• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • THS
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha National-International
  • /ଆବୁଧାବିରେ ରାଫାଲ, ବୁଧବାର ଗୃହପ୍ରବେଶ

ଆବୁଧାବିରେ ରାଫାଲ, ବୁଧବାର ଗୃହପ୍ରବେଶ

ଆସନ୍ତା କାଲି ଅବତରଣ...

Edited ByZee Odisha Desk
Published: Jul 28, 2020, 09:52 AM IST|Updated: Jul 28, 2020, 09:54 AM IST
joinshare
ଆବୁଧାବିରେ ରାଫାଲ, ବୁଧବାର ଗୃହପ୍ରବେଶ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Delhi Building Collapse :ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ କୋଠା ଭୁଶୁଡ଼ିବା ଘଟଣା, ଦୁଃଖ ପ୍ରକା

    Delhi Building Collapse :ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ କୋଠା ଭୁଶୁଡ଼ିବା ଘଟଣା, ଦୁଃଖ ପ୍ରକା

    2

    Entertainment News: ମାଳିପୁଟ ମେଲୋଡିଜ୍"ର ହେଲା ସ୍ପେସିଆଲ ସ୍କ୍ରିନିଂ,ସେପ୍ଟେମ୍ବର ୧୮ ରେ ମୁକ୍

    3

    Top 10 News Today: ରାଜଧାନୀ ଦିଲ୍ଲୀରେ ୫ ମହଲା କୋଠା ଭୁଶୁଡ଼ି ୨ ଜଣଙ୍କର ମୃତ୍ୟୁ, ମଧ୍ୟପ୍ରଦେଶର

    4

    Delhi Building Collapse: ରାଜଧାନୀ ଦିଲ୍ଲୀରେ ବଡ଼ ଅଘଟଣ, ୫ ମହଲା କୋଠା ଭୁଶୁଡ଼ି ୨ ମୃତ

    5

    Hirakud Dam: ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୭.୯୩ ଫୁଟକୁ ବୃଦ୍ଧି,ନାହିଁ ବନ୍ୟା ଆଶଙ୍କା

    ନୂଆଦିଲ୍ଲୀ: ଆବୁଧାବୀରେ ପହଞ୍ଚିଲା ରାଫାଲ। ଫ୍ରାନ୍ସ ବାୟୁସେନା ଏୟାରବେସରୁ କାଲିଠାରୁ ଉଡ଼ାଣ ଭରିଥିବା ୫ଟି ରାଫେଲ ବିମାନ ଆଜି ଆବୁଧାବୀରେ ପହଞ୍ଚିଛି।  ଆବୁଧାବୀର ଅଲ ଡଫରା ବିମାନଘାଟୀରେ ଆଜି ଅବତରଣ କରିଛି। ଆଉ ୨ ହଜାର କିଲୋମିଟର ଅତିକ୍ରମ କରିବା ପରେ ଆସନ୍ତା କାଲି ବୁଧବାର ହରିଆଣାର ଅମ୍ବାଲା ବିମାନ ଘାଟିରେ ଅବତରଣ କରିବ। ୫ଟି ରାଫାଲ ବିମାନ ଭାରତୀୟ ବାୟୁସେନାରେ ସାମିଲ ହେବା ପରେ ଭାରତୀୟ ବାୟୁସେନା ମଜବୁତ ହୋଇଯିବ। 

    ଗତକାଲି ଏହି ୫ଟି ବିମାନ ଗୁଡ଼ିକରେ ଅନ୍ୟ ଏକ ବିମାନ ଦ୍ୱାରା ଇନ୍ଧନ ମଧ୍ୟ ଭରାଯାଇଥିଲା। ଫ୍ରାନ୍ସର ମେରିନୈକ ବିମାନ ଘାଟିରୁ ୭ ଘଣ୍ଟାର ଉଡ଼ାଣ ଭରିବା ପରେ ଆବୁଧାବୀର ଅଲ ଡଫରା ବିମାନଘାଟୀରେ ଅବତରଣ କରିଥିଲେ। ତେବେ ଏହି ୩ ହଜାର କିଲୋମିଟର ଯାତ୍ରା ଅତିକ୍ରମ କରିବା ମଧ୍ୟରେ ଏକାଧିକବାର ଇନ୍ଧନ ଭରାଯାଇଥିବା ସୂଚନା ମିଳିଛି। 

    ସେପଟେ ଦୁଇ ଶତ୍ରୁ ରାଷ୍ଟ୍ର ପାକିସ୍ତାନ ଓ ଚୀନ ଚିନ୍ତାରେ ପଡ଼ିଛନ୍ତି। ରାଫାଲ ପହଞ୍ଚିବା ପରେ ଉଭୟ ପାକିସ୍ତାନ ଓ ଚୀନ ଚିନ୍ତାରେ ପଡ଼ିଯାଇଛନ୍ତି। କାରଣ ଏହି ରାଫେଲ ଆଣିବା ପରେ ଭାରତର ଶକ୍ତି ବୃଦ୍ଧି ଘଟିଛି। ଚୀନ ଓ ପାକିସ୍ତାନ ନିକଟରେ ମଧ୍ୟ ରାଫାଲର ମୁକାବିଲା କରିବା ପାଇଁ ମଧ୍ୟ ଯୁଦ୍ଧ ଜାହାଜ ନାହିଁ। ଏପରିକି ଗୋଟିଏ ରାଫାଲ ବିମାନ ଏକ ସଙ୍ଗେ ଶତ୍ରୁ ରାଷ୍ଟ୍ରର ୮ଟି ସ୍ଥାନରେ ନଜର ରଖିପାରିବ। ସେପଟେ ରାଫାଲର ସାମ୍ନା କରିବା ପାଇଁ ପାକିସ୍ତାନର ଯୁଦ୍ଧ ଜାହାଜ ଏଫ-୧୬ ଭଳି ଦୁଇଟି ଜାହାଜର ଜରୁରୀ ହୋଇ ପଡ଼ିବ। 

    ଏପରିକି ପାକିସ୍ତାନର ମିଶାଇଲକୁ ମାଟିରେ ମିଶାଇବାର କ୍ଷମତା ରଖିଛି ରାଫାଲ। ଆଖିପିଛୁଳାକେ ମିଶାଇଲକୁ ଧ୍ୱଂସ କରିବାର କ୍ଷମତା ରଖିଛି ରାଫାଲ। ଅନୁରୂପ ଭାବେ ଚୀନର ଲଢୁଆ ବିମାନ ଜେ-୧୧କୁ ମଧ୍ୟ ନଷ୍ଟ କରିବାର କ୍ଷମତା ରଖିଛି। କହିବାକୁ ଗଲେ ରାଫାଲ ଯୁଦ୍ଧ ବିମାନ ଭାରତରେ ପହଞ୍ଚିବା ପରେ ଭାରତର ପ୍ରତିରକ୍ଷା ବିଭାଗ ଆହୁରି ଶକ୍ତିଶାଳୀ ହୋଇପଡ଼ିବ। ଯାହାକୁ ନେଇ ଏବେ ପଡ଼ୋଶୀ ଶତ୍ରୁ ରାଷ୍ଟ୍ର ଚିନ୍ତାରେ ରହିଛନ୍ତି। 

    Add Zee News as a Preferred Source
    TAGS:
    Rafale
    france
    india
    china
    Pakistan