ନୂଆଦିଲ୍ଲୀ: କେନ୍ଦ୍ର ଶାସିତ ଅଞ୍ଚଳ ପୁଦୁଚେରୀରେ କ୍ଷମତାସୀନ କଂଗ୍ରେସ ସରକାର ଉପରୁ ଟଳିନାହିଁ ବିପଦର କଳା ବାଦଲ। ଦଳୀୟ ବିଧାୟକଙ୍କ ଇସ୍ତଫା ପରେ ଏବେ ମୁଖ୍ୟମନ୍ତ୍ରୀ ଭି.ନାରାୟଣ ସ୍ୱାମୀଙ୍କ ନେତୃତ୍ୱାଧିନ କଂଗ୍ରେସ ସରକାର ସଂଖ୍ୟାଲଘୁ ହୋଇପଡିଛି। କଂଗ୍ରେସ ଏଠାରେ ସରକାର ବଞ୍ଚାଇ ରଖିପାରିବ କି ନାହିଁ ସେ ନେଇ ଜାରି ରହିଛି ଚର୍ଚ୍ଚା।   


COMMERCIAL BREAK
SCROLL TO CONTINUE READING

ଫେବୃଆରୀ ୨୨ ତାରିଖ ସୋମବାର ବହୁମତ ସାବ୍ୟସ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ୱାମୀଙ୍କୁ (CM V.Narayanswami) ନିର୍ଦ୍ଦେଶ ଦେଇଛନ୍ତି ପୁଦୁଚେରୀ ଉପରାଜ୍ୟପାଳ (Puducherry Lieutenant Governor) ତାମିଲିସାଇ ସୁନ୍ଦରାରାଜନ (Tamilisai Soundararajan)।   


Also Read: Coal Scam: ବଢିଲା ମମତାଙ୍କ ସମସ୍ୟା, ପୁତୁରା ଅଭିଷେକଙ୍କୁ ବାନ୍ଧିବ CBI!


ଦଳୀୟ ଅସନ୍ତୋଷ କାରଣରୁ ପୁଦୁଚେରୀ ମୁଖ୍ୟମନ୍ତ୍ରୀଙ୍କ ନିକଟତମ ସହଯୋଗୀ କଂଗ୍ରେସ ବିଧାୟକ ଏ ଜନ କୁମାର ମଙ୍ଗଳବାର ନିଜ ପଦ ଛାଡିଥିଲେ। ବିଗତ ୧ ମାସ ମଧ୍ୟରେ ତାଙ୍କୁ ମିଶାଇ ୪ ଜଣ କଂଗ୍ରେସ (Congress) ବିଧାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ବିଧାନସଭା ବାଚସ୍ପତିଙ୍କୁ ମିଶାଇ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି। ସହଯୋଗୀ ୩ ଡିଏମକେ ସହ ସ୍ୱାଧିନ ବିଧାୟକ ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀଙ୍କ ଉଦ୍ଦେଶ୍ୟରେ ସମର୍ଥନ ଘୋଷଣା କରିଛନ୍ତି।  


ପୁଦୁଚେରୀ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ଲାଗି ୧୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଚଳିତ ବର୍ଷ ଏପ୍ରିଲ-ମେ ମାସରେ ହେବାକୁ ଯାଉଛି ରାଜ୍ୟ ବିଧାନସଭା ନିର୍ବାଚନ। ଯାହାର କାର୍ଯ୍ୟକାଳ ଆସନ୍ତା ଜୁନ ୨୧ ତାରିଖରେ ଶେଷ ହେଉଛି। ହେଲେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପରାଜ୍ୟପାଳ। 


Also Read: Metro Man in BJP: ପେବୃଆରୀ ୨୧ ତାରିଖରେ ନେବେ ସଦସ୍ୟତା 


କଂଗ୍ରେସ ବିଧାୟକ କେ ଲକ୍ଷ୍ମୀନାରାୟଣନ ପୁଦୁଚେରୀ ବିଧାନସଭା ବାଚସ୍ପତି ଭି.ପି ଶିବକୋଝୁଣ୍ଡୁଙ୍କୁ ନିଜର ଇସ୍ତଫା ପତ୍ର ପଠାଇ ସାରିଛନ୍ତି। ସେହିପରି ଡିଏମକେ ବିଧାୟକ କେ ଭେଙ୍କଟେସନ ମଧ୍ୟ ନିଜଡ ପଦ ଛାଡିଛନ୍ତି। ଏନେଇ ପ୍ରତିକ୍ରିୟା ରଖି କଂଗ୍ରେସ ବିଧାୟକ ଲକ୍ଷ୍ମୀନାରାୟଣ ଇସ୍ତଫା ପତ୍ରରେ ଦଳୀୟ ଅସନ୍ତୋଷ ବାବଦରେ ଉଲ୍ଲେଖ କରିଛନ୍ତି। 


Also Read: Fish Farming: ରାହୁଲ ଗାନ୍ଧୀଙ୍କୁ ବିଦେଶୀ ଭାଷାରେ ଜବାବ ଦେଲେ ଗିରିରାଜ ସିଂହ


ଗତ ଜାନୁୟାରୀରେ ୨ ବିଧାୟକ ନାମସିଭାଇମ ଏବଂ ଇ ଥିପାଇଦାନ ଇସ୍ତଫା ଦେଇ ଦିଲ୍ଲୀ ଯାଇ ବିଜେପିରେ ଯୋଗ ଦେଇଥିଲେ। ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗତ ବର୍ଷ ଜୁଲାଇରେ ଅନ୍ୟ ଜଣେ ବିଧାୟକ ଏନ ଧାନାଭେଲୁଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା।


Also Read: 'ପ୍ରଶାନ୍ତ କିଶୋରଙ୍କ କାରଣରୁ ମୋର ହେଉଥିଲା ବଦନାମ'


 


ଗତ ୨୦୧୬ ପୁଦୁଚେରୀ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ୧୫ଟି ସିଟ୍ ଜିତିଥିଲା। ଏହାପରେ ୩ ଡିଏମକେ ଏବଂ ଜଣେ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ବଳରେ ପୁଦୁଚେରୀରେ କଂଗ୍ରେସ ସରକାର ଗଠିତ ହୋଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ.ରଙ୍ଗାସ୍ୱାମୀଙ୍କ ଅଲ ଇଣ୍ଡିଆ ଏନଆର କଂଗ୍ରେସ ୭, ଏଆଇଏଡିଏମକେ ୪ ଆସନ ପାଇଥିଲା ଆସନ ଜିତିଛି। ଉପରାଜ୍ୟପାଳଙ୍କ କୋଟାରୁ ୩ ବିଧାୟକ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ମୋଟ ୩୩ ସଦସ୍ୟ ବିଶିଷ୍ଟ ପୁଦୁଚେରୀ ବିଧାନସଭାରେ ବର୍ତ୍ତମାନ ୨୮ ଜଣ ବିଧାୟକ ଅଛନ୍ତି। ଉଭୟ ସରକାର-ବିରୋଧି ଦଳରେ ସମାନ ସଂଖ୍ୟକ ୧୪-୧୪ ବିଧାୟକ ଅଛନ୍ତି।