ପ୍ରଖ୍ୟାତ ସମାଜ ବିଜ୍ଞାନୀ ପ୍ରଫେସର ଯୋଗେନ୍ଦ୍ର ସିଂଙ୍କ ନିଧନ
Advertisement

ପ୍ରଖ୍ୟାତ ସମାଜ ବିଜ୍ଞାନୀ ପ୍ରଫେସର ଯୋଗେନ୍ଦ୍ର ସିଂଙ୍କ ନିଧନ

ଜୁମ୍ ଆପରେ ଆୟୋଜିତ ସମବେଦନା ସଭାରେ ଅଧ୍ୟକ୍ଷତା କରିଥିବା ଡକ୍ଟର ପ୍ରମୋଦ କହିଛନ୍ତି ଯେ, ମୂଳତଃ ବସ୍ତିରୁ ଆସିଥିବା ଯୋଗେନ୍ଦ୍ର ସିଂ ସାମାଜିକ ପରିବର୍ତ୍ତନର ସିଦ୍ଧାନ୍ତକାର ଓ ଭାରତୀୟ ସମାଜବିଜ୍ଞାନର ବରିଷ୍ଠ-ଆଚାର୍ଯ୍ୟ ଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ସମାଜବିଜ୍ଞାନୀ ପ୍ରଫେସର ଯୋଗେନ୍ଦ୍ର ସିଂଙ୍କ ନିଧନ ହୋଇଯାଇଛି । ତାଙ୍କ ମୃତ୍ୟୁରେ ଉତ୍ତର ପ୍ରଦେଶର ଗୋରଖପୁରରେ ଶୋକର ଛାୟା ଖେଳିଯାଇଛି । ପ୍ରଖ୍ୟାତ ସମାଜ ବିଜ୍ଞାନୀ ତଥା ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ର ଅଧ୍ୟାପକ ପ୍ରଫେସର ଯୋଗେନ୍ଦ୍ର ସିଂଙ୍କ ନିଧନରେ ରାଜୀବ ଗାନ୍ଧୀ ଷ୍ଟଡି ସର୍କଲର ସଂଯୋଜକ ଡକ୍ଟର ପ୍ରମୋଦ କୁମାର ଶୁକ୍ଲା ଶୋକ ପ୍ରକାଶ କରିଛନ୍ତି ।

ଜୁମ୍ ଆପରେ ଆୟୋଜିତ ସମବେଦନା ସଭାରେ ଅଧ୍ୟକ୍ଷତା କରିଥିବା ଡକ୍ଟର ପ୍ରମୋଦ କହିଛନ୍ତି ଯେ, ମୂଳତଃ ବସ୍ତିରୁ ଆସିଥିବା ଯୋଗେନ୍ଦ୍ର ସିଂ ସାମାଜିକ ପରିବର୍ତ୍ତନର ସିଦ୍ଧାନ୍ତକାର ଓ ଭାରତୀୟ ସମାଜବିଜ୍ଞାନର ବରିଷ୍ଠ-ଆଚାର୍ଯ୍ୟ ଥିଲେ । ସେ ଆଧୁନିକୀକରଣ, ସାମାଜିକ ଅସମାନତା ଏବଂ ଅହିଂସାକୁ ସମାଜବିଜ୍ଞାନ କ୍ଷେତ୍ରରେ ବିଶିଷ୍ଟ ଯୋଗଦାନ କରିଛନ୍ତି । ତାଙ୍କର ଡଜନ ଡଜନ ପୁସ୍ତକ ମଧ୍ୟରେ ମର୍ଡେନାଇଜେଶନ ଅଫ୍ ଇଣ୍ଡିଆନ୍ ଟ୍ରାଡିଶନ(1973), ଏସେୟ ଅନ ମର୍ଡେନାଇଜେଶନ (1977)  ଏବଂ ସୋସିଆଲ ସାଇଣ୍ଟିଫିକେଶନ ଏଣ୍ଡ ସୋସିଆଲ ଚେଞ୍ଜ ଇନ୍ ଇଣ୍ଡିଆ ବହୁ ଖ୍ୟାତି ଅର୍ଜନ କରିଛି ।