IMD ଦେଲା ଚେତାବନୀ, ଦେଶର ଏହି ଭାଗରେ ଆସନ୍ତା ୫ ଦିନ ପାଇଁ ହେବ ପ୍ରବଳ ବର୍ଷା
Advertisement
Article Detail0/zeeodisha/odisha1397692

IMD ଦେଲା ଚେତାବନୀ, ଦେଶର ଏହି ଭାଗରେ ଆସନ୍ତା ୫ ଦିନ ପାଇଁ ହେବ ପ୍ରବଳ ବର୍ଷା

IMD Rainfall Alert: ବର୍ଷାକୁ ନେଇ ତାମିଲନାଡୁ ଓ କର୍ଣ୍ଣାଟକ ରାଜ୍ୟକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ୧୮ ଓ ୧୯ ତାରିଖରେ ଦକ୍ଷିଣ ଭାରତର କେତେକ ରାଜ୍ୟରେ ବର୍ଷା କମ୍ ହେବ, କିନ୍ତୁ ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବ ।

ସୌଜନ୍ୟ -ସୋସିଆଲ ମିଡିଆ

Weather Forecast: ଭାରତର ପାଣିପାଗ ବିଭାଗ (IMD) ଆସନ୍ତା କିଛି ଦିନ ପାଇଁ ଦେଶର ପାଣିପାଗ ଉପରେ ନିଜର ପୂର୍ବାନୁମାନ କରିଛି । ବର୍ତ୍ତମାନ ଉତ୍ତର ଓ ମଧ୍ୟ ଭାରତର ଅଧିକାଂଶ ରାଜ୍ୟରୁ ମୌସୁମୀ (Monsoon) ସମାପ୍ତ ହୋଇଛି କିମ୍ବା ହେବାକୁ ଯାଉଛି । ଆସନ୍ତା ଦୁଇ ଦିନ ମଧ୍ୟରେ ବିଦର୍ଭ, ଛତିଶଗଡ଼, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡର କିଛି ଅଂଶ, ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଂଶ ଓ ସମଗ୍ର ପଶ୍ଚିମବଙ୍ଗରୁ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାହାର ପାଇଁ ଅବସ୍ଥା ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ କହିଛି । ତେବେ ଆସନ୍ତା ପାଞ୍ଚ ଦିନ ମଧ୍ୟରେ ଦକ୍ଷିଣ ଭାରତ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ନେଇ ଏକ ସତର୍କ ସୂଚନା ଜାରି କରାଯାଇଛି ।

ବର୍ଷାକୁ ନେଇ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏଥି ସହିତ, ଦକ୍ଷିଣ ଭାରତର କେତେକ ରାଜ୍ୟରେ ୧୮ ଓ ୧୯ ତାରିଖରେ ବର୍ଷା କମ୍ ରହିବ, କିନ୍ତୁ ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବ ।

ପାଣିପାଗ ବିଭାଗ କହିଛି ଯେ ଜମ୍ମୁ କାଶ୍ମୀର, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ, ଗୁଜୁରାଟ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗର କିଛି ଅଂଶ, ବିହାର, ଦିଲ୍ଲୀ ସମେତ ଅନେକ ରାଜ୍ୟରୁ ମୌସୁମୀ ଯାଇ ସାରିଛି । ଏଥି ସହିତ ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ ଓ ଅନ୍ୟାନ୍ୟ ରାଜ୍ୟରେ ଆଗାମୀ ଦିନରେ ମୌସୁମୀ ସମ୍ପୂର୍ଣ୍ଣ ରୂପେ ବିଦାୟ ନେବ ।

ଭାରତ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ଆଗାମୀ ଦିନରେ ଓଡ଼ିଶା ସହ ଦେଶରେ ଅନେକ ଅଂଚଳରେ ଆକାଶ ସ୍ପଷ୍ଟ ରହିବ ଓ ସର୍ବାଧିକ ତାପମାତ୍ରା ପ୍ରାୟ ୩୨ ଡିଗ୍ରୀ ସେଲସିୟସ ହେବ ବୋଲି ଆଶା କରାଯାଉଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ତଥ୍ୟ ଅନୁଯାୟୀ, ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ରବିବାର ସକାଳ ପ୍ରାୟ ୯.୩୦ ସମୟରେ 'ମଧ୍ୟମ' ବର୍ଗରେ ଥିବା ୧୭୫ ରେ ରେକର୍ଡ କରାଯାଇଥିଲା । ଶୂନରୁ ୫୦ ମଧ୍ୟରେ AQI ଭଲ, ୫୧ ରୁ ୧୦୦ 'ସନ୍ତୋଷଜନକ', ୧୦୧ ରୁ ୨୦୦ 'ମଧ୍ୟମ', ୨୦୧ ରୁ ୩୦୦ 'ଖରାପ', ୩୦୧ ରୁ ୪୦୦ 'ଅତ୍ୟନ୍ତ ଖରାପ' ଏବଂ ୪୦୧ ରୁ ୫୦୦ AQI 'ଗମ୍ଭୀର' ଭାବରେ ବିବେଚନା କରାଯାଏ ।

ଏହା ବି ପଢ଼ନ୍ତୁ: Weight Loss: ଖାଇବା ପରେ କରନ୍ତୁ ଏହି ଦୁଇଟି ଜିନିଷ, ଜୀବନରେ କେବେବି ବଢ଼ିବ ନାହିଁ ଓଜନ

ଏହା ବି ପଢ଼ନ୍ତୁ: Monkeys: ଏହି ଗାଁରେ ୩୨ ଏକର ଜମିର ମାଲିକ ଅଟନ୍ତି ମାଙ୍କଡ, ଲୋକମାନେ ମଧ୍ୟ ଦିଅନ୍ତି ବିଶେଷ ସମ୍ମାନ