• ବିହାର ମୋତିହାରୀର ସିକରହନା ନଦୀରେ ବୁଡ଼ିଲା ଡଙ୍ଗା
  • ୨୧ ଯାତ୍ରୀ ନିଖୋଜ, ଜଣଙ୍କର ମୃତଦେହ ଉଦ୍ଧାର
  • ଲଗାଣ ବର୍ଷାରେ ଗଜପତି ଜିଲ୍ଲା ଗୁମ୍ମାରେ ଧସିଲା ପାହାଡ଼
  • ଅତିପ୍ରବଳ ବର୍ଷା ଓ ପବନ ଆଶଙ୍କାରେ ଦକ୍ଷିଣ ଓଡ଼ିଶା
  • ବାତ୍ୟା-‘ଗୁଲାବ’ ଆଜି ବିଳମ୍ବିତ ସଂଧ୍ୟାରେ ଆରମ୍ଭ ହେବ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା
  • ଦିଲ୍ଲୀରୁ ୧୧ଟା ୩୦ରେ ବାତ୍ୟା ସ୍ଥିତିର ସମୀକ୍ଷା କଲେ CM ନବୀନ
  • କଟକ କାଳିଆବୁଦା ନିକଟରେ ମହାନଦୀକୁ ଡେଇଁ ଅଧ୍ୟାପକ ନିଖୋଜ
  • କଟକର ଯୋବ୍ରା ବ୍ୟାରେଜରେ ଏକ ମୃତ ହାତୀ ଠାବ
  • ବରଗଡ଼ ଥାନାରେ ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ଅଭିଯୋଗ
  • ଘଟଣାରେ ୪ ପୋଲିସ କର୍ମଚାରୀଙ୍କୁ ପୋଲିସ ରିଜର୍ଭ ଅଫିସକୁ ବଦଳି

Coal Scam: ବଢିଲା ମମତାଙ୍କ ସମସ୍ୟା, ପୁତୁରା ଅଭିଷେକଙ୍କୁ ବାନ୍ଧିବ CBI!

କୋଇଲା ଦୁର୍ନୀତି ମାମଲାରେ ଗତ ଡିସେମ୍ବର ପ୍ରଥମ ସପ୍ତାହରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। 

Coal Scam: ବଢିଲା ମମତାଙ୍କ ସମସ୍ୟା, ପୁତୁରା ଅଭିଷେକଙ୍କୁ ବାନ୍ଧିବ CBI!

କୋଲକାତା: ଚଳିତ ବର୍ଷ ଏପ୍ରିଲ-ମେ ମାସରେ ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଯାହାକୁ ନେଇ ସରଗରମ ହୋଇଉଠିଛି ରାଜ୍ୟର ରାଜନୈତିକ ପାଣିପାଗ। ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ମୁହାଁମୁହଁ   ହୋଇଛନ୍ତି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଶାସକ ଟିଏମସି ଏବଂ ପଶ୍ଚିମବଙ୍ଗ ରାଜନୀତିରେ ମୁଖ୍ୟ ବିରୋଧି ଭାବେ ଉଭା ହୋଇଥିବା ବିଜେପି।

କୋଇଲା ଦୁର୍ନୀତି (Coal Scam) ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ-ଟିଏମସି (Trinamool Congress-TMC) ସୁପ୍ରିମୋ ମମତା ବାନାର୍ଜୀଙ୍କ (Mamata Banerjee) ପୁତୁରା ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କୁ (Abhishek Banerjee) ନୋଟିସ ଜାରି କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା-ସିବିଆଇ (Central Bureau of Investigation-CBI)। ସିବିଆଇ ପକ୍ଷରୁ ମିଳିଥିବା ନୋଟିସ ଗ୍ରହଣ କରିଛନ୍ତି ତାଙ୍କ ପତ୍ନୀ ରୁଜିରା ନରୁଲା (Rujira Narula)।

Also Read: West Bengal Poll 2021: ଆର ପାର ଲଢେଇକୁ ନେଇ ମୁହାଁମୁହିଁ ଶାହ-ମମତା

କୋଇଲା ଦୁର୍ନୀତି ମାମଲାରେ ହେବାକୁ ଯାଉଥିବା ତଦନ୍ତ ପ୍ରକ୍ରିୟାରେ ସାମିଲ ହେବାକୁ ଅଭିଷେକ ବାନାର୍ଜୀଙ୍କୁ ନିର୍ଦ୍ଦେଶ ଦେଇଛି ସିବିଆଇ। ଏ ମାମଲାରେ ଚଳିତ ମାସ ୧୯ ତାରିଖରେ ପଶ୍ଚିମବଙ୍ଗର ୧୯ଟି ସ୍ଥାନରେ  ଚଢାଉ କରିଥିଲା ସିବିଆଇ। ଏହି ସମୟରେ କୋଲକାତା, ପୁରୁଲିଆ, ପଶ୍ଚିମ ବର୍ଦ୍ଧମାନ, ବାଙ୍କୁଡା ଠାରେ ଚଢାଉ କରିଥିଲା ସିବିଆଇ।        

କୋଇଲା ଦୁର୍ନୀତିରେ କେବଳ ଅଭିଷେକ ବାନାର୍ଜୀ ନୁହଁନ୍ତି ତାଙ୍କର ସହଯୋଗୀ ମଧ୍ୟ ଏବେ ସିବିଆଇ ପଞ୍ଝାକୁ ଆସିଛନ୍ତି। ଏନେଇ ହୋଇଥିବା ଅଭିଯୋଗ ଅନୁସାରେ ଏହି ଦୁର୍ନୀତିରେ ସମ୍ପୃକ୍ତ କିଛି ଲୋକ ବେଆଇନ କୋଇଲା ଉତ୍ତୋଳନ କରି ଏହାକୁ ବଜାରରେ ବିକ୍ରି କରିଥିଲେ। ଯାହା ଦ୍ୱାରା ସରକାରଙ୍କୁ କୋଟି କୋଟି ଟଙ୍କାର ରାଜସ୍ୱ ହରାଇବାକୁ ପଡିଥିଲା।      

Also Read: 'ପ୍ରଶାନ୍ତ କିଶୋରଙ୍କ କାରଣରୁ ମୋର ହେଉଥିଲା ବଦନାମ'

 

କୋଇଲା ଦୁର୍ନୀତି ମାମଲାରେ ଗତ ଡିସେମ୍ବର ପ୍ରଥମ ସପ୍ତାହରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ଏ ମାମଲାରେ ଶାସକ ଟିଏମସିକୁ ଘେରିଥିଲା ପଶ୍ଚିମବଙ୍ଗ ବିଜେପି (West Bengal BJP)। ଏନେଇ ଦଳ ପକ୍ଷରୁ ଅଭିଯୋଗ ଅଣାଯାଇଥିଲା ଏଥିରେ ସର୍ବାଧିକ ଫାଇଦା ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ମିଳିଛି।  

କୋଇଲା ଦୁର୍ନୀତି ମାମଲାରେ ବିଜେପି ଉପରେ ପାଲଟା ଆକ୍ରମଣ କରିଛନ୍ତି ଡାୟମଣ୍ଡ ହାର୍ବର ଲୋକସଭା (Diamond Harbour Loksabha) ସାଂସଦ ତଥା ଟିଏମସି ଯୁବ ଶାଖା ଅଧ୍ୟକ୍ଷ ଅଭିଷେକ ବାନାର୍ଜୀ। 

Also Read: 'ଜୟ ଶ୍ରୀରାମ' ନାରାରେ ଉଡିଯିବ ମମତ ସରକାର

 

ଏନେଇ ସେ କହିଛନ୍ତି ଏହା ପଛରେ ସାର୍ବଜନୀନ ଧନସମ୍ପତ୍ତିକୁ ଲୁଟିବାକୁ ବିଜେପି ଯୋଜନା କରିଛି। କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧିନ ସରକାର ପଶ୍ଚିମବଙ୍ଗକୁ ସହଯୋଗ କରୁନାହିଁ। କାରଣ ଏଠାରେ ସେମାନେ ସରକାରରେ ନାହାଁନ୍ତି। ବିଜେପି କେବଳ ଡବଲ ଇଞ୍ଜିନ ସରକାର ନାରା ଏଥିପାଇଁ କାରଣ କେନ୍ଦ୍ରରେ ସେମାନେ ସରକାର ଗଠନ କରିଛନ୍ତି। ସେମାନଙ୍କୁ ଲାଗୁଛି ଏପ୍ରିଲ-ମେ ମାସରେ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଯଦି ସେମାନେ ବାଜିମାତ କରି କ୍ଷମତାସୀନ ହୁଅନ୍ତି ତାହେଲେ ରାଜ୍ୟର ଦ୍ରୁତ ବିକାଶ ହେବ।           

Also Read: 'ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ଭୋଟ ନେଇ ବିଜେପିକୁ ଠକିଛି ଶିବସେନା'

 

ଜଳପାଇରିଗୁଡି (Jalpaiguri) ଜିଲ୍ଲାସ୍ଥିତ ନାଗରାକାଟା ଏକ ରାଲିକୁ ସମ୍ବୋଧିତ କରିବା ଅବସରରେ ସେ କହିଛନ୍ତି ସେମାନେ ପଶ୍ଚିମବଙ୍ଗରେ ଡବଲ ଇଞ୍ଜିନ ସରକାର ଗଠନ କରିବାକୁ ଚାହୁଁଛନ୍ତି। ଯାହାଫଳରେ ସେମାନେ ସାଧାରଣ ଲୋକଙ୍କ ଟଙ୍କା ଲୁଟି ନେଇ ପଳାୟନ କରିବେ। ବିଜେପି ପଶ୍ଚିମବଙ୍ଗ ପାଇଁ କିଛି କରିନାହିଁ। କାରଣ ଏଠାରେ ସେମାନଙ୍କ ସରକାର ନାହିଁ। ଏହା ହେଉଛି ବିଜେପି ସରକାରର ଚରିତ୍ର। ଅଣ ବିଜେପି ଶାସିତ ରାଜ୍ୟ ପାଇଁ ସେମାନେ କିଛି କରନ୍ତି ନାହିଁ।

Also Read:  ମମତା ବାନାର୍ଜୀଙ୍କୁ ପୁଣି ଝଟକା; ୩ ବିଦ୍ରୋହୀ ବିଧାୟକ ବିଜେପିରେ ସାମିଲ

 

ଗତ ୨୦୧୪ ଲୋକସଭା ନିର୍ବାଚନରେ ​​ବିଜେପି ପ୍ରତ୍ୟେକ ନାଗରିକଙ୍କୁ ୧୫ ଲକ୍ଷ ଟଙ୍କା ଦେବାକୁ ପ୍ରତିଶୃତି ଦେଇଛି ହେଲେ ବିଗତ ୭ ବର୍ଷ ମଧ୍ୟରେ ଲୋକେ ଗୋଟିଏ ପଇସା ମଧ୍ୟ ପାଇ ନାହାଁନ୍ତି। ବର୍ତ୍ତମାନ ସେମାନେ ରାଜ୍ୟବାସୀଙ୍କୁ ଲାଞ୍ଚ ଦେବାକୁ ଚେଷ୍ଟା କରୁଛନ୍ତି। ସେମାନେ କୃଷକଙ୍କୁ କହିଛନ୍ତି ଯଦି ସେମାନେ କ୍ଷମତାକୁ ଆସନ୍ତି ତାହେଲେ ସେମାନଙ୍କୁ ୧୮ ହଜାର ଟଙ୍କା ଦିଆଯିବ। ସାଧାରଣ ଲୋକଙ୍କୁ ବୋକା ବନାଇବାକୁ ଏହା ଆଉ ଏକ ପ୍ରୟାସ। 

Also Read: 'ଜୟ ଶ୍ରୀରାମ' ନାରାକୁ ମମତାଙ୍କ ଚ୍ୟାଲେଞ୍ଜ, କହିଲେ 'ହରେ କୃଷ୍ଣ ହରେ ରାମ ବିଦା ହୋ ବିଜେପି-ବାମ'

 

ଅଭିଷେକ ବାନାର୍ଜୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀକୁ ପଶ୍ଚିମବଙ୍ଗ ଝିଅ ଭାବେ ପରିଚିତ କରାଇଛନ୍ତି। ଆମେ ଦିଲ୍ଲୀରେ ବସିଥିବା ଲୋକଙ୍କ ସାମ୍ନାରେ ଆମେ ମୁଣ୍ଡ ନୁଆଁଇବୁ ନାହିଁ। ପଶ୍ଚିମବଙ୍ଗ ଲୋକ ନିଜ ଝିଅ ଉପରେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ପ୍ରଦର୍ଶନ କରିବେ।