'ପ୍ରଶାନ୍ତ କିଶୋରଙ୍କ କାରଣରୁ ମୋର ହେଉଥିଲା ବଦନାମ'
Advertisement

'ପ୍ରଶାନ୍ତ କିଶୋରଙ୍କ କାରଣରୁ ମୋର ହେଉଥିଲା ବଦନାମ'

ପଶ୍ଚିମବଙ୍ଗରେ ହିଂସାକାଣ୍ଡ, ଦୁର୍ନୀତି ଭଳି ଘଟଣା ବଢିଥିବା ଅଭିଯୋଗ ଆଣିଛନ୍ତି ପୂର୍ବତନ ଟିଏମସି ନେତା ଦିନେଶ ତ୍ରବେଦୀ।

'ପ୍ରଶାନ୍ତ କିଶୋରଙ୍କ କାରଣରୁ ମୋର ହେଉଥିଲା ବଦନାମ'

କୋଲକାତା: ଦଳ ଛାଡିବା ପରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏବଂ ଦଳୀୟ ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ଟିଏମସି ନେତା ଦିନେଶ ତ୍ରୀବେଦୀ। ଯିଏକି କିଛି ଦିନ ପୂର୍ବେ ତୃଣମୂଳ କଂଗ୍ରେସ ଛାଡିଥିଲେ। କ'ଣ ପାଇଁ ସେ ଦଳ ଛାଡିଲେ ସେ ନେଇ ପ୍ରତିକ୍ରିୟା ରଖି ସାରିଛନ୍ତି ରେଳମନ୍ତ୍ରଣାଳୟ ଦାୟିତ୍ୱରେ ଏହି ବରିଷ୍ଠ ଟିଏମସି ନେତା। 

ପଶ୍ଚିମବଙ୍ଗରେ ହିଂସାକାଣ୍ଡ, ଦୁର୍ନୀତି ଭଳି ଘଟଣା ବଢିଥିବା ଅଭିଯୋଗ ଆଣିଛନ୍ତି ପୂର୍ବତନ ତୃଣମୂଳ କଂଗ୍ରେସ-ଟିଏମସି (Trinamool Congress-TMC) ନେତା ଦିନେଶ ତ୍ରବେଦୀ (Dinesh Trivedi)। ଏ ପ୍ରସଙ୍ଗରେ ସେ ଟିଏମସି ଆଡକୁ ତେରଚ୍ଛା ବାଣ ମାରିଛନ୍ତି।    

Also Read: ମମତା ବାନାର୍ଜୀଙ୍କୁ ପୁଣି ଝଟକା; ୩ ବିଦ୍ରୋହୀ ବିଧାୟକ ବିଜେପିରେ ସାମିଲ
 

ଏକ ଇଂରାଜୀ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସେ ଏକ ବିସ୍ଫୋରକ ତଥ୍ୟ ସାମ୍ନାକୁ ଆଣିଛନ୍ତି। ଏନେଇ ସେ କହିଛନ୍ତି ମୋ ଟ୍ୱିଟର ହ୍ୟାଣ୍ଡେଲକୁ (Twitter Handle) ପ୍ରଶାନ୍ତ କିଶୋର (Prashant Kishore) କବ୍ଜା କରି ନେଇଥିଲା। ଏପରିକି ଏହା ମାଧ୍ୟମରେ ଅପଶବ୍ଦ ବ୍ୟବହାର କରାଯାଇ ଟ୍ୱିଟ କରାଯାଉଥିଲା। ହେଲେ ଏହା ଦ୍ୱାରା ମୋର ବଦନାମ ହେଉଥିଲା। ତାଙ୍କ ଟିମ ହାତରେ ଟିଏମସି ନେତା ବ୍ୟବହାର ସୋସିଆଲ ମିଡିଆ ଆକାଉଣ୍ଟ (Social Media Account) ଆଇଡି-ପାସୱାର୍ଡ (ID-Password) ରହିଛି।     

Also Read: ରାଲିରୁ ଫେରୁଥିବା ବେଳେ ବିଜେପି ସମର୍ଥକଙ୍କ ଉପରେ ଟିଏମସି କର୍ମୀଙ୍କ ଆକ୍ରମଣ ଅଭିଯୋଗ

 ଯଦିଓ ପ୍ରଶାନ୍ତ କିଶୋରଙ୍କ ଟିମ ମୋ ଟ୍ୱିଟର ଆକାଉଣ୍ଟକୁ କବଜା ନେଇଥିଲେ ହେଲେ ଟ୍ୱିଟ କିଏ କରୁଥିଲେ ସେ ବାବଦରେ ମୋତେ ଜଣାନାହିଁ। ମୋ ଆକାଉଣ୍ଟ ମାଧ୍ୟମରେ ବିବାଦୀୟ ଟ୍ୱିଟ କରାଯାଉଥିବା ନେଇ ମୋତ ଜଣାପଡୁଥିଲା। ହେଲେ ଏପରି ଟ୍ୱିଟକୁ ହଟାଇବା ଲାଗି ସେମାନଙ୍କୁ ସ୍ପଷ୍ଟ ଭାବେ ଜଣାଇଥିଲି। ପଶ୍ଚିମବଙ୍ଗ ରାଜ୍ୟପାଳ ମଧ୍ୟ ଜାଣିଛନ୍ତି ମୁଁ ଏପରି ବିବାଦୀୟ ଟ୍ୱିଟ କରିପାରିବ ନାହିଁ। ଦିନେ ସେମାନେ ପ୍ରଧାନମନ୍ତ୍ରୀଙ୍କ  ବାବଦରେ ହିନ୍ଦୀରେ ଏକ ବିବାଦୀୟ ଟ୍ୱିଟ କରିଥିଲେ। ମୁଁ କେବେ ହେଲେ ହିନ୍ଦୀରେ ଟ୍ୱିଟ କରେ ନାହିଁ। କାରଣ ଏହା ମୋର ଭାଷା ନୁହେଁ। 

Also Read: 'ଜୟ ଶ୍ରୀରାମ' ନାରାରେ ଉଡିଯିବ ମମତ ସରକାର

ଟିଏମସି ଲୋକସଭା ସାଂସଦ (TMC Loksabha MP) ଅଭିଷେକ ବାନାର୍ଜୀଙ୍କ (Abhishek Banerjee) ବିରୁଦ୍ଧରେ ବର୍ଷି ସେ କହିଛନ୍ତି ସେ ଏପରି ଅଭଦ୍ର ଭାଷା ବ୍ୟବହାର କରନ୍ତି ଯାହା ସଂସ୍କୃତି ଉପଯୋଗୀ ନୁହେଁ। ଅଭିଷେକ ବାନାର୍ଜୀଙ୍କୁ ମମତା ବାନାର୍ଜୀ ପୃଷ୍ଠପୋଷକତା ପ୍ରଦାନ କରୁଥିବା କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି ଦିନେଶ ତ୍ରିବେଦୀ। ବର୍ତ୍ତମାନ ଦେଶରେ ଏପରି ସମୟ ଆସି ପହଞ୍ଚିଲାଣି ଯେଉଁଠି ପାରିବାରିକ ବ୍ୟବସାୟରୁ ବାହାରିବାକୁ ପଡିବ। ବାମପନ୍ଥୀ-ବିଜେପି ଭଳି ଦଳକୁ ଶ୍ରେୟ ଦେବା ଆବଶ୍ୟକ କାରଣ ସେମାନେ ପାରିବାରିକ ରାଜନୀତିରେ ବିଶ୍ୱାସ କରନ୍ତିନାହିଁ।