Fish Farming: ରାହୁଲ ଗାନ୍ଧୀଙ୍କୁ ବିଦେଶୀ ଭାଷାରେ ଜବାବ ଦେଲେ ଗିରିରାଜ ସିଂହ
Advertisement
Article Detail0/zeeodisha/odisha850996

Fish Farming: ରାହୁଲ ଗାନ୍ଧୀଙ୍କୁ ବିଦେଶୀ ଭାଷାରେ ଜବାବ ଦେଲେ ଗିରିରାଜ ସିଂହ

ଇଟାଲୀ ଭାଷାରେ ଜବାବ ଦେଇ  ରାହୁଲ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଇଟାଲୀରେ ପୃଥକ ମତ୍ସ୍ୟ ମନ୍ତ୍ରଣାଳୟ ନାହିଁ। ଏହା କୃଷି ଓ ଜଙ୍ଗଲ ମନ୍ତ୍ରଣାଳୟ ଅଧିନରେ ରହିଛି। 

 

 Fish Farming: ରାହୁଲ ଗାନ୍ଧୀଙ୍କୁ ବିଦେଶୀ ଭାଷାରେ ଜବାବ ଦେଲେ ଗିରିରାଜ ସିଂହ

ନୂଆଦିଲ୍ଲୀ: ମତ୍ସ୍ୟ ପାଳନ ଲାଗି ସ୍ୱତନ୍ତ୍ର ମନ୍ତ୍ରଣାଳୟ ଖୋଲିବା ଲାଗି କଂଗ୍ରେସ ନେତା ରାହୁଲ ଗାନ୍ଧୀ ରଖିଥିବା ବୟାନ ଉପରେ ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। ଏ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଭାରତୀୟ ପରିବର୍ତ୍ତେ ବିଦେଶୀ ଭାଷାରେ ପ୍ରତିକ୍ରିୟା ରଖିଛନ୍ତି। 

ଏ ପ୍ରସଙ୍ଗରେ ଜବାବ ରଖି କେନ୍ଦ୍ର ମତ୍ସ୍ୟ ପାଳନ ମନ୍ତ୍ରୀ (Union Fisheries Minister) ଗିରିରାଜ ସିଂହ (Giriraj Singh) କହିଛନ୍ତି  ରାହୁଲ ଗାନ୍ଧୀ ଇଟାଲୀ (Italy) ବାହାରକୁ ବାହାରି ପାରୁନାହାଁନ୍ତି। ତାଙ୍କ ମୁଣ୍ଡ ସେଠାରେ ରହୁଛି। ସେ କୃଷକଙ୍କୁ ଭ୍ରମିତ କରୁଛନ୍ତି। ତାଙ୍କୁ ଗହମ ଯଅ ମଧ୍ୟରେ ଫରକ କ'ଣ ତାହା ଜଣାନାହିଁ।  ପଶୁଙ୍କ ମଧ୍ୟରେ ରହିଥିବା ଅନ୍ତର ସେ ଜାଣନ୍ତି ନାହିଁ।   

Also Read: ରାହୁଲ ଗାନ୍ଧୀଙ୍କୁ ହିନ୍ଦୁସ୍ତାନ ଏବଂ ହିନ୍ଦୁସ୍ତାନୀଙ୍କ ଉପରେ ବିଶ୍ୱାସ କରିବା ଦରକାର: ଗିରିରାଜ ସିଂହ

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି କେନ୍ଦ୍ରରେ କ୍ଷମତାସୀମ ମୋଦି ସରକାର ୨୦୧୯ ବର୍ଷରେ ପଶୁ ପାଳନ (Animal husbandry), ଗୋ ପାଳନ (Dairy), ମତ୍ସ୍ୟ ପାଳନ (Fishery) ନାମରେ ଏକ ନୂଆ ମନ୍ତ୍ରଣାଳୟ ଖୋଲିଥିଲେ। ଯାହାର ମନ୍ତ୍ରୀ ଭାବେ ମୁଁ କାର୍ଯ୍ୟ କରୁଛି। ପୁଦୁଚେରରେ ମଧ୍ୟ ଆମର କାର୍ଯ୍ୟ ଚାଲୁଛି। ତାଙ୍କୁ ମୋ ଅଧିନସ୍ଥ ମନ୍ତ୍ରଣାଳୟ ପକ୍ଷରୁ ଚାଲିଥିବା କାର୍ଯ୍ୟ ବାବଦରେ ଜଣାନାହିଁ।

'ରାହୁଲ ଜୀ' ଆପଣଙ୍କୁ ଏତିକି ଜଣାଥିବା ଦରକାର ୨୦୧୯ ମେ ୩୧ ତାରିଖରେ ମୋଦି ସରକାର ପଶୁପାଳନ ଲାଗି  ଏକ ନୂଆ ମନ୍ତ୍ରଣାଳୟ ଗଠନ କରିଥିଲେ। ମାଛ ଚାଷ ଲାଗି ୨୦ ହଜାର ୫୦ କୋଟି ଟଙ୍କା ବ୍ୟୟରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (Pradhan Mantri Matsya Sampada Yojana) କାର୍ଯ୍ୟକାରୀ କରାଯାଉଛି। ଯାହା ଗତ ୨୦୧୪ରେ କରାଯାଇଥିବା ୩୬୮୨ କୋଟିରୁ କେତେ ଅଧିକ।   

 

Also Read: 'ଲଭ ଜେହାଦ' ମାଧ୍ୟମରେ ଦେଶକୁ ବାଣ୍ଟିବାକୁ ଚାହୁଁଛନ୍ତି ଓୱେସି ଭଳି ଲୋକ: କେନ୍ଦ୍ରମନ୍ତ୍ରୀ ଗିରିରାଜ

ଇଟାଲୀୟ (Italian) ଭାଷାରେ ଜବାବ ଦେଇ  ରାହୁଲ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଇଟାଲୀରେ ପୃଥକ ମତ୍ସ୍ୟ ମନ୍ତ୍ରଣାଳୟ ନାହିଁ। ଏହା କୃଷି ଓ ଜଙ୍ଗଲ ମନ୍ତ୍ରଣାଳୟ ଅଧିନରେ ରହିଛି। 

ତାଙ୍କ ଅଧିନରେ ଥିବା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ସମସ୍ତ କାର୍ଯ୍ୟ ବାବଦରେ ଜାଣିବା ପାଇଁ ଗିରିରାଜ ସିଂ ରାହୁଲ ଗାନ୍ଧୀଙ୍କୁ ମତ୍ସ୍ୟ ମନ୍ତ୍ରଣାଳୟ ପରିଦର୍ଶନ କରିବାକୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି। 

Also Read: 'ମୁଖ୍ୟ ପ୍ରସଙ୍ଗ ଆସିବା ମାତ୍ରେ ରାହୁଲ-ତେଜସ୍ୱୀ-ଚିରାଗ ହନିମୁନ୍ କରିବାକୁ ଯାଆନ୍ତି'

ବିଧାନସଭା ନିର୍ବାଚନ (Assembly Election) ହେବାକୁ ଯାଉଥିବା କେନ୍ଦ୍ର ଶାସିତ ଅଞ୍ଚଳ ପୁଦୁଚେରୀ (Puducherry Union Territory) ଗସ୍ତ କରିବା ଅବସରରେ ରାହୁଲ ଗାନ୍ଧୀ (Rahul Gandhi) କହିଥିଲେ ମତ୍ସ୍ୟ ପାଳନ ଲାଗି ସ୍ୱତନ୍ତ୍ର ମନ୍ତ୍ରଣାଳୟ ଖୋଲିବା ଆବଶ୍ୟକ। କୃଷି ଆଇନ ବିରୁଦ୍ଧରେ ସେଠାରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବା କୃଷକଙ୍କୁ ସମ୍ବୋଧିତ କରିବା ଅବସରରେ ସେ କହିଥିଲେ କେନ୍ଦ୍ର ସରକାର ଦେଶର ମେରୁଦଣ୍ଡ କୁହାଯାଉଥିବା କୃଷକଙ୍କ (Farmer) ବିରୁଦ୍ଧରେ ୩ଟି କୃଷି ଆଇନ (Farm Act) ଆଣିଛନ୍ତି। ଆପଣ ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ମୁଁ ମତ୍ସ୍ୟଜୀବୀଙ୍କ (Fisherman) ଉପସ୍ଥିତିରେ କାହିଁକି କୃଷକଙ୍କ ପ୍ରସଙ୍ଗ ଉଠାଉଛି। କାରଣ ମୁଁ ସେମାନଙ୍କୁ ସମୁଦ୍ର କୃଷକ ମାନିଥାଏ। ଯଦି ଚାଷ ଜମିରେ ଚାଷ କରୁଥିବା କୃଷକଙ୍କ ପାଇଁ ଯଦି ସ୍ୱତନ୍ତ୍ର ମନ୍ତ୍ରଣାଳୟ ଖୋଲାଯାଇ ପାରୁଛି ତାହେଲେ ମତ୍ସ୍ୟଜୀବୀଙ୍କ ପାଇଁ କାହିଁକି ନୁହେଁ।