Indian Railways: ୫ ଷ୍ଟାର ହୋଟେଲଠାରୁ କମ୍ ନୁହେଁ ଦେଶର ପ୍ରଥମ ଘରୋଇ ରେଳ ଷ୍ଟେସନ, ରହିଛି ଏହିସବୁ ବିଶ୍ବ ସ୍ତରୀୟ ସୁବିଧା
Advertisement
Article Detail0/zeeodisha/odisha1801082

Indian Railways: ୫ ଷ୍ଟାର ହୋଟେଲଠାରୁ କମ୍ ନୁହେଁ ଦେଶର ପ୍ରଥମ ଘରୋଇ ରେଳ ଷ୍ଟେସନ, ରହିଛି ଏହିସବୁ ବିଶ୍ବ ସ୍ତରୀୟ ସୁବିଧା

Indian Railways: ଅନେକ ବଡ଼ ବଡ଼ ସଫଳତା ହାସଲ କରିବାରେ ଭାରତୀୟ ରେଳବାଇର ନାମ ପଞ୍ଜୀକୃତ ହୋଇଛି । ବର୍ତ୍ତମାନ ବହୁ ରେଳ ଷ୍ଟେସନ ଗୁଡିକର ଆଧୁନିକୀକରଣ କରାଯାଉଥିବା ବେଳେ ସେମି ହାଇ ସ୍ପିଡ୍ ଟ୍ରେନ୍ ଚଳାଚଳ କରୁଛି । ଏଥି ମଧ୍ଯରେ ଦେଶର ପ୍ରଥମ ଘରୋଇ ରେଳଷ୍ଟେସନ ମଧ୍ୟ ନିର୍ମାଣ କରାଯାଇଛି। ଏହି ହାଇଟେକ୍ ଷ୍ଟେସନରେ ବିଶ୍ୱ ସ୍ତରୀୟ ସୁବିଧା ଉପଲବ୍ଧ ରହିଛି ।

ସୌ(ସୋସିଆଲ ମିଡିଆ)

Indian Railways: ଆମ ଦେଶରେ ଯେତେବେଳେ ଦୂରସ୍ଥାନକୁ ଭ୍ରମଣ କରିବା ନେଇ କଥା ଆସେ ସେତେବେଳେ ଟ୍ରେନ୍ (Train) ସମସ୍ତଙ୍କର ପ୍ରଥମ ପସନ୍ଦ ହୋଇଥାଏ । ଦୀର୍ଘ ଦୂରତାକୁ ଅତିକ୍ରମ କରିବା ପାଇଁ ରେଳ ଏକ ଶସ୍ତା ଓ ଦ୍ରୁତ ପରିବହନର ମାଧ୍ଯମ ଅଟେ। ଦେଶର ପ୍ରାୟ ପ୍ରତ୍ୟେକ ରାଜ୍ୟରେ ରେଳ ଚଳାଚଳ ନେଇ ବ୍ୟବସ୍ଥା ରହିଛି । ବର୍ତ୍ତମାନ ଭାରତୀୟ ରେଳବାଇ ବ୍ୟବସ୍ଥା ଆହୁରି ବିସ୍ତାରିତ ହେବାକୁ ଲାଗିଛି । ଭାରତୀୟ ରେଳବାଇ (Indian Railways) ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ସେବା ମଧ୍ୟରୁ ଅନ୍ୟତମ । ଅନେକ ବଡ଼ ବଡ଼ ସଫଳତା ହାସଲ କରିବାରେ ଭାରତୀୟ ରେଳବାଇର ନାମ ପଞ୍ଜୀକୃତ ହୋଇଛି । ବର୍ତ୍ତମାନ ବହୁ ରେଳ ଷ୍ଟେସନ ଗୁଡିକର ଆଧୁନିକୀକରଣ କରାଯାଉଥିବା ବେଳେ ସେମି ହାଇ ସ୍ପିଡ୍ ଟ୍ରେନ୍ (semi high speed train) ଚଳାଚଳ କରୁଛି । ଏଥି ମଧ୍ଯରେ ଦେଶର ପ୍ରଥମ ଘରୋଇ ରେଳଷ୍ଟେସନ ମଧ୍ୟ ନିର୍ମାଣ କରାଯାଇଛି। ଏହି ହାଇଟେକ୍ ଷ୍ଟେସନରେ ବିଶ୍ୱ ସ୍ତରୀୟ ସୁବିଧା ଉପଲବ୍ଧ ରହିଛି ।

ଭାରତର ପ୍ରଥମ ଘରୋଇ ରେଳ ଷ୍ଟେସନ

ଦେଶର ପ୍ରଥମ ଘରୋଇ ରେଳ ଷ୍ଟେସନ (Private Indian Railway station) ହବିବଗଞ୍ଜ (Habibganj Railway Station) ଅଟେ, ଯାହା ମଧ୍ୟପ୍ରଦେଶ (Madhya Pradesh) ରାଜଧାନୀ ଭୋପାଳଠାରେ (Bhopal) ଅବସ୍ଥିତ। ଆଇଆରଡିସି (Indian Railways Development Corporation) ଅନୁଯାୟୀ, ଏହି ରେଳ ଷ୍ଟେସନକୁ ଘରୋଇ ପାର୍ଟନରସିପ ମାଧ୍ୟମରେ ଆନ୍ତର୍ଜାତୀୟ ସ୍ତରରେ ବିକଶିତ କରାଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତୀୟ ରେଳବାଇ (Indian Railways) ଏହି ଷ୍ଟେସନର ବିକାଶ ଦାୟିତ୍ବ ବଂଶଲ ଗ୍ରୁପକୁ (Bansal Group) ଦେଇଛି । ଷ୍ଟେସନ ନିର୍ମାଣ ସହ, ଏହାର ରକ୍ଷଣାବେକ୍ଷଣ ଏମିତି କି, ୮ ବର୍ଷ ପାଇଁ ଏହାର ଦାୟିତ୍ବ ବଂଶଲ ଗ୍ରୁପ ହାତରେ ରହିଛି । ରିପୋର୍ଟ ଅନୁଯାୟୀ, ଏହି ଷ୍ଟେସନକୁ ୪୫ ବର୍ଷ ପାଇଁ ଲିଜରେ ନିଆଯାଇଛି ।

ରେଳ ଷ୍ଟେସନରେ ଉପଲବ୍ଧ ରହିଛି ଏହିସବୁ ସୁବିଧା

ଏହି ଷ୍ଟେସନରେ ସପିଂ ଷ୍ଟୋର, ରେଷ୍ଟୁରାଣ୍ଟ, କ୍ୟାଟରିଂ ଦୋକାନ ଓ ପାର୍କିଂ ଭଳି ଅନେକ ପ୍ରକାରର ସୁବିଧା ରହିଛି । ଖାଲି ଏତିକି ନୁହେଁ, ଏଠାରେ ମହିଳା ଯାତ୍ରୀଙ୍କ ପାଇଁ ମଧ୍ୟ ଅଲଗା ବ୍ୟବସ୍ଥା କରାଯାଇଛି । ବିଦ୍ୟୁତ୍ ଶକ୍ତି ପାଇଁ ଏହି ଷ୍ଟେସନରେ ସୋଲାର ପ୍ୟାନେଲ (solar panel) ଲଗାଯାଇଛି । ଏଠାରୁ ମିଳୁଥିବା ବିଦ୍ୟୁତ୍ ଶକ୍ତି ଷ୍ଟେସନ କାର୍ଯ୍ୟ ପାଇଁ ବ୍ୟବହୃତ ହୋଇଥାଏ ।

Also Read-Complain Against MLA: ବିଧାୟିକା ବର୍ଷା ସିଂ ବରିହାଙ୍କ ନାଁ ରେ ମାରପିଟ୍ ଅଭିଯୋଗ: ଥାନାରେ ମାମଲା ରୁଜୁ

Also Read-Gold and Silver Price Today: ଶସ୍ତା ହେଲା ସୁନା! ୧୦ ଗ୍ରାମ ପ୍ରତି ଏତିକି ଖସିଲା ଦର, ଜାଣନ୍ତୁ ଆଜିର ନୂଆ ରେଟ୍

ଜରୁରୀକାଳୀନ ପରିସ୍ଥିତିରେ ମିନିଟରେ ଷ୍ଟେସନରୁ ବାହାରିପାରିବେ ଯାତ୍ରୀ

ରିପୋର୍ଟ ଅନୁଯାୟୀ, ଏହି ଷ୍ଟେସନ ଏପରି ଢଙ୍ଗରେ ତିଆରି ହୋଇଛି କୌଣସି ପ୍ରକାର ଜରୁରୀକାଳୀନ ପରିସ୍ଥିତିରେ ଯାତ୍ରୀମାନଙ୍କୁ ଏଠାରେ ମାତ୍ର ୪ ମିନିଟ୍ ମଧ୍ୟରେ ଷ୍ଟେସନ ବାହାରକୁ ନିଆଯାଇପାରିବ । କୌଣସି ପ୍ରକାରର ଜରୁରୀକାଳୀନ ପରିସ୍ଥିତିରେ ଏଠାରେ ଲୋକଙ୍କ ଜୀବନ ରକ୍ଷା କରାଯାଇପାରିବ । ୨୦୨୧ ମସିହାରେ, ଏହି ଷ୍ଟେସନର ନାମକୁ ହବିବଗଞ୍ଜରୁ ବଦଳାଇ ରାଣୀ କମଳାପତି (Rani kamlapati station ) କରାଯାଇଥିଲା ।

​Also Read-T20 World Cup 2024 Schedule: ଟି-୨୦ ବିଶ୍ୱକପ ପାଇଁ ତାରିଖ ଘୋଷଣା, ଏଠାରେ ଦେଖନ୍ତୁ ସମ୍ପର୍ଣ୍ଣ କାର୍ଯ୍ୟସୂଚୀ

​Also Read-Road Accident: ଅଶୁଭ ଶନିବାର! ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ତିନି ଜୀବନ, ଏକାଧିକ ଆହତ