ପ୍ରଧାନମନ୍ତ୍ରୀଙ୍କୁ ପୁଣିଥରେ ରାହୁଲଙ୍କ ଟାର୍ଗେଟ: କହିଲେ ବିକାଶର ଗାଡ଼ି ରିଭର୍ସ ଗିଅରରେ...
Advertisement
Article Detail0/zeeodisha/odisha1022192

ପ୍ରଧାନମନ୍ତ୍ରୀଙ୍କୁ ପୁଣିଥରେ ରାହୁଲଙ୍କ ଟାର୍ଗେଟ: କହିଲେ ବିକାଶର ଗାଡ଼ି ରିଭର୍ସ ଗିଅରରେ...

ଶନିବାର ଟ୍ୱିଟ୍ କରି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି ଯେ ମୋଦିଜୀଙ୍କ ବିକାଶର ଗାଡି ପଛ ଗିଅରରେ ଅଛି ଏବଂ ବିକାଶ ଗାଡ଼ିର ବ୍ରେକ୍ ମଧ୍ୟ ଫେଲ୍ ହୋଇଛି ।

ପ୍ରଧାନମନ୍ତ୍ରୀଙ୍କୁ ପୁଣିଥରେ ରାହୁଲଙ୍କ ଟାର୍ଗେଟ: କହିଲେ ବିକାଶର ଗାଡ଼ି ରିଭର୍ସ ଗିଅରରେ...

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ପ୍ରାୟତଃ ସମୟରେ ମୋଦି ସରକାରଙ୍କୁ ଟାର୍ଗେଟ କରି ବିରୋଧି କଂଗ୍ରେସ ଓ ଏହାର ନେତା ମାନେ ଚର୍ଚ୍ଚାର ପରିସରକୁ ଆସିଥାନ୍ତି । ଏଥର ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରସଙ୍ଗରେ କଂଗ୍ରେସ ନେତା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଶନିବାର ଟ୍ୱିଟ୍ କରି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି ଯେ ମୋଦିଜୀଙ୍କ ବିକାଶର ଗାଡି ପଛ ଗିଅରରେ ଅଛି ଏବଂ ବିକାଶ ଗାଡ଼ିର ବ୍ରେକ୍ ମଧ୍ୟ ଫେଲ୍ ହୋଇଛି ।

ଏକ ଖବର ବିଷୟରେ ତର୍ଜମା କରି ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ଏଲପିଜି ମୂଲ୍ୟ ବୃଦ୍ଧି ହେତୁ ଲକ୍ଷ ଲକ୍ଷ ପରିବାର ଚୁଲି ଜାଳିବାକୁ ବାଧ୍ୟ ହେଉଛନ୍ତି। କଂଗ୍ରେସ ନେତା ରାହୁଲ ଟ୍ୱିଟ୍ କରି କହିଛନ୍ତି, ବିକାଶର ପରିହାସଠାରୁ ବହୁ ଦୂରରେ ଲକ୍ଷ ଲକ୍ଷ ପରିବାର ଚୁଲି ଜାଳିବାକୁ ବାଧ୍ୟ ହୋଇଥିଲେ। ମୋଦିଜୀ (Prime minister Narendra Modi) ଙ୍କ ବିକାଶ ଗାଡି ପଛୁଆ ଗିଅରରେ ଅଛି ଏବଂ ବ୍ରେକ୍ ମଧ୍ୟ ଏବେ ଫେଲ୍ ହୋଇଯାଇଛି ।

Also Read: ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନା ପ୍ରଧାନମନ୍ତ୍ରୀ?

ପ୍ରକାଶିତ ଏକ ଖବରରେ, ଏକ ସର୍ଭେ ରିପୋର୍ଟ ଆଧାରରେ କୁହାଯାଇଛି ଯେ ଏଲପିଜି ସିଲିଣ୍ଡର (LPG Cylinder)  ମୂଲ୍ୟ ବୃଦ୍ଧି ଯୋଗୁଁ ୪୨ ପ୍ରତିଶତ ପରିବାର ପୁନର୍ବାର ରୋଷେଇ ପାଇଁ ଜାଳେଣି କାଠ ବ୍ୟବହାର କରିବା ଆରମ୍ଭ କରିଛନ୍ତି। ଆପଣଙ୍କୁ କହିରଖୁଛୁ ଯେ, ଅକ୍ଟୋବର ୬ ରେ ପେଟ୍ରୋଲିୟମ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୫ ଟଙ୍କା ବୃଦ୍ଧି କରିଥିଲେ। ଏଥିସହ ପେଟ୍ରୋଲିୟମ କମ୍ପାନୀଗୁଡିକ ୧ ନଭେମ୍ବରରେ କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୬୬ ଟଙ୍କା ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ପରେ ଦିଲ୍ଲୀରେ ଏକ ସବସିଡିଯୁକ୍ତ ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡରର  ମୂଲ୍ୟ ୮୯୯.୫୦ ଟଙ୍କା ରହିଛି। ଏଥିସହ ୫ କିଲୋଗ୍ରାମ ଘରୋଇ ସିଲିଣ୍ଡରର ମୂଲ୍ୟ ୫୦୨ ଟଙ୍କା ରହିଛି । 

Also Read: Afg vs NZ: ଆଫଗାନିସ୍ତାନର ବିଜୟ ପାଇଁ ପ୍ରାର୍ଥନା କରୁଥିବା ଭାରତୀୟଙ୍କୁ ରସିଦ ଖାନ ଦେଲେ ଏହି ଜବାବ

ଜାତୀୟ ରାଜଧାନୀରେ ୧୯ କିଲୋଗ୍ରାମ କମର୍ସିଆଲ  ସିଲିଣ୍ଡରର ମୂଲ୍ୟ ଦୁଇ ହଜାର ୫୦ ଟଙ୍କାକୁ ବୃଦ୍ଧି ପାଇଛି। ତେବେ ଏହି ଦରବୃଦ୍ଧିକୁ ନେଇ କେବଳ ରାହୁଲ ଗାନ୍ଧୀ (Rahul Gandhi)  ନୁହଁନ୍ତି, ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ନେଇ ସରକାରଙ୍କୁ ବିରୋଧୀ ମାନେ ଘେରି ରହିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ଏହାପୂର୍ବରୁ ସେପ୍ଟେମ୍ବର ଏବଂ ଅକ୍ଟୋବରରେ ମଧ୍ୟ ପେଟ୍ରୋଲିୟମ କମ୍ପାନୀଗୁଡିକ  କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଥିଲେ । ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ସେପ୍ଟେମ୍ବର ୧ ରେ ୪୩ ଟଙ୍କା ଏବଂ ଅକ୍ଟୋବର ୧ ରେ ୭୫ ଟଙ୍କା ବୃଦ୍ଧି କରାଯାଇଥିଲା।