Punjab Financial Crisis: ପଞ୍ଜାବରେ ଆର୍ଥିକ ସଙ୍କଟ! ସରକାରୀ କର୍ମଚାରୀମାନଙ୍କୁ ଦରମା ଦେଇ ପାରୁନାହାଁନ୍ତି ମାନ୍ ସରକାର
Advertisement

Punjab Financial Crisis: ପଞ୍ଜାବରେ ଆର୍ଥିକ ସଙ୍କଟ! ସରକାରୀ କର୍ମଚାରୀମାନଙ୍କୁ ଦରମା ଦେଇ ପାରୁନାହାଁନ୍ତି ମାନ୍ ସରକାର

Punjab Financial Crisis: ସେପ୍ଟେମ୍ବର ମାସରେ ଛଅ ଦିନ ବିତିଗଲାଣି ଓ ବର୍ତ୍ତମାନ ପର୍ଯ୍ୟନ୍ତ ପଞ୍ଜାବର ଭଗବନ୍ତ ମାନ୍ ସରକାର ଅଗଷ୍ଟ ମାସର ଦରମା ରାଜ୍ୟର କର୍ମଚାରୀ ମାନଙ୍କୁ ଦେଇପାରୁନାହାଁନ୍ତି । ପଞ୍ଜାବରେ ଏବେ ଆଲୋଚନା ହେଉଛି ଯେ ରାଜ୍ୟ ସରକାର ଆର୍ଥିକ ସଙ୍କଟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ସୌ: ସୋସିଆଲ ମିଡିଆ

Punjab Financial Crisis: ସେପ୍ଟେମ୍ବର ମାସରେ ଛଅ ଦିନ ବିତିଗଲାଣି ଓ ବର୍ତ୍ତମାନ ପର୍ଯ୍ୟନ୍ତ ପଞ୍ଜାବର ଭଗବନ୍ତ ମାନ୍ ସରକାର (Bhagwant Mann government) ଅଗଷ୍ଟ ମାସର ଦରମା ରାଜ୍ୟର କର୍ମଚାରୀ ମାନଙ୍କୁ ଦେଇପାରୁନାହାଁନ୍ତି । ଏହି କାରଣରୁ ପଞ୍ଜାବ (Punjab) ରାଜ୍ୟ ସରକାର ଅର୍ଥ ଅଭାବ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ସାଧାରଣତ ପ୍ରତ୍ୟକ ମାସର ଦରମା ସରକାରୀ କର୍ମଚାରୀମାନଙ୍କୁ ମାସର ଏକ ତାରିଖରେ ଦିଆଯାଏ । ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଜିଏସ୍ଟି କ୍ଷତିପୂରଣ ବ୍ୟବସ୍ଥା ଶେଷ ହେବା ପରେ ଏହି ସଙ୍କଟ ବୃଦ୍ଧି ପାଇଛି । ଜିଏସ୍ଟି କ୍ଷତିପୂରଣ ଅନୁଯାୟୀ ରାଜ୍ୟ ସରକାର ୧୬,୦୦୦ କୋଟି ଟଙ୍କା ପାଇଥିଲେ । ଚଳିତ ବର୍ଷ ପଞ୍ଜାବ ସରକାର କେବଳ ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟର ପାଇଁ ଜିଏସ୍ଟି ପାଇଛନ୍ତି । ଏହା ପରେ, ଏହି ସିଷ୍ଟମ୍ ଜୁନ୍ ୩୦ ରୁ ସମାପ୍ତ ହୋଇଥିଲା ।

ଅଧିକାରୀମାନେ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି ସରକାର ମାର୍ଚ୍ଚରେ ଆସିଥିଲେ ଓ ସେହି ଦିନଠାରୁ ଦରମା ଠିକ୍ ସମୟରେ ପ୍ରଦାନ କରାଯାଉଥିଲା । ବେତନ ପ୍ରଦାନରେ ବିଳମ୍ବ କେବଳ ଏହି ମାସରେ ଘଟିଛି । ପ୍ରତିବର୍ଷ ପଞ୍ଜାବ ସରକାରଙ୍କୁ ୩୧,୧୭୧ କୋଟି ଟଙ୍କା ବେତନ ହିସାବରେ ପ୍ରଦାନ କରିଥାଏ । ଏଥିରେ ପ୍ରତି ମାସରେ ୨,୫୯୭ କୋଟି ଟଙ୍କା ସାମିଲ ଥାଏ । ନାମ ଗୁପ୍ତ ରଖିବା ସର୍ତ୍ତରେ ଜଣେ ଅଧିକାରୀ କହିଛନ୍ତି ଯେ ଦରମା ଦେବାରେ ବିଳମ୍ବ ହେଉଛି କାରଣ ସରକାର ସୁଧ ପାଇବା ପାଇଁ ୧୦୦୦ କୋଟି ଟଙ୍କା ନିବେଶ କରୁଛନ୍ତି ।

ଜଣେ ଅଧିକାରୀ କହିଛନ୍ତି, “ଏହା ସରକାରୀ ରାଜକୋଷ ପାଇଁ ଲାଭଦାୟକ ବିଷୟ । ଆମେ ଅନୁଭବ କରୁଛୁ ଯେ କର୍ମଚାରୀମାନେ ଆମକୁ ସମର୍ଥନ କରିବେ ଓ ଏକ ସପ୍ତାହ ଅପେକ୍ଷା କରିବାକୁ ସମର୍ଥ ହେବେ । ଗ୍ରୁପ୍ ସି ଓ ଡି କର୍ମଚାରୀମାନଙ୍କୁ ଆମେ ଦରମା ଦେଇଛୁ । ଅନ୍ୟମାନଙ୍କୁ ବୁଧବାର ଦିନ ସୁଦ୍ଧା ଦରମା ଦିଆଯିବ । ଅଧିକାରୀ କହିଛନ୍ତି ଯେ ଯେତେବେଳେ ବି ସରକାରଙ୍କ ପାଖରେ ଟଙ୍କା ଅଭାବ ଥାଏ, ସେତେବେଳେ ସି ଏବଂ ଡି ଶ୍ରେଣୀର କର୍ମଚାରୀମାନଙ୍କୁ ପ୍ରଥମେ ଦରମା ଦିଆଯାଏ । ସେହି ଗ୍ରେଡ଼ ପରେ ଏ ଏବଂ ବି କର୍ମଚାରୀମାନେ ଦରମା ପାଆନ୍ତି । ବିଦ୍ୟୁତ୍ ସବସିଡି ମଧ୍ୟ ପଞ୍ଜାବ ସରକାରଙ୍କ ରାଜକୋଷ ଉପରେ ଭାର ବଢ଼ାଉଛି । ଚଳିତ ବର୍ଷ ପ୍ରାୟ ୨୦,୦୦୦ କୋଟି ଟଙ୍କାର ସବସିଡି ଭାର ପଞ୍ଜାବ ସରକାରଙ୍କ ଉପରେ ପଡ଼ିବ । ଏଥିରେ ୧୮,୦୦୦ କୋଟି ଟଙ୍କା ମୂଲ୍ୟର ମାଗଣା ବିଦ୍ୟୁତ୍ ଅନ୍ତର୍ଭୁକ୍ତ, ଯାହା କୃଷକମାନଙ୍କୁ ଦିଆଯାଉଛି  ।

ଏହା ବ୍ୟତୀତ ପ୍ରତ୍ୟେକ ପରିବାରକୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଯୋଗାଇବାକୁ AAP ସରକାର ଘୋଷଣା କରିଛନ୍ତି । ଏହା ବ୍ୟତୀତ ଗତ ବର୍ଷ ଡିସେମ୍ବର ପର୍ଯ୍ୟନ୍ତ ବକେୟା ବିଲ୍ ଛାଡ ଯୋଗୁଁ ୧,୨୯୮ କୋଟି ଟଙ୍କା ଭାର ବହନ କରିଛି । ଦରମା ଓ ପାୱାର ସବସିଡି ବ୍ୟତୀତ ପଞ୍ଜାବ ସରକାର ସୁଧ ଦେୟ ହିସାବରେ ୨୦,୧୨୨ କୋଟି, ପେନ୍‌ସନ୍‌ ଭାବରେ ୧୫,୧୪୫ କୋଟି ଟଙ୍କା ଲୋନ କରିଛନ୍ତି । ଏହା ବ୍ୟତୀତ ପଞ୍ଜାବକୁ ୨୭,୯୨୭ କୋଟି ଟଙ୍କା ଅଗ୍ରୀମ ଓ ଲୋନ ଦେବାକୁ ପଡିବ । ପଞ୍ଜାବ ସରକାରଙ୍କୁ ମଧ୍ୟ ଅନ୍ୟ ଖର୍ଚ୍ଚରେ ୨୦,୦୦୦ କୋଟି ଟଙ୍କା ଆବଶ୍ୟକ ।

ଏହା ବି ପଢ଼ନ୍ତୁ: Centre Vs Delhi Govt: ଦିଲ୍ଲୀରେ କାହାର ଚାଲିବ ରାଜ୍? ପୁଣି ସୁପ୍ରିମକୋର୍ଟରେ ସମ୍ନାସାମ୍ନି AAP ବନାମ କେନ୍ଦ୍ର