ପ୍ରଜ୍ଞାନଙ୍କ ଗୁଗଲିରେ ରିହାନା ହିଟ୍ ୱିକେଟ୍
Advertisement

ପ୍ରଜ୍ଞାନଙ୍କ ଗୁଗଲିରେ ରିହାନା ହିଟ୍ ୱିକେଟ୍

କୃଷକ ଆନ୍ଦୋଳନକୁ ନେଇ ହଲଲିଉଡ ଅଭିନେତ୍ରୀ ତଥା ପପ୍ ସିଙ୍ଗର ରିହାନା ମଙ୍ଗଳବାର ଏକ ଟ୍ୱିଟ କରିଛନ୍ତି। ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ସେୟାର କରିବା ସହ ଦିଲ୍ଲୀରେ ଇଣ୍ଟରନେଟ ସେବା ବନ୍ଦ ଉପରେ ପ୍ରଶ୍ନ ଉଠାଇଛନ୍ତି। ଆଉ ରିହାନାଙ୍କୁ କାଉଁଣ୍ଟର କରିବା ପାଇଁ ଭାରତୀୟ ସେଲିବ୍ରିଟିମାନେ ଆଗେଇ ଆସିଛନ୍ତି।

ପ୍ରଜ୍ଞାନଙ୍କ ଗୁଗଲିରେ ରିହାନା ହିଟ୍ ୱିକେଟ୍

ନୂଆଦିଲ୍ଲୀ: ଦେଶରେ ଚାଲିଥିବା କୃଷକ ଆନ୍ଦୋଳନରେ ବର୍ତ୍ତମାନ ଅନ୍ତର୍ଜାତୀୟ ତାରକା ପ୍ରବେଶ କରିଛନ୍ତି। କୃଷକ ଆନ୍ଦୋଳନକୁ ନେଇ ହଲଲିଉଡ ଅଭିନେତ୍ରୀ ତଥା ପପ୍ ସିଙ୍ଗର ରିହାନା ମଙ୍ଗଳବାର ଏକ ଟ୍ୱିଟ କରିଛନ୍ତି। ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ସେୟାର କରିବା ସହ ଦିଲ୍ଲୀରେ ଇଣ୍ଟରନେଟ ସେବା ବନ୍ଦ ଉପରେ ପ୍ରଶ୍ନ ଉଠାଇଛନ୍ତି। ଆଉ ରିହାନାଙ୍କୁ କାଉଁଣ୍ଟର କରିବା ପାଇଁ ଭାରତୀୟ ସେଲିବ୍ରିଟିମାନେ ଆଗେଇ ଆସିଛନ୍ତି। 

ରିହାନା (Rihanna) ଙ୍କ ଟ୍ୱିଟ ପରେ ସୋସିଆଲ ମିଡିଆରେ ଝଡ ସୃଷ୍ଟି ହୋଇଛି। କଙ୍ଗନା ରଣାୱତ (Kangana Ranaut)ଙ୍କ ପରେ ରିହାନାଙ୍କ ଟ୍ୱିଟର ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ପ୍ରଜ୍ଞାନ ଓଝା (Pragyan Ojha)। କୃଷକ ଆନ୍ଦୋଳନର ୭୦ ଦିନ ପର୍ଯ୍ୟନ୍ତ ନିରବ ରହିଥିବା ପ୍ରଜ୍ଞାନ ଏବେ ମୁଁହ ଖୋଲିଛନ୍ତି। ସେ ରିହାନାଙ୍କୁ କୃଷକ ଆନ୍ଦୋଳନ (Farmer Protest) ପ୍ରସଙ୍ଗଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି।

Also Read: ଏହି ହଲିଉଡ୍ ଅଭିନେତ୍ରୀଙ୍କୁ ମୂର୍ଖ କହିଲେ କଙ୍ଗନା

fallback

ପ୍ରଜ୍ଞାନ୍ ଟ୍ୱିଟ୍ କରି କହିଛନ୍ତି, "ମୋ ଦେଶ କୃଷକମାନଙ୍କ ପାଇଁ ଗର୍ବିତ ଏବଂ ସେମାନେ କେତେ ଗୁରୁତ୍ୱପୂର୍ଣ୍ଣ ଆମେ ଜାଣୁ। ମୁଁ ନିଶ୍ଚିତ ଯେ ଏହି ସମସ୍ୟାର ଶୀଘ୍ର ସମାଧାନ ହେବ। ଆମର ଆଭ୍ୟନ୍ତରୀଣ ବ୍ୟାପାରରେ କୈଣସି ବାହାର ଲୋକଙ୍କର ହସ୍ତକ୍ଷେପ ଆବଶ୍ୟକ ନାହିଁ।'' କୁହାଯାଉଛି, ପ୍ରଜ୍ଞାନଙ୍କ ଏପରି ମୁହଁତୋଡ ଜବାବ ପରେ ରିହାନା ହିଟ୍ ୱିକେଟ ହୋଇଯାଇଛନ୍ତି।