ପ୍ରଚଣ୍ଡ ସ୍ୱାଭିମାନର ଅଧିକାରୀ ଓଡ଼ିଆ। ଏହାର ଉଦାହରଣ ଇତିହାସରେ ଲିପିବଦ୍ଧ। ଜୟୀ ରାଜଗୁରୁ (Jayee Rajguru) ହୁଅନ୍ତି ଅବା ବାଜି ରାଉତ, ହରେକୃଷ୍ଣ ମହତାବ (Harekrushna Mahatab) ହୁଅନ୍ତୁ ଅବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ (Biju Patnaik)।
Trending Photos
ନୂଆଦିଲ୍ଲୀ: ପ୍ରଚଣ୍ଡ ସ୍ୱାଭିମାନର ଅଧିକାରୀ ଓଡ଼ିଆ । ଏହାର ଉଦାହରଣ ଇତିହାସରେ ଲିପିବଦ୍ଧ । ଜୟୀ ରାଜଗୁରୁ (Jayee Rajguru) ହୁଅନ୍ତି ଅବା ବାଜି ରାଉତ, ହରେକୃଷ୍ଣ ମହତାବ (Harekrushna Mahatab) ହୁଅନ୍ତୁ ଅବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ (Biju Patnaik) । ରାଜ୍ୟକୁ ଶାସନ କରୁଥିବା ନେତା ମନ୍ତ୍ରୀ ଅବା ଖୋର୍ଦ୍ଧାଗଡ଼ର ପାଇକ, ନିଜର ସ୍ୱାଭିମାନକୁ ରକ୍ଷା କରିବା ପାଇଁ ତିଳେ ହେଲେ ପଛାଉ ନଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ଓଡ଼ିଆ ଜାତିକୁ ଖୋଲାଖୋଲି ଭାବେ ବଦନାମ କରାଯାଉଥିବା ଦେଖିବାକୁ ମିଳୁଛି । ଏହାର ସଦ୍ୟତମ ଉଦାହରଣ ଭାବେ ଭାଇରାଲ ହେଉଥିବା ଏକ ଅଡ଼ିଓକୁ ନିଆଯାଇପାରେ ।
ଭାଇରାଲ ଅଡ଼ିଓରେ (Viral Audio) ଦୁଇ ଜଣ ବାର୍ତ୍ତାଳାପ ହେଉଥିବା ଶୁଣିବାକୁ ମିଳୁଛି । ଗୋଟିଏ ପଟେ ରାଜ୍ୟର ଜଣେ ସ୍ୱାଭିମାନୀ ଓଡ଼ିଆ (Odia) ରହିଥିବା ବେଳେ ଅନ୍ୟ ଜଣେ ରାଜ୍ୟର ଜଣେ ପୋଲିସ ଅଧିକାରୀଙ୍କର (Police Officer) ବୋଲି ଚର୍ଚ୍ଚା ହେଉଛି । କୁହାଯାଉଛି ଉକ୍ତ ପୋଲିସ ଅଧିକାରୀ ଜଣକ ହେଉଛନ୍ତି ରାଜ୍ୟ ପରୀ ହତ୍ୟାକାଣ୍ଡର (Pari Murder Case) ତଦନ୍ତ ପାଇଁ ଗଠିତ ଏସଆଇଟିର ମୁଖ୍ୟ ଅରୁଣ ବୋଥ୍ରାଙ୍କର । ଭାଇରାଲ ଅଡ଼ିଓଟି ପ୍ରାୟ ୩ ମିନିଟର ସମୟର ରହିଛି । ଏହି ତିନି ମିନିଟ ସମୟରେ ମଧ୍ୟରେ ଉକ୍ତ ପୋଲିସ ଅଧିକାରୀ ଜଣକ ଏକାଧିକ ବାର ଶଳା ଶବ୍ଦଟି ଉଚ୍ଚାରଣ କରିଥିବା ଶୁଣିବାକୁ ମିଳିଛି ।
ଅଧିକ ପଢନ୍ତୁ: କୃଷକ ଆନ୍ଦୋଳନ: ୧୩ ଦିନରେ ବାହାରିଲାନି ନିଷ୍କର୍ସ, ଡିସେମ୍ବର ୧୪ରେ ଦେଶବ୍ୟାପୀ ଆନ୍ଦୋଳନ
ଉକ୍ତ ଅଡ଼ିଓରେ ପୋଲିସ ଅଧିକାରୀ ଜଣକ କାହିଁକି ରାଗିଲେ ତାହା ଭିନ୍ନ ପ୍ରସଙ୍ଗ । କିନ୍ତୁ ପ୍ରଶ୍ନ ହେଉଛି ଜଣେ ବରିଷ୍ଠ ଅଧିକାରୀ ଜଣକ ଏପରି ଭାବେ ଜଣେ ସାଧାରଣ ନାଗରିକଙ୍କ ପ୍ରତି ବାର୍ତ୍ତାଳାପ ବା ଗାଳିଗୁଲଜ କରିବା କେତେଦୁର ଯଥାର୍ଥ । ଅନ୍ୟ ଏକ ପ୍ରଶ୍ନ ହେଉଛି ଯେ, ଜଣେ ସାଧାରଣ ଲୋକଙ୍କ ପ୍ରଶ୍ନରେ ପୋଲିସ ଅଧିକାରୀ ଜଣକ ଚିହିଁକି ଉଠିବାର କାରଣ କଣ ?
ଏସବୁର ପ୍ରସଙ୍ଗକୁ ଯିବା ପୂର୍ବରୁ ଜାଣିବାକୁ ହେବ ଭାଇରାଲ ଅଡ଼ିଓରେ ଆଲୋଚନା ସମ୍ପର୍କରେ । ଉକ୍ତ ଭିଡ଼ିଓରେ ଜଣେ ଯୁବକ ଦୁଇଟି ପ୍ରସଙ୍ଗ ନେଇ ଅରୁଣ ବୋଥ୍ରାଙ୍କୁ କହିଥିବା ଜଣାପଡେ । ଗୋଟିଏ ଅରୁଣଙ୍କ କାର୍ଯ୍ୟଶୈଳୀ ଓ ସାହାଯ୍ୟ ମନୋବୃତ୍ତି ପାଇଁ ତାଙ୍କୁ ପ୍ରଶଂସା କରିଥିବା ବେଳେ ଅନ୍ୟଟି ସାହାଯ୍ୟ ଲୋଡ଼ିବା ଉଦ୍ଦେଶ୍ୟରେ ଯୁବକ ଜଣକ ତଥାକଥିତ ପୋଲିସ ଅଧିକାରୀ ଅରୁଣ ବୋଥ୍ରାଙ୍କୁ ଟ୍ୱିଟ ଯୋଗେ ଲେଖିଥିଲେ ।
ଅଧିକ ପଢନ୍ତୁ: ୧୭ ବର୍ଷରୁ ଆରମ୍ଭ ୧୮ ବର୍ଷର ଯାତ୍ରାରେ ପୂର୍ଣ୍ଣଛେଦ...
ଯୁବକ ଜଣକ 'ମୋ ସରକାର' କାର୍ଯ୍ୟ କରୁନଥିବା ବେଳେ ଅରୁଣ ସାର ସମାଧାନ କରୁଥିବା ଉକ୍ତ ଭାଇରାଲ ଭିଡ଼ିଓରେ କହୁଥିବା ଶୁଣିବାକୁ ମିଳୁଛି । ମାତ୍ର ଏହାର ଜବାବରେ ଉକ୍ତ ପୋଲିସ ଅଧିକାରୀ ଜଣକ ଯୁବକ ଜଣଙ୍କୁ ଗାଳି କରୁଥିବା ଦେଖିବାକୁ ମିଳିଛି । ଗାଳି ଗୁଲଜ କରିବା ସହିତ ତୁମେମାନେ ନବୀନ ପଟ୍ଟନାୟକ ସହିତ ମୋର ଝଗଡ଼ା ଲଗାଇବ। ସରକାର ଜାଣିଲେ ମୁଁ ଆଉ କିଛି ସାହାଯ୍ୟ କରିପାରିବି ନାହିଁ ବୋଲି ଉକ୍ତ ଭାଇରାଲ ଭିଡ଼ିଓରେ କହୁଥିବା ଶୁଣିବାକୁ ମିଳେ ।
ଅଧିକ ପଢନ୍ତୁ: କୋରୋନା ଟିକା 'ଫାଇଜର'କୁ ନେଇ ଆସିଲା ବହୁତ ବଡ଼ ଖରାପ ଖବର
ପୋଲିସ ଅଧିକାରୀ ଜଣକ କହିଥିବା ବାର୍ତ୍ତାଳାପର କିଛି ଅଂଶ
ଜୋତା ମାରିବା କଥା ତମକୁ ଶଳା...
ଶଳା କି ମୋ ସରକାର ବେ ? ସରକାର ସହିତ ମୋ ଝଗଡ଼ା କରେଇବୁ ?
ନବୀନ ପଟ୍ଟନାୟକ ସହିତ ମୋର ଝଗଡ଼ା କରାଇବ ।
ମୁଁ ପୋଲିସରେ ଅଛି ଜାଣିଛ ତ। ଶଳାକୁ ଏଠାକୁ ନେଇକି ଆସିବି ।
ଭୁବନେଶ୍ୱର ଏସପିକୁ କହୁଛି ସିଏ ଏଠିକି ନେଇକି ଆସିବ ତମକୁ ।
ଶଳା ତୁମେ ମୋତେ ଦରମା ଦେଉଛ ନା କଣ ।
ଭିଡ଼ିଓରେ ଭାଇରାଲ ହେଉଥିବା ପୋଲିସ ଅଧିକାରୀଙ୍କ ଏହି ଶବ୍ଦ ନିଶ୍ଚିତ ପକ୍ଷେ ନିନ୍ଦନୀୟ । ଜଣେ ଓଡ଼ିଆଙ୍କ ପ୍ରତି ଏଭଳି ଶବ୍ଦ ପ୍ରୟୋଗ ନିଶ୍ଚିତ ଭାବେ ସମଗ୍ର ଓଡ଼ିଆ ଜାତିର ଅପମାନ । ରାଜ୍ୟର ସେବାରେ ନିଜକୁ ସମର୍ପିତ କରିଥିବା ଜଣେ ପ୍ରଶାସକଙ୍କ ଏଭଳି ଶବ୍ଦ ପ୍ରୟୋଗ ଉପରେ ମଧ୍ୟ ପ୍ରଶ୍ନ ସୃଷ୍ଟି ହୋଇଛି । ବିଭିନ୍ନ ମହଲରେ ଏହି ପ୍ରଶ୍ନ ବାରମ୍ବାର ଉଙ୍କି ମାରୁଛି ।
ସେପଟେ ରାଜନୈତିକ ମାହୋଲ କଥାକୁ ଯଦି ଆଲୋଚନାର ପରିସରଭୁକ୍ତ କରାଯାଏ, ତେବେ ଜଣେ ପ୍ରଶାସକଙ୍କୁ ସରକାର ରାଜ୍ୟବାସୀଙ୍କ ସେବା କରିବାକୁ ନିଯୁକ୍ତି ଦେଇଛନ୍ତି । କିନ୍ତୁ ସରକାରଙ୍କ ଯୋଜନା ଯଦି କାର୍ଯ୍ୟକାରୀ ନ ହୁଏ, ତେବେ ସରକାରଙ୍କୁ ନିଶ୍ଚିତ ଭାବେ ପ୍ରଶ୍ନ କରାଯିବ । ଏଠି କିନ୍ତୁ ପ୍ରଶାସକ ପୋଲିସ ଅଧିକାରୀଙ୍କୁ ପ୍ରଶଂସା କରାଯାଇଥିବା ବେଳେ ସରକାରଙ୍କୁ ସମାଲୋଚନା କରିଥିଲେ ଉକ୍ତ ଯୁବକ । ପ୍ରଶଂସା ସତ୍ତ୍ୱେ ଉକ୍ତ ପୋଲିସ ଅଧିକାରୀ କାହିଁକି ଏଭଳି ଭାବେ ଚିହିଁକି ଉଠିଲେ ତାହା ଆଲୋଚନାର ପରିସର ଭୁକ୍ତ ।