Kargil Diwas ରେ ଜମ୍ମୁ କାଶ୍ମୀର ଓ ଲଦ୍ଦାଖ ଗସ୍ତ କରିପାରନ୍ତି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ
Advertisement

Kargil Diwas ରେ ଜମ୍ମୁ କାଶ୍ମୀର ଓ ଲଦ୍ଦାଖ ଗସ୍ତ କରିପାରନ୍ତି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ

Kargil Diwas: ଭାରତ ଏଥର ପାକିସ୍ତାନ ବିପକ୍ଷରେ କାର୍ଗିଲରେ ୨୬ ଜୁଲାଇ ୧୯୯୯ ମସିହାରେ ମିଳିଥିବା ବିଜୟର ୨୨ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି ।

 

ରାଷ୍ଟ୍ରପତି ରାମ ନାଥ କୋବିନ୍ଦ (ଫାଇଲ ଫଟୋ)

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମ ନାଥ କୋବିନ୍ଦ (Ramnath Kovind) ଜମ୍ମୁ କାଶ୍ମୀର ଓ ଲଦ୍ଦାଖ ଗସ୍ତ କରି ୨୬ ଜୁଲାଇରେ କାର୍ଗିଲ ଦିବସ (Kargil Diwas) ପାଳନ କରିପାରନ୍ତି । ସେ ତିନି ଦିନିଆ ଗସ୍ତରେ ଯିବେ ବୋଲି ବିଶ୍ୱାସ ରହିଛି । ଅଧିକାରୀଙ୍କ କହିବାନୁସାରେ ଏହି ତିନି ଦିନିଆ ଗସ୍ତ ୨୫ ଜୁଲାଇରୁ ଆରମ୍ଭ ହେବ । ଅଧିକାରୀ କହିଛନ୍ତି ଯେ ରାଷ୍ଟ୍ରପତି ନିଜ ଗସ୍ତ ସମୟରେ କାର୍ଗିଲ ୱାର ମେମୋରିଆଲ (Kargil War Memorial) ପରିଦର୍ଶନ କରିପାରନ୍ତି । ତେବେ ଏହି ଯାତ୍ରା ପାଇଁ ପ୍ରସ୍ତୁତି ବର୍ତ୍ତମାନ ଚାଲିଛି ।

ଏଥର ଭାରତ ୨୬ ଜୁଲାଇ ୧୯୯୯ ରେ ପାକିସ୍ତାନ (Pakistan) ବିପକ୍ଷରେ ବିଜୟର ୨୨ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି । ଏହାର ନାମ ଅପରେସନ୍ ବିଜୟ ଥିଲା । ଭାରତୀୟ ସୈନିକ ମାନେ ପାକିସ୍ତାନୀ ସୈନ୍ୟମାନଙ୍କୁ ଜମ୍ମୁ କାଶ୍ମୀରର କାର୍ଗିଲରେ ପରାସ୍ତ କରିଥିଲେ ।

ଅଧିକ ପଢ଼ନ୍ତୁ: CM ନୀତୀଶ କୁମାରଙ୍କ ବିରୋଧରେ FIR ଦେବାକୁ ପହଞ୍ଚିଲେ IAS ଅଫିସର, ଲଗାଇଲେ ଗୁରୁତର ଅଭିଯୋଗ

ଭାରତ ଓ ପାକିସ୍ଥାନ ମଧ୍ୟରେ କାର୍ଗିଲ ଯୁଦ୍ଧ ପ୍ରାୟ ୩ ମାସ ଧରି ଚାଲିଥିଲା । ଏହି ଯୁଦ୍ଧ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ପାକିସ୍ତାନୀ ସୈନିକ ଓ ଆତଙ୍କବାଦୀମାନେ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିଲେ ।

ଅଧିକ ପଢ଼ନ୍ତୁ: କୋରୋନା ଦ୍ୱିତୀୟ ଲହର: ମହିଳାଙ୍କ ଅପେକ୍ଷା ଅଧିକ ଚାକିରି ହରାଇଛନ୍ତି ପୁରୁଷ

ଅନ୍ୟପକ୍ଷରେ କାର୍ଗିଲ ଦିବସକୁ ଦୃଷ୍ଟିରେ ରଖି ସାରା ଦେଶରେ ପ୍ରସ୍ତୁତି ଚାଲିଛି । ଗୁଜୁରାଟର ନ୍ୟାସନାଲ କ୍ୟାଡେଟ୍ କର୍ପସ୍ (NCC) କ୍ୟାଡେଟ୍ ମାନେ ସଶସ୍ତ୍ରର ବଳର ବୀରତ୍ୱ ଓ ବଳିଦାନକୁ ସ୍ମରଣ କରିବା ପାଇଁ ୩୦,୦୦୦ କାର୍ଡ ପ୍ରସ୍ତୁତ କରିଛନ୍ତି । ଯାହାକି ଜୁନ୍ ୨୬ ରେ କାର୍ଗିଲ ଯୁଦ୍ଧର ୨୨ ବର୍ଷ ତଥା ଯୁଦ୍ଧକୁ ସ୍ମରଣୀୟ ଭାବେ ପାଳନ କରାଯାଉଥିବା 'କାର୍ଗିଲ ବିଜୟ ଦିବସ' ପୂର୍ବରୁ ଶନିବାର ଦିନ ଜାମ୍ମୁ କାଶ୍ମୀରର ୟୁନିଅନ ଟେରିଟୋରୀ ପାଇଁ ପୋଷ୍ଟ କରାଯାଇଥିଲା ।