: ଗାଇଗୋରୁଙ୍କ ଧକ୍କା ସମ୍ଭାଳି ପାରିଲା ନାହିଁ ଟ୍ରେନ, ହେଲା ଏପରି କିଛି ଅବସ୍ଥା

ଖବର ମିଳିବା ମାତ୍ରେ ସକାଳ ୬ଟା ୪୬ ମିନିଟ ସମୟରେ ଅଜାୟବପୁର ଠାର TXR କର୍ମଚାରୀଙ୍କ ଦ୍ୱାରା ଏହାର ଯାଞ୍ଚ କରାଯାଇଥିଲା। ଟ୍ରେନ କୋଚ୍ ନମ୍ବର C-8, ନମ୍ବର NR-188322 ରେ ବ୍ରେକ ବାନ୍ଧି ହୋଇ ଯାଇଥିବାର ଦେଖିବାକୁ ମିଳିଥିଲା। ​​ଯାହାକୁ TXR କର୍ମଚାରୀଙ୍କ ଦ୍ୱାରା ମରାମତି କରାଯାଇଥିଲା। ମରାମତି ପରେ ଟ୍ରେନ୍ ସକାଳ ୭ଟା ୩ ମିନିଟ ସମୟରେ ଛାଡିଥିଲା।

Also Read: Vande Bharat Express Accident: ମୃତ ମଇଁଷିଙ୍କ ମାଲିକ ନାଁରେ FIR, ଜାଣନ୍ତୁ ପୁରା ମାମଲା

ଟ୍ରେନ ଛାଡିବା ସମୟରେ ଷ୍ଟେସନ ମାଷ୍ଟର ବ୍ରିଜେଶ କୁମାର ଏବଂ ପଏଣ୍ଟମ୍ୟାନ ବ୍ରିଜେଶ କୁମାର ପୁଣି ଥରେ ଦନକୌର ଷ୍ଟେସନ ନିକଟରେ ଥିବା ସେହି ଡବାରେ କିଛି ତ୍ରୁଟି ରହିଥିବାର ଅନୁଭବ କରିଥିଲେ। OHE ବନ୍ଦ ହେବା ପରେ ଟ୍ରେନ ପୁଣି ଦନକୌର ଷ୍ଟେସନ ଠାରେ ଅଟକି ରହିଥିଲା। ଟ୍ରେନ ଟ୍ରାକ୍ସନ୍ ମୋଟର ରେ ଏକ ଭାରୀ ତ୍ରୁଟି ରହିଥିବା ଜଣାପଡିଥିଲା। ସତର୍କତା ଅବଲମ୍ବନ କରିବା ପରେ ଟ୍ରେନ କୁ ଘଣ୍ଟା ପ୍ରତି ୨୦ କିମି ବେଗରେ ଖୁର୍ଜା ଷ୍ଟେସନ ପର୍ଯ୍ୟନ୍ତ ଅଣା ଯାଇଥିଲା। ଯାତ୍ରୀଙ୍କୁ ଅନ୍ୟ ଏକ ଟ୍ରେନ ରେ ସ୍ଥାନାନ୍ତରିତ କରି ସେମାନଙ୍କୁ ସେମାନଙ୍କର ଗନ୍ତବ୍ୟସ୍ଥଳ ଅଭିମୁଖେ ପଠାଯାଇଛି।