ରାଜନୀତି ପାଇଁ ବଳି ଚଢିଗଲା ଚାଷୀଙ୍କ ଦାବି
Advertisement

ରାଜନୀତି ପାଇଁ ବଳି ଚଢିଗଲା ଚାଷୀଙ୍କ ଦାବି

କୃଷକଙ୍କ ପକ୍ଷରୁ କରାଯାଇଥିବା ଏହି ଭାରତ ବନ୍ଦକୁ ମିଶ୍ରିତ ସମର୍ଥନ ମିଳିଛି। ପ୍ରାୟ ୨୦ଟି ରାଜନୈତିକ ଦଳ କୃଷକଙ୍କ ପକ୍ଷରୁ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ।

ରାଜନୀତି ପାଇଁ ବଳି ଚଢିଗଲା ଚାଷୀଙ୍କ ଦାବି

ନୂଆଦିଲ୍ଲୀ: ନୂଆ କୃଷି ଆଇନ (Farm Act 2020) ବିରୁଦ୍ଧରେ ଡିସେମ୍ବର ୮ ତାରିଖରେ ବିଭିନ୍ନ କୃଷକ ସଙ୍ଗଠନ (Farmer Union) ପକ୍ଷରୁ ଭାରତ ବନ୍ଦ (Bharat  Bandh) ଡାକରା ଦିଆଯାଇଛି। ପୂର୍ବରୁ ଏହି ଆଇନକୁ ବିରୋଧ ଧରି ପ୍ରାୟ ୧୦ ଦିନ ଧରି ଦିନ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀସ୍ଥିତ ସିନ୍ଧୁ ବର୍ଡର ଠାରେ ବିକ୍ଷୋଭ ଜାରି ରଖିଛନ୍ତି ଆନ୍ଦୋଳନରତ କୃଷକ। ମଙ୍ଗଳବାର ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଭାରତ ବନ୍ଦ କରିଥିଲେ ଆନ୍ଦୋଳନରତ କୃଷକ (Farmer Protest) ।

କୃଷକଙ୍କ ପକ୍ଷରୁ କରାଯାଇଥିବା ଏହି ଭାରତ ବନ୍ଦକୁ ମିଶ୍ରିତ ସମର୍ଥନ ମିଳିଛି। ପ୍ରାୟ ୨୦ଟି ରାଜନୈତିକ ଦଳ କୃଷକଙ୍କ ପକ୍ଷରୁ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ। ଦେଶର ବିଭିନ୍ନ ଭାଗରେ ଭାରତ ବନ୍ଦ ପାଳନ କରିବା ସମୟରେ ବିଭିନ୍ନ ରାଜନୈତିକ ଦଳଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଥିବା ଜଣାପଡିଛି। 

Also Read: ଦେଶବ୍ୟାପୀ 'ଭାରତ ବନ୍ଦ', ଏହି ସବୁ ରାସ୍ତା ଦେଇ ଆପଣ କରିପାରିବେ ଯାତାୟତ

ୟୁପି ଗେଟ (UP Gate) ଠାରେ କୃଷକଙ୍କ ପକ୍ଷରୁ ହୋଇଥିବା ଆନ୍ଦୋଳନରେ ଯୋଗ ଦେଇଥିବା ଭୀମ ଆର୍ମୀ (Bhim Army) ସଙ୍ଗଠନର କାର୍ଯ୍ୟକର୍ତ୍ତାଙ୍କ ମନୋଭାବକୁ ଦେଖିବା ପରେ ପୋଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଥିଲା। ଏପରିକି ଏହି ସଙ୍ଗଠନର ଅନେକ କର୍ମକର୍ତ୍ତାଙ୍କୁ ହେପାଜତକୁ ନେଇଥିଲା ପୋଲିସ। ଅନ୍ୟପଟେ ଦିଲ୍ଲୀ ଠାରେ ଶାସକ ଆପ୍ (AAP-Aam Aadmi Party) କର୍ମକର୍ତ୍ତା ଦଳୀୟ କାର୍ଯ୍ୟାଳୟ ବାହାରେ କୃଷକଙ୍କୁ ସମର୍ଥନ ଜଣାଇ ଧାରଣା ଦେଇଥିଲା।    

ଏହି ଆନ୍ଦୋଳନ ଉପରେ ମତ ରଖି ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଭରତ ବନ୍ଦ ବିଫଳ ହୋଇଥିବା ନେଇ କହିଛନ୍ତି। ସେ କହିଛନ୍ତି କୃଷକ ବିରୋଧି ଦଳ ସେମାନଙ୍କର ରାଜନୈତିକ ଫାଇଦା ପାଇଁ ଏବେ କୃଷକ ସମର୍ଥକ ଭାବେ ଉଭା ହୋଇଛନ୍ତି। ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଚାଷୀ ଆନ୍ଦୋଳନକୁ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଏନେଇ ସେ କହିଛନ୍ତି ବିରୋଧି ଦଳ ବଜାର ବନ୍ଦ କରିବାକୁ ଚାହୁଁଛନ୍ତି। ଗାନ୍ଧୀ ପରିବାର ଦ୍ୱାରା ଅମେଠି ଜମିକୁ ଦଖଲ କରାଯାଇଥିଲା।

Also Read: ସ୍ୱାଭିମାନର ଲଢେଇ ନା ଅସ୍ତିତ୍ୱ ବଞ୍ଚାଇବା ପାଇଁ ସଂଘର୍ଷ ? କୃଷକ ଆନ୍ଦୋଳନ ପଛରେ ଦେଶ ବିରୋଧୀ ଶକ୍ତିଙ୍କ ହାତ ଅଭିଯୋଗ

 

ଏହାସହିତ ସମାଜବାଦୀ ପାର୍ଟି ପକ୍ଷରୁ କୃଷି ଆନ୍ଦୋଳନକୁ ସମର୍ଥନ ଜଣାଇ ରାଜ୍ୟର ମୋରାଦାବାଦ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଚାଷୀଙ୍କ ସମର୍ଥନରେ ସ୍ଲୋଗାନ ଦିଆଯାଇଥିଲା ଏବଂ ବହୁ ବିକ୍ଷୋଭକାରୀଙ୍କୁ ପୋଲିସ ଅଟକ ରଖିଥିଲା। ଭାରତ ବନ୍ଦ ପ୍ରଭାବ ୟୁପିର ମୀରଟ ଠାରେ ଦେଖିବାକୁ ମିଳିଥିଲା। ଆନ୍ଦୋଳନରତ କୃଷକ ହରିଦ୍ୱାର-ଦିଲ୍ଲୀ ରାଜପଥକୁ ବନ୍ଦ କରିଥିଲେ। 

ଭାରତ ବନ୍ଦ ଉପରେ ମତ ରଖି କଂଗ୍ରେସ କହିଛି କୃଷକଙ୍କ ଆବଶ୍ୟକତାକୁ ଅଣଦେଖା କରି ଦେଶର ସ୍ୱାର୍ଥ ଦୃଷ୍ଟିରୁ ନିଷ୍ପତ୍ତି ନିଆଯାଇପାରିବ ନାହିଁ। ଏଥି ସହ କଂଗ୍ରେସ ସହଯୋଗୀ ଶିବସେନା କହିଛି ସରକାର ମନ ସହିତ ନୁହେଁ ବରଂ ହୃଦୟ ସହିତ କାମ କରିବା ଉଚିତ। ଏହି ସମୟ ମଧ୍ୟରେ ମହାରାଷ୍ଟ୍ରର ଏପିଏମସି ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଭାରତ ବନ୍ଦକୁ ମୁମ୍ବାଇର ଡବାବାଲା ସମର୍ଥନ କରିଥିଲେ। ଦିଲ୍ଲୀର ଟିକରି ସୀମାରେ ଆନ୍ଦୋଳନରତ କୃଷକ ଏକାଠି ହୋଇଥିଲେ। 

Also Read: କୃଷକ ଆନ୍ଦୋଳନ: 'ଭାରତ ବନ୍ଦ' ସମର୍ଥନରେ କିଏ କିଏ?

 

ବହୁ ସଂଖ୍ୟାରେ କୃଷକ ଭାରତ ବନ୍ଦରେ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି କାରଣରୁ ଦିଲ୍ଲୀର ୧୦ଟି ସୀମା ବନ୍ଦ ରହିଥିଲା। ଦିଲ୍ଲୀ ଟ୍ରାଫିକ ପୋଲିସ ପକ୍ଷରୁ ଏନେଇ ସତର୍କତା ଜାରି କରାଯାଇଥିଲା। ଏହା ସହିତ ସିନ୍ଧୁ ସୀମା ଠାରେ କୃଷକଙ୍କ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ବନ୍ଦ ପାଳନରେ ଯୋଗଦେବାକୁ ନିବେଦନ କରିଥିଲେ ବିଭିନ୍ନ କୃଷି ସଙ୍ଗଠନ।

କୃଷକଙ୍କ ପକ୍ଷରୁ  ଚାଲିଥିବା ଆନ୍ଦୋଳନକୁ ବିଭିନ୍ନ ଟ୍ରେଡ ୟୁନିଅନ ପକ୍ଷର ସମର୍ଥନ ମିଳିଥିଲା। ୟୁପିର ପ୍ରୟାଗରାଜ ଏବଂ ବିହାରର ଜାହାନାବାଦ ଠାରେ  ବିକ୍ଷୋଭକାରୀ ରେଳ ରୋକ କରିଥିଲେ। ପଞ୍ଜାବର ଅମୃତସର ଠାରେ ଜବରଦସ୍ତ ଦୋକାନ ବନ୍ଦ କରାଯାଇଥିଲା। କୃଷକ ନେତା କୃଷି ଆଇନ ବିରୋଧରେ ନାରାବାଜି କରିଥିଲେ। ଝାଡଖଣ୍ଡର ରାଞ୍ଚି ଠାରେ ରୁଟି ମାଳ ସହ ପ୍ରଦର୍ଶନ କରାଯାଇଥିଲା। ବାମ ଦଳର କୃଷକଙ୍କ ସମର୍ଥନରେ ଆନ୍ଦୋଳନକୁ ଓହ୍ଲାଇଥିଲେ। କୃଷି ଆଇନ ବିରୋଧରେ ସ୍ଲୋଗାନ ମଧ୍ୟ ଦିଆଯାଇଥିଲା। ଏହା ବ୍ୟତୀତ ଛତିଶଗଡର ରାୟପୁର ଠାରେ ବାଧ୍ୟତାମୂଳକ ଦୋକାନ ବଜାରକୁ ବନ୍ଦ କରାଯାଇଥିଲା। 

Also Read: Farmers Bharat Band: ରାତି ପାହିଲେ 'ଭାରତ ବନ୍ଦ', ଖୋଲା ରହିବ ଏହି ସବୁ ସୁବିଧା

ବିହାରର ରାଜଧାନୀ ପାଟନା ଠାରେ ରାଜ୍ୟ ଜନସେବା ଆୟୋଗର ଜଣେ ସଦସ୍ୟଙ୍କୁ ଅଟକାଇ ଦିଆଯାଇଥିଲା। ପାଟନା ବିଶ୍ୱବିଦ୍ୟାଳୟର ଛାତ୍ର ଗାଡି ଉପରେ ଚଢି ପ୍ରଦର୍ଶନ କରିଥିଲେ। ଆନ୍ଦୋଳନ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା। ଓଡିଶାର ରାଜଧାନୀ ଭୁବନେଶ୍ୱର ଠାରେ ବାମପନ୍ଥୀ ନେତାଙ୍କୁ କୃଷକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଭାରତ ବନ୍ଦକୁ ସଫଳ କରିବା ପାଇଁ ସ୍ଲୋଗାନ ଦିଆଯାଇଥିଲା। କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବି କରାଯାଇଥିଲା। ବାମପନ୍ଥୀ ନେତା କୃଷକଙ୍କ ସମର୍ଥନରେ ଆନ୍ଦୋଳନକୁ ଓହ୍ଲାଇଥିଲେ। 

କୋଲକାତା ଠାରେ ବାମ ଦଳର କର୍ମକର୍ତ୍ତା ଭାରତ ବନ୍ଦକୁ ସମର୍ଥନ କରି ରାଜରାସ୍ତାକୁ ଓହ୍ଲାଇଥିଲେ। ଏହି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଦାବି କରାଯାଇଥିଲା। ଭାରତ ବନ୍ଦର ମିଶ୍ରିତ ପ୍ରଭାବ କୋଲକାତାରେ ଦେଖିବାକୁ ମିଳିଥିଲା। କୃଷକ ଆନ୍ଦୋଳନକୁ ୨୦ଟି ରାଜନୈତିକ ଦଳର ସମର୍ଥନ ଜଣାଇଥିଲେ। ମୋଟ ଉପରେ କହିବାକୁ ଗଲେ କୃଷକଙ୍କ ପକ୍ଷରୁ ହୋଇଥିବା ଭାରତ ବନ୍ଦୁ ମିଶ୍ରିତ ସଫଳତା ମିଳିଛି। ଦିଲ୍ଲୀ-ମହାରାଷ୍ଟ୍ର ଠାରେ ପନିପରିବା ମଣ୍ଡି ବନ୍ଦ ରହିଥିବା ବେଳେ ବଡ ବଜାର ଖୋଲା ରହିଥିଲା। କଂଗ୍ରେସ, ବାମପନ୍ଥୀ ସମେତ ବହୁ ଆଞ୍ଚଳିକ ଦଳ ଭାରତ ବନ୍ଦକୁ ସମର୍ଥନ କରିଥିବା ବେଳେ ତୃଣମୂଳ କଂଗ୍ରେସ ଏହାକୁ ସମର୍ଥନ କରିନଥିଲା।