ସେପ୍ଟମ୍ବର ୧୦ ତାରିଖରେ ଔପଚାରିକ ଭାବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ହରିୟାଣସ୍ଥିତ (Haryana) ଅମ୍ବାଲା ବାୟୁସେନା ଘାଟି (Ambala Air Base) ଘାଟିରେ ଭାରତୀୟ ବାୟୁସେନାରେ ସାମିଲ ହେବ ରାଫେଲ । ପ୍ରତିରକ୍ଷା ମନ୍ତ୍ରୀଙ୍କ ଋଷ ଗସ୍ତ ସରିବା ପରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ଏନେଇ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଳୋରେନ୍ସ ପୈଲିଙ୍କୁ ନିମନ୍ତ୍ରଣ ଦିଆଯାଇଛି।
Trending Photos
ନୂଆଦିଲ୍ଲୀ: ଏଣିକି ଆନୁଷ୍ଠାନିକ ଭାବେ ରାଫେଲ ଯୁଦ୍ଧ ବିମାନ (Rafale Fighter Jet) ଉଡାଇବାକୁ ଯାଉଛି ଭାରତୀୟ ବାୟୁସେନା-ଆଇଏଏଫ (IAF-Indiam Air Foce) । ଆସନ୍ତା ସେପ୍ଟମ୍ବର ୧୦ ତାରିଖରୁ ଭାରତର ସାମରିକ ଅଭିଯାନରେ ଔପଚାରିକ ଭାବେ ସାମିଲ ହେବ ଏହି ଅତ୍ୟାଧୁନିକ ଯୁଦ୍ଧ ବିମାନ । ଗତ ଜୁଲାଇ ୨୯ ତାରିଖରେ ଭାରତକୁ ଫ୍ରାନ୍ସରେ ରାଫେଲ ହସ୍ତାନ୍ତର କରିଥିଲା ଏହାର ନିର୍ମାତା ଡାସଲ୍ଟ ଆଭିଏସନ (Dassualt Aviation) ।
କେନ୍ଦ୍ରରେ ମୋଦି ସରକାରଙ୍କ ପୂର୍ବରୁ କ୍ଷମତାସୀନ କଂଗ୍ରେସ ସରକାର ଏହି ଯୁଦ୍ଧ ବିମାନକୁ ବାୟୁସେନାରେ ସାମିଲ କରିବାକୁ ନେଇ ସେତେ ଗୁରୁତ୍ୱ ଦେଇନଥିଲେ । ମାତ୍ର ପିଏମ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ବିଜେପି ସରକାର ଗଠନ ହେବା ପରେ ରାଫେଲ ଅଂଶଗ୍ରହଣ କରିବା ପ୍ରକ୍ରିୟା ଜୋରସୋରରେ ଆଗେଇ ଚାଲିଥିଲା । ଦ୍ୱିତୀୟ ଦେଶର ଶାସନଭାର ହାତକୁ ନେବା ପରେ ଚଳିତ ବର୍ଷ ଜୁଲାଇ ୨୯ ତାରିଖରେ ଫ୍ରାନ୍ସ ଠାରୁ ରାଫେଲ ହାତେଇଥିଲା ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ।
ସେପ୍ଟମ୍ବର ୧୦ ତାରିଖରେ ଔପଚାରିକ ଭାବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ହରିୟାଣସ୍ଥିତ (Haryana) ଅମ୍ବାଲା ବାୟୁସେନା ଘାଟି (Ambala Air Base) ଘାଟିରେ ଭାରତୀୟ ବାୟୁସେନାରେ ସାମିଲ ହେବ ରାଫେଲ । ପ୍ରତିରକ୍ଷା ମନ୍ତ୍ରୀଙ୍କ ଋଷ ଗସ୍ତ ସରିବା ପରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ଏନେଇ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଳୋରେନ୍ସ ପୈଲିଙ୍କୁ ନିମନ୍ତ୍ରଣ ଦିଆଯାଇଛି।
ପାରସ୍ପରିକ ସହଯୋଗକୁ ବୃଦ୍ଧି କରିବା ଲକ୍ଷ୍ୟରେ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଭାରତ ନିମନ୍ତ୍ରଣ ପଠାଇଛି । ପ୍ରତିରକ୍ଷା, ଆତଙ୍କବାଦାଦର ମୁକାବିଲା, ଜଳବାୟୁ ପରିବର୍ତ୍ତନ ଆଦି ବିଭିନ୍ନ କ୍ଷେତ୍ରରେ ଫ୍ରାନ୍ସ-ଭାରତ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ।