Trending Photos
ନୂଆଦିଲ୍ଲୀ: ସରିଲା ନୂଆ ସଂସଦର ଶିଳାନ୍ୟାସ । ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଏକ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ପୂଜାରେ ଶିଳାନ୍ୟାସ କରିଛନ୍ତି । ତେବେ ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) କହିଥିଲେ କି, ଆଜି ହେଉଛି ଭାରତ ପାଇଁ ଏକ ଐତିହାସିକ ଦିନ । ୧୩୦ କୋଟି ଭାରତୀୟଙ୍କ ପାଇଁ ଗର୍ବର ଦିନ ।
ଅଧିକ ପଢନ୍ତୁ: ଚୀନ ଉପରେ ବର୍ଷିଲେ ରାଜନାଥ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) କହିଛନ୍ତି କି, ଆଜି ଭାରତର ଗଣତାନ୍ତ୍ରିକ ଇତିହାସରେ ଏକ ମାଇଲଖୁଣ୍ଟ। ଆମେ, ଭାରତର ଲୋକମାନେ, ଆମର ସଂସଦର (Parliament Building) ଏହି ନୂତନ କୋଠା ନିର୍ମାଣ କରିବାକୁ ଯାଉଛି । ଏହାଠାରୁ ଖୁସିର କଥା ଆଉ କଣ ହୋଇପାରେ । ଯେତେବେଳେ ଭାରତ ସ୍ୱାଧୀନତାର (Indipendent Day) ୭୫ ବର୍ଷ ପାଳନ କରୁଥିବ, ସେତେବେଳେ ଆମ ସଂସଦର ନୂତନ କୋଠା (Parliament New Building) ସେହି ଉତ୍ସବର ପ୍ରକୃତ ପ୍ରେରଣା ହେବା ଉଚିତ୍ ବୋଲି ସେ କହିଛନ୍ତି।
ପ୍ରଥମଥର ପାଇଁ ଯେତେବେଳେ ସଂସଦରେ ପାଦ ଥାପିଥିଲେ, ସେହି ସମୟକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ କି, ମୁଁ ମୋ ଜୀବନ କାଳ ମଧ୍ୟରେ ସେହି ମୁହୁର୍ତ୍ତକୁ କେବେ ମଧ୍ୟ ଭୁଲି ପାରିବି ନାହିଁ, ଯେତେବେଳେ ୨୦୧୪ ମସିହାରେ ସାଂସଦ ରୁପେ ପ୍ରଥମ ଥର ପାଇଁ ସଂସଦକୁ ଆସିବାର ସୁଯୋଗ ପାଇଥିଲି । ସେହି ସମୟରେ ମୁଁ ଆଣ୍ଠୁମାଡ଼ି ଏହି ଲୋକତନ୍ତ୍ରର ମନ୍ଦିରକୁ ନମସ୍କାର କରିଥିଲି।
ଅଧିକ ପଢନ୍ତୁ: ଅଣଓଡ଼ିଆ ଅଫିସର ଓଡ଼ିଆ ଜାତିଙ୍କୁ ଶ... କହିବା କେତେ ଯୁକ୍ତିଯୁକ୍ତ ?
ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ କହିଛନ୍ତି କି ବର୍ତ୍ତମାନ ସଂସଦ ଭବନ ଦେଶ ସ୍ୱାଧୀନତା ଆନ୍ଦୋଳନ ଓ ସ୍ୱତନ୍ତ୍ର ଭାରତ ଗଠନରେ ଏକ ପ୍ରମୁଖ ଭୁମିକା ଗ୍ରହଣ କରିଛି । ସ୍ୱାଧୀନ ଭାରତର ସରକାର ଗଠନ ମଧ୍ୟ ଏହି ଗୃହରୁ ଆରମ୍ଭ ହୋଇଥିଲା । ଏପରିକି ସଂସଦର ପ୍ରଥମ ଅଧିବେସନ ମଧ୍ୟ ଏହିଠାରେ ବସିଥିଲା । ଏହି ପୁରୁଣା ସଂସଦ ନୂତନ ଭାରତ ଗଠନର ଏକ ସ୍ୱତନ୍ତ୍ର ଦିଗ ଦେଇଥିଲା। ତେବେ ନୂଆ ସଂସଦ ଆତ୍ମନିର୍ଭର ଭାରତର ଏକ ମୁକସାକ୍ଷୀ ପାଲଟିବ । ପୁରୁଣା ସଂସଦ ଭବନରେ ଦେଶର ଆବଶ୍ୟକତା ପୁରଣ ପାଇଁ କାର୍ଯ୍ୟ ହେଉଥିଲା । ଏବେ କିନ୍ତୁ ନୂଆ ସଂସଦ ଭବନରେ ଦେଶର ଆକାଂକ୍ଷାକୁ ପୁରଣ କରିବା ପାଇଁ କାର୍ଯ୍ୟ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଅଧିକ ପଢନ୍ତୁ: ରାଜନୀତି ପାଇଁ ବଳି ଚଢିଗଲା ଚାଷୀଙ୍କ ଦାବି
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ କି, ପୁରୁଣା ସଂସଦର ଗୃହ ବର୍ତ୍ତମାନ ଶତାୟୁ ହେବା ଅଭିମୁଖେ । ଏହି ଶହେ ବର୍ଷ ମଧ୍ୟରେ ଆବଶ୍ୟକତା ଅନୁଯାୟୀ ଏହାର ମରାମତି ହୋଇଛି । ଆଧୁନିକ ଶୈଳୀକୁ ମଧ୍ୟ ଲାଗୁ କରାଯାଇଛି । ଅନେକ ସୁଧାର ମଧ୍ୟ ଆସିଛି ଏହି ଗୃହରେ । ତେବେ ଏହି ଶତାୟୁ ଗୃହ ବିଶ୍ରାମ ମାଗୁଛି । ଏହାକୁ ବିଶ୍ରାମ ଦେବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।