Pakistan: ଗହମ ଓ ଅଟାର ଘୋର ଅଭାବ, ଦଳଚକଟାରେ ଯାଉଛି ଜୀବନ; ପାକିସ୍ତାନରେ ସ୍ଥିତି ସଂକଟପୂର୍ଣ୍ଣ
Advertisement
Article Detail0/zeeodisha/odisha1997236

Pakistan: ଗହମ ଓ ଅଟାର ଘୋର ଅଭାବ, ଦଳଚକଟାରେ ଯାଉଛି ଜୀବନ; ପାକିସ୍ତାନରେ ସ୍ଥିତି ସଂକଟପୂର୍ଣ୍ଣ

Pakistan:ନୂଆଦିଲ୍ଲୀ: ପାକିସ୍ତାନରେ ଏବେ ଖାଦ୍ୟ ସଂକଟ ଉତ୍କଟ ରୂପ ଧାରଣ କରିଛି। ଏହି ସଂକଟ ସମ୍ପର୍କରେ ଉଲ୍ଲେଖ କରି ‘ପାକିସ୍ତାନୀ ମିଲିଟାରୀ ମନିଟର’ (ପିଏମଏମ) କହିଛି ଯେ ଦେଶରେ ଦେଶରେ ଗହମର ଅଭାବ ଦିନକୁ ଦିନ ବଢିବାରେ ଲାଗିଛି। 

Pakistan: ଗହମ ଓ ଅଟାର ଘୋର ଅଭାବ, ଦଳଚକଟାରେ ଯାଉଛି ଜୀବନ; ପାକିସ୍ତାନରେ ସ୍ଥିତି ସଂକଟପୂର୍ଣ୍ଣ

Pakistan:ନୂଆଦିଲ୍ଲୀ: ପାକିସ୍ତାନରେ ଏବେ ଖାଦ୍ୟ ସଂକଟ ଉତ୍କଟ ରୂପ ଧାରଣ କରିଛି। ଏହି ସଂକଟ ସମ୍ପର୍କରେ ଉଲ୍ଲେଖ କରି ‘ପାକିସ୍ତାନୀ ମିଲିଟାରୀ ମନିଟର’ (ପିଏମଏମ) କହିଛି ଯେ ଦେଶରେ ଦେଶରେ ଗହମର ଅଭାବ ଦିନକୁ ଦିନ ବଢିବାରେ ଲାଗିଛି। ଏହି ସଂକଟେ ଦେଶରେ ଅରାଜକତା ସୃଷ୍ଟି କରିପାରେ। ପାକିସ୍ତାନର ଖରାପ ଆର୍ଥିକ ସଙ୍କଟ ଯୋଗୁଁ ଗରିବ ନାଗରିକମାନେ ମାସ ମାସ ଧରି ମୁଦ୍ରାସ୍ଫୀତି ଏବଂ ଖାଦ୍ୟ ସଙ୍କଟକୁ ସାମ୍ନା କରି ଆସୁଛନ୍ତି। ଏହି ସଂକଟ ମଧ୍ୟରେ ଖାଦ୍ୟ ପାଇଁ ଅନେକ ସ୍ଥାନରେ ଗୋଷ୍ଠି ସଂଘର୍ଷ ଘଟିଛି ତ ଆଉ କେଉଁଠାରେ ଦଳାଚକଟାରେ ପ୍ରାଣହାନୀ ଘଟିଥିବା ଦେଖିବାକୁ ମିଳିଛି। 

ପିଏମଏମର ରିପୋର୍ଟ ଅନୁଯାୟୀ ମହଙ୍ଗା ଦରରେ ସନ୍ତୁଳି ହେଉଥିବା ଗରୀବ ଶ୍ରେଣୀର ଲୋକମାନେ ଏଥିରୁ ମୁକୁଳିବା ପାଇଁ ସଂଘର୍ଷ କରୁଛନ୍ତି। ଏମାନଙ୍କର ଭବିଷ୍ୟତକୁ ନେଇ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ସେପଟେ ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି କି ଦେଶରେ ଦେଖାଦେଉଥିବା ସଂକଟ ଏମାନଙ୍କ ପରିସ୍ଥିତିକୁ ଦ୍ୱିଗୁଣିତ କରିଦେଇଛି। ଜଳପାନ କରିବା ଏମାନଙ୍କ ଏବେ ସ୍ୱପ୍ନ ପାଲଟିବା ଭଳି ସ୍ଥିତି ଉପୁଜିଛି। ରାସନ ଦୋକାନ ଆଗରେ ଲମ୍ବା ଲାଇନ ଲାଗୁଥିଲେ ବି ଅଧିକାଂଶଙ୍କୁ ଖାଲି ହାତରେ ଫେରିବାକୁ ପଡ଼ୁଛି। 

ଏହି ସବୁ ସରକାରୀ ରାସନ ଦୋକାନରେ ଗହମ ମିଳିବା ମୁସ୍କିଲ ହୋଇ ପଡ଼ିଛି। କଳାବଜାରୀ କାରଣରୁ ଏଠାରୁ ଗହମ ଓ ଅନ୍ୟାନ୍ୟ ସାମଗ୍ରୀ ଶୀଘ୍ର ଶେଷ ହୋଇ ଯାଉଛି। ସେପଟେ କଳାବଜାରୀ କାରଣରୁ ଧନୀ ଶ୍ରେଣୀର ଲୋକମାନେ ବହୁମାତ୍ରାରେ ଗହମ କିଣି ନେଉଛନ୍ତି। ସେପଟେ ଅଭାବର ମାତ୍ରା ବଢୁଥିବା ବେଳେ ଦରଦାମ ମଧ୍ୟ ଆକାଶ ଛୁଆଁ ହେଉଛି। ସଦ୍ୟ ସୂଚନା ଅନୁଯାୟୀରୁ ଏପ୍ରିଲ ମାସ ତୁଳନାରେ ବର୍ତ୍ତମାନ ଅଟା ଦରରେ ୪୭ ପ୍ରତିଶତ ବୃଦ୍ଧି ଘଟିଛି। ପାକିସ୍ତାନର ସମସ୍ତ ଅଞ୍ଚଳରେ ଅରାଜକତା ଓ ଦଳଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।  

ସେହିଭଳି ପାକିସ୍ତାନର ପ୍ରମୁଖ ସମ୍ବାଦପତ୍ର ଦ ଏକ୍ସପ୍ରେସ ଟ୍ରିବ୍ୟୁନର ଏକ ରିପୋର୍ଟ ଅନୁସାରେ ସରକାରୀ ଅଟା ଓ ଗହମ କିଣିବା ପାଇଁ ଶହଶହ ସଂଖ୍ୟରେ ଲୋକମାନେ ଆସୁଛନ୍ତି। ଟ୍ରକରେ ଶହ ଶହ ସଂଖ୍ୟାରେ ଲଦି ହୋଇ ଗହମ ଓ ଅଟା କିଣିବାକୁ ଆସୁଛନ୍ତି। ଅସୁରକ୍ଷିତ ଭାବେ ଆସୁଥିବା ବେଳେ କିଛି ଦୁର୍ଘଟଣାର ଶିକାର ହୋଇ ଜୀବନ ମଧ୍ୟ ହରାଉଥିବା ଚିତ୍ର ସାମ୍ନାକୁ ଆସୁଛନ୍ତି। କିନ୍ତୁ ହାତଗଣତି କିଛି ଲୋକଙ୍କ ଏହାର ଫାଇଦା ମିଳୁଥିବା ଦେଖିବାକୁ ମିଳିଛି। ସାମାନ୍ୟ ଗହମ ଓ ଅଟା ପାଇଁ ଗରିବ ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟି ଅନେକଙ୍କ ଜୀବନ ହାନୀ ଘଟୁଥିବା ମଧ୍ୟ ଦେଖିବାକୁ ମିଳିଛି।