ପିଏମ ମୋଦି ଏହି ଦିନ ପଠାଇବେ PM Kisan ର ଏକାଦଶ କିସ୍ତି; ଲିଷ୍ଟରେ ଦେଖନ୍ତୁ ଆପଣଙ୍କ ନାମ
Advertisement
Article Detail0/zeeodisha/odisha1198647

ପିଏମ ମୋଦି ଏହି ଦିନ ପଠାଇବେ PM Kisan ର ଏକାଦଶ କିସ୍ତି; ଲିଷ୍ଟରେ ଦେଖନ୍ତୁ ଆପଣଙ୍କ ନାମ

PM Kisan ର ଏକାଦଶ କିସ୍ତି ପାଇଁ ଅପେକ୍ଷା କରିଥିବା ୧୨ କୋଟିରୁ ଅଧିକ ଚାଷୀଙ୍କ ପାଇଁ ଏକ ବଡ଼ ଖବର ଅଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିସାନ ସମ୍ମାନ ନିଧି ଯୋଜନାର ଏକାଦଶ କିସ୍ତି ଦେଶର କୃଷକମାନଙ୍କୁ ୩୧ ମେ'ରେ ପଠାଇବେ ।

ସାଙ୍କେତିକ ଫଟୋ

PM Kisan 11th Installment: ୧୨ କୋଟିରୁ ଅଧିକ ଚାଷୀଙ୍କ ପାଇଁ PM Kisan ର ୧୧ ତମ କିସ୍ତିକୁ ନେଇ ଏକ ବଡ଼ ଖବର ଅଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିସାନ ସମ୍ମାନ ନିଧି ଯୋଜନାର ଏକାଦଶ କିସ୍ତି ଦେଶର କୃଷକମାନଙ୍କୁ ଶିମଲାରୁ ୩୧ ମଇରେ ରିଲିଜ କରିବେ ।

କହି ରଖୁଛୁ ଯେ ବର୍ତ୍ତମାନ ଅଯୋଗ୍ୟ ଚାଷୀଙ୍କ ଠାରୁ ପିଏମ କିସାନ ଯୋଜନାର ଟଙ୍କା ଫେରାଇ ଆଣିବା ଏବଂ ତାଲିକାରୁ ସେମାନଙ୍କ ନାମ କାଟିବା ପ୍ରକ୍ରିୟା ମଧ୍ୟ ଚାଲିଛି । ଏଭଳି ପରିସ୍ଥିତିରେ, PM Kisan 2022 ର ନୂତନ ତାଲିକାରେ ଆପଣଙ୍କ ନାମ ଅଛି କି ନାହିଁ ତାହା ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଯାଞ୍ଚ କରିବା ପାଇଁ ଆପଣଙ୍କୁ କୌଣସି ସ୍ଥାନକୁ ଯିବା ଆବଶ୍ୟକ ନାହିଁ । ଘରେ ରହି ଆପଣ ନିଜ ମୋବାଇଲ୍, ଲାପଟପ୍ କିମ୍ବା କମ୍ପ୍ୟୁଟରରୁ ମାଧ୍ୟମରେ ତାଲିକା ଦେଖିପାରିବେ ।

କହିରଖୁଛୁ ଯେ ଏହି ଯୋଜନା ଅଧୀନରେ ମୋଦି ସରକାର କୃଷକମାନଙ୍କୁ ତିନୋଟି କିସ୍ତିରେ ବାର୍ଷିକ 6000 ଟଙ୍କା ଦିଅନ୍ତି । ବାର୍ଷିକ ଭିତ୍ତିରେ, ପ୍ରଥମ କିସ୍ତି ଏପ୍ରିଲରୁ ଜୁଲାଇ ମଧ୍ୟରେ, ଦ୍ୱିତୀୟ କିସ୍ତି ଅଗଷ୍ଟରୁ ନଭେମ୍ବର ମଧ୍ୟରେ ଏବଂ ତୃତୀୟ କିସ୍ତି ଡିସେମ୍ବରରୁ ମାର୍ଚ୍ଚ ମଧ୍ୟରେ ଆସିଥାଏ । ଚଳିତ ବର୍ଷର ପ୍ରଥମ କିସ୍ତି ମେ' ୩୧ ରୁ ଆରମ୍ଭ ହେବ । 

ଏପରି​ ସହଜରେ ଦେଖିପାରିବେ ଅପଡ଼େଟ ଲିଷ୍ଟ:

ସର୍ବପ୍ରଥମେ ଆପଣ https://pmkisan.gov.in/ ପୋର୍ଟାଲକୁ ଯାଆନ୍ତୁ ।
ଏଠାରେ Payment Success ତଳେ ଭାରତର ମାନଚିତ୍ର ଦେଖାଯିବ ।
ଏହାର ତଳେ ଡ୍ୟାସବୋର୍ଡ ଲେଖାଯିବ, ଏହାକୁ କ୍ଲିକ୍ କରନ୍ତୁ ।
ଏହା ଉପରେ କ୍ଲିକ୍ କଲେ ଆପଣଙ୍କ ସାମ୍ନାରେ ଏକ ନୂତନ ପେଜ୍ ଖୋଲିବ ।
ଏହା ହେଉଛି Village Dashboard ର ପେଜ୍, ଏଠାରେ ଆପଣ ନିଜ ଗାଁର ସମ୍ପୂର୍ଣ୍ଣ ବିବରଣୀ ପାଇପାରିବେ ।
ପ୍ରଥମେ ରାଜ୍ୟ, ତାପରେ ଆପଣଙ୍କ ଜିଲ୍ଲା, ତା'ପରେ ତହସିଲ ଏବଂ ତା'ପରେ ଆପଣ ନିଜ ଗାଁ ବାଛନ୍ତୁ ।
ଏହା ପରେ ଶୋ ବଟନ୍ ଉପରେ କ୍ଲିକ୍ କରନ୍ତୁ ।
ଏହା ପରେ, ଆପଣ ଜାଣିବାକୁ ଚାହୁଁଥିବା ବଟନ୍ ଉପରେ କ୍ଲିକ୍ କରନ୍ତୁ, ସମ୍ପୂର୍ଣ୍ଣ ବିବରଣୀ ଆପଣଙ୍କ ସାମ୍ନାରେ ଦେଖିବାକୁ ମିଳିବ ।
Village Dashboard ର ତଳ ଭାଗରେ ଚାରୋଟି ବଟନ୍ ମିଳିବ, ଯଦି ଆପଣ ଜାଣିବାକୁ ଚାହାଁନ୍ତି କେତେ କୃଷକଙ୍କ ତଥ୍ୟ ପହଞ୍ଚିଛି, ତେବେ Data Received ଉପରେ କ୍ଲିକ୍ କରନ୍ତୁ, ଯେଉଁମାନେ ବିଚାରାଧୀନ ଅଛନ୍ତି, ସେମାନେ ଦ୍ୱିତୀୟ ବଟନ୍ ଉପରେ କ୍ଲିକ୍ କରନ୍ତୁ ।

 ଏହା ବି ପଢ଼ନ୍ତୁ: 'ମସଜିଦ ନିର୍ମାଣ ପାଇଁ ଧ୍ୱଂସ କରାଯାଇଛି ୩୬,୦୦୦ ମନ୍ଦିର, ସବୁ ପୁଣି ହାସଲ କରିବୁ'

ଏହା ବି ପଢ଼ନ୍ତୁ: Disproportionate Assets Case: ହରିୟାଣା ପୂର୍ବତନ ସିଏମ୍ ଚୌଟାଲାଙ୍କୁ ଚାରି ବର୍ଷ ଜେଲ୍, ୫୦ ଲକ୍ଷ ଟଙ୍କା ଜରିମାନା