Pornography case: ରାଜ କୁନ୍ଦ୍ରା ମାମଲାରେ ଶିଳ୍ପା ଶେଟ୍ଟୀଙ୍କୁ ଦିଆଯାଇ ନାହିଁ କ୍ଲିନ୍ ଚିଟ୍
Advertisement

Pornography case: ରାଜ କୁନ୍ଦ୍ରା ମାମଲାରେ ଶିଳ୍ପା ଶେଟ୍ଟୀଙ୍କୁ ଦିଆଯାଇ ନାହିଁ କ୍ଲିନ୍ ଚିଟ୍

ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଆଜି ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି । ତାଙ୍କ ଉପରେ ଅଶ୍ଳୀଳ ଫିଲ୍ମ ନିର୍ମାଣ ଓ ଏହାକୁ ଏକ ମୋବାଇଲ୍ ଆପ୍ ମାଧ୍ୟମରେ ବିସ୍ତାର କରିଥିବାର ଅଭିଯୋଗ ରହିଛି ।

(ଫାଇଲ ଫଟୋ)

ନୂଆଦିଲ୍ଲୀ: ପର୍ଣ୍ଣଗ୍ରାଫି ମାମଲାରେ (Pornography case) ଗିରଫ ହୋଇଥିବା ବଲିଉଡର ଜଣାଶୁଣା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ (Shilpa Shetty) ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ  (Raj Kundra) ଆଜି ୧୪ ଦିନିଆ ନ୍ୟାୟିକ ହାଜତକୁ ପଠାଯାଇଛି ।  ତାଙ୍କ ଉପରେ ଅଶ୍ଳୀଳ ଫିଲ୍ମ (Pornography) ନିର୍ମାଣ ଓ ଏହାକୁ ଏକ ମୋବାଇଲ୍ ଆପ୍ ମାଧ୍ୟମରେ ବିସ୍ତାର କରିଥିବାର ଅଭିଯୋଗ ରହିଛି । ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ (Mumbai Police Crime Branch) ଫେବୃଆରୀରେ ଏକ ଅଶ୍ଳୀଳ ଫିଲ୍ମ ନିର୍ମାଣ ଓ ଆପ୍ ମାଧ୍ୟମରେ ଅପଲୋଡ୍ କରିବା ବିଷୟରେ ପ୍ରକାଶ କରିଥିଲା। 

ତେବେ ଏହି ମାମଲା ସହ ଅଧିକ ସୂଚନା ପାଇବା ପାଇଁ ମୁମ୍ବାଇ ପୋଲିସ ରାଜ କୁନ୍ଦ୍ରାଙ୍କୁ (Raj Kundra) ୭ ଦିନ ପାଇଁ ପୋଲିସ ହେପାଜତକୁ ପଠାଇବାକୁ ଦାବି କରିଥିଲା, କିନ୍ତୁ କୋର୍ଟ ମୁମ୍ବାଇ ପୋଲିସର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏଥିସହିତ ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ କହିଛି ଯେ ପର୍ଣ୍ଣଗ୍ରାଫି ମାମଲାରେ (Pornography case) ଶିଳ୍ପା ଶେଟ୍ଟୀଙ୍କୁ (Shilpa Shetty) ଏପର୍ଯ୍ୟନ୍ତ କୌଣସି କ୍ଲିନ୍ ଚିଟ୍ ଦିଆଯାଇ ନାହିଁ । ସମସ୍ତ ସମ୍ଭାବନା ଓ ଦିଗ ପ୍ରତି ଅନୁଧ୍ୟାନ କରାଯାଉଛି । ଫୋରେନସିକ୍ ଅଡିଟର ନିଯୁକ୍ତ କରାଯାଇଛି ଓ ସେମାନେ ଏହି ମାମଲାରେ ସମସ୍ତ ଆକାଉଣ୍ଟ୍ କାରବାର ଯାଞ୍ଚ କରୁଛନ୍ତି ।

ଅଧିକ ପଢ଼ନ୍ତୁ: ଚିନ୍ତାର ବିଷୟ! ଗତ ୪ ସପ୍ତାହ ମଧ୍ୟରେ ୨୨ ଟି ଜିଲ୍ଲାରେ ବୃଦ୍ଧି ପାଇଛି କୋରୋନା ମାମଲା

ଏଥି ସହିତ, ଡ୍ୟାନ୍ସ ରିଅଲିଟି ସୋ 'ସୁପର ଡାନ୍ସର୍ ଚାପ୍ଟର ୪'ରେ (Super Dancer Chapter 4) 'ସୁପର ସେ ଭୀ ଉପର' ଡାଇଲଗ ମାରି ପ୍ରତିଯୋଗୀଙ୍କ ମନୋବଳ ବଢାଉଥିବା ଜଜ ଶିଳ୍ପା ଶେଟ୍ଟୀଙ୍କୁ ମଧ୍ୟ ଆଗାମୀ ଶୋ’ରେ ଦେଖିବାକୁ ମିଳିବ ନାହିଁ । ପର୍ଣ୍ଣ ଫିଲ୍ମ ମାମଲାରେ ଶିଳ୍ପାଙ୍କ ସ୍ୱାମୀଙ୍କୁ ଗିରଫ କରିବା ଅଭିନେତ୍ରୀଙ୍କ ଉପରେ ସିଧାସଳଖ ପ୍ରଭାବ ପକାଉଥିବା ଜଣାପଡିଛି । ରାଜ କୁନ୍ଦ୍ରାଙ୍କୁ (Raj Kundra) ଗିରଫ କରାଯିବା ମାତ୍ରେ ଶିଳ୍ପା ଶୋ' ଛାଡିବାର ଖବର ଆସିବା ସମତେ ଅଭିନେତ୍ରୀ କରିସ୍ମା କପୁର ଗେଷ୍ଟ ଜଜଙ୍କ ଚେୟାରରେ ଉପସ୍ଥିତ ହୋଇଥିଲେ । ବର୍ତ୍ତମାନ ଶିଳ୍ପାଙ୍କୁ ଆଗାମୀ ଶୋ’ରେ ମଧ୍ୟ ଦେଖିବାକୁ ମିଳିବ ନାହିଁ । ଅନୁମାନ କରାଯାଉଛି ଯେ ଶିଳ୍ପାଙ୍କୁ ଶୋ'ରୁ ଛୁଟି କରି ଦିଆଯାଇଛି । ଯଦିଓ କୌଣସି ଅଧିକାରିକ ବୟାନ ପ୍ରକାଶ କରାଯାଇ ନାହିଁ ।