ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ପ୍ରସଙ୍ଗରେ ଟ୍ୱିଟ କରି ବିବାଦ ଘେରକୁ ଟଣା ହୋଇଥିଲା ପପ୍ ସିଙ୍ଗର ରିହାନା। ଅନ୍ୟ ଏକ ଦେଶର ଆଭ୍ୟନ୍ତରୀଣ ମାମଲାରେ ମତାମତ ରଖିବାକୁ ନେଇ ସମାଲୋଚନାର ଶରବ୍ୟ ପାଲଟିଥିଲେ ଆମେରିକୀୟ ଚଳଚ୍ଚିତ୍ର ଶିଳ୍ପ ହଲିଉଡ ଦୁନିଆ ସହ ଜଡିତ ଏହି ଆମେରିକୀୟ ଗାୟିକା। 


COMMERCIAL BREAK
SCROLL TO CONTINUE READING

ଏବେ ପୁଣି ଥରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଫଟୋକୁ ନେଇ ବିବାଦୀୟ ହୋଇପଡିଛନ୍ତି ସେ। ଏହି ଫଟୋରେ ଦେଖିବାକୁ ମିଳୁଛି ସେ ନିଜ ବେକରେ ଏକ ଭଗବାନ ଗଣେଶଙ୍କ ଫଟୋ ଥିବା ପେଣ୍ଡେଣ୍ଟ (Pendent) ଅର୍ଥାତ ମାଳି ପିନ୍ଧିଛନ୍ତି।   


    



ଏକ ଲକ୍ଜୁରୀ ବ୍ରାଣ୍ଡ (Luxury Brand) ପାଇଁ ସେ ଏପରି ଏକ ଟପଲେସ୍ ଫଟୋ ସୁଟ୍ (Topless Photo Shoot) କରିଥିଲେ। ଏପରି ବିବାଦୀୟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ସମାଲୋଚନାର ସାମ୍ନା କରିବାକୁ ପଡିଛି। ଏପରି ୟୁଜର ତାଙ୍କୁ ଟ୍ରୋଲ କରିବାକୁ ପଛାଇନଥିଲେ।     


Also Read: ପୂର୍ବତନ Porn starଙ୍କ ଟାର୍ଗେଟରେ କଙ୍ଗନା? MEA ଦେଲା ଏମିତି ପ୍ରତିକ୍ରିୟା


ଏ ପ୍ରସଙ୍ଗରେ ଜଣେ ୟୁଜର ଲେଖିଛନ୍ତି ଏପରି କାମ କରିବା ହେଉଛି ଅପରାଧ ସହ ସମାନ। ଏହା ଦ୍ୱାରା କୋଟି କୋଟି ଲୋକଙ୍କ ଧାର୍ମିକ ଭାବନା ଆହତ ହେଉଛି। ପ୍ରତିବର୍ଷ ଲୋକ ଗଣେଶ ଚତୁର୍ଥୀକୁ ଏକ ପର୍ବ ଭାବେ ପାଳନ କରିଥାନ୍ତି। "ସରି ରିରି" (Sorry RiRi) ତୁମେ ପୁଣି ଥରେ ଆମକୁ ନିରାଶ କରିଛ।


    



ପପ୍ ସିଙ୍ଗର ରିହାନା (Pop Singer Rihana) ବିବାଦ ଘେରକୁ ଟଣାହେବା କୌଣସି ନୂଆ ଘଟଣା ନୁହେଁ। ଗତ ୨ ତାରିଖରେ ସେ ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ପ୍ରସଙ୍ଗରେ ଟ୍ୱିଟ କରି ବିବାଦୀୟ ହୋଇପଡିଥିଲେ। ଏ ମାମଲାରେ ତାଙ୍କୁ ମୁହଁତୋଡ଼ ଜବାବ ଦେଇଥିଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ। 


Also Read: Delhi Police Action: ବର୍ତ୍ତିଗଲେ Greta, ଫସିଗଲେ Toolkit ଲେଖକ


କୌଣସି ନର୍ଦ୍ଧିଷ୍ଟ ଧର୍ମ ସମ୍ପ୍ରଦାୟକୁ ଅପାମାନ କରିବା ଘଟଣାରେ ପୂର୍ବରୁ ବିବାଦରେ ଛନ୍ଦି ହୋଇପଡିଛନ୍ତି ଏହି ଆମେରିକୀୟ ଗାୟିକା। ଗତ ୨୦୧୩ ବର୍ଷରେ ସେ ୟୁଏଇ ରାଜଧାନୀ ଆବୁଧାବି ସ୍ଥିତ (UAE Capital Abudhabi) ଶୈଖ ଜାୟଦ ଗ୍ରାଣ୍ଡ ମସଜିଦ ସେଣ୍ଟର (Sheikh Zayed Grand Mosque Center) ପରିସରରେ ଏକ ଫଟୋସୁଟ କରିଥିଲେ। ସେତେବେଳେ ସେଠାରେ ଆପତ୍ତିଜନକ ଫଟୋସୁଟ କରିବାକୁ ନେଇ ବିବାଦ ସୃଷ୍ଟି ହେବାରୁ ତାଙ୍କୁ ମସଜିଦ ବାହାର କରି ଦିଆଯାଇଥିଲା।     


Also Read: Kangana targets Greta; କହିଲେ, 'ଗୋଟିଏ ଟିମରେ ଅଛନ୍ତି ସବୁ ପପୁ'


ଏନେଇ ଆବୁଧାବିସ୍ଥିତ ମସଜିଦ ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଥିଲା ଫଟୋସୁଟ କରିବାକୁ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ରିହାନଙ୍କ ସାମ୍ମାସାମ୍ନି ହୋଇଥିଲା। ଏହା ପରେ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ସେ ସ୍ୱାଭାବିକ ଅବସ୍ଥାରେ ପ୍ରବେଶ ପଥରୁ ମସଜିଦ ପରିଦର୍ଶନ କରିବାକୁ ଆସିବାକୁ ନିର୍ଦ୍ଦେଶ ମିଳିଥିଲା।


Also Read: 


ଏହା ବ୍ୟତୀତ ରିଆନା ତାଙ୍କ ବ୍ରାଣ୍ଡ୍ "ସେଭେଜ୍ ଏକ୍ସ ଫେଣ୍ଟି ଅନ୍ତଃବସ୍ତ୍ର ଶୋ" ( Savage X Fenty Lingerie Show) କାର୍ଯ୍ୟକ୍ରମରେ ସମୟରେ ତାଙ୍କର ଗୋଟିଏ ଗୀତକୁ ନେଇ ବିବାଦ ଘେରକୁ ଆସିଥିଲେ। ଏଠାରେ ମଧ୍ୟ ରିହାନା ଧାର୍ମିକ ଭାବନାକୁ ଆଘାତ ଦେଇଥିବା ନେଇ ଅଭିଯୋଗ ହୋଇଥିଲା।