Rajsthan Accident: ସିକର ସଡ଼କ ଦୁର୍ଘଟଣାରେ ପୁଣି ଗଲା ୪ ଜୀବନ, ମୃତକଙ୍କ ସଂଖ୍ୟା ଛୁଇଁଲାଣି ୧୨
Advertisement

Rajsthan Accident: ସିକର ସଡ଼କ ଦୁର୍ଘଟଣାରେ ପୁଣି ଗଲା ୪ ଜୀବନ, ମୃତକଙ୍କ ସଂଖ୍ୟା ଛୁଇଁଲାଣି ୧୨

Rajsthan Accident:  ରବିବାର ହୋଇଥିବା ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘଟଣାସ୍ଥଳରେ ୮ ଜଣ ଲୋକଙ୍କ ମୃତ୍ୟୁ ହୋଇ ସାରିଥିଲା। ଏହା ପରେ ମୋଟ ୯ ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ବିଳମ୍ବିତ ରାତିରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଆଜି ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।

Rajsthan Accident: ସିକର ସଡ଼କ ଦୁର୍ଘଟଣାରେ ପୁଣି ଗଲା ୪ ଜୀବନ, ମୃତକଙ୍କ ସଂଖ୍ୟା ଛୁଇଁଲାଣି ୧୨

Rajsthan Accident:  ନୂଆଦିଲ୍ଲୀ: ନୂଆବର୍ଷରେ (New Year) ରାଜସ୍ଥାନରେ (Rajsthan) ହୋଇଥିବା ସଡ଼କ ଦୁର୍ଘଟଣା ପୁରା ଦେଶକୁ ଦୋହଲାଇ ଦେଇଥିଲା। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ (Road Accident) ମୃତକଙ୍କ ସଂଖ୍ୟା ୧୨କୁ ଛୁଇଁଛି। ଏହି ମୃତକଙ୍କ ମଧ୍ୟରେ ଥିବା ୭ ଜଣ ହେଉଛନ୍ତି ଗୋଟିଏ ପରିବାରର ସଦସ୍ୟ। ଏହି ୭ ଜଣ ଜୟପୁର ଜିଲ୍ଲାର (Jeypore) ସାମୋଦ (Samod) ଅଞ୍ଚଳର ବୋଲି ଜଣାପଡ଼ିଛି। ସେହିପରି ଏହି ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ୭ ଜଣ ଏବେ ଚିକିତ୍ସାଧିନ ରହିଛନ୍ତି। ସେପଟେ ମୃତକଙ୍କ ସଂଖ୍ୟା ଏବେ ୧୨ରେ ପହଞ୍ଚିଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ସେପଟେ ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ (Chief Minister) ଅଶୋକ ଗେହଲୋତ (Ashok Gehlot) ଓ ଅନ୍ୟ ନେତୃବୃନ୍ଦ ଶୋକବ୍ୟକ୍ତ କରିଛନ୍ତି। 

ମିଳିଥିବା ସୂଚନା ଅନୁଯାୟୀ ରବିବାର ହୋଇଥିବା ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘଟଣାସ୍ଥଳରେ ୮ ଜଣ ଲୋକଙ୍କ ମୃତ୍ୟୁ ହୋଇ ସାରିଥିଲା। ଏହା ପରେ ମୋଟ ୯ ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ବିଳମ୍ବିତ ରାତିରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଆଜି ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟମାନଙ୍କର ସ୍ୱାସ୍ଥ୍ୟାବସ୍ଥାର ସ୍ଥିର ରହିଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ଡାକ୍ତରଖାନାକୁ ଆହତଙ୍କୁ ଭେଟିବାକୁ ଜନପ୍ରତିନିଧିଙ୍କ ସୁଅ ଛୁଟିବାରେ ଲାଗିଛି। ମୃତକଙ୍କ ଖବର ସାମ୍ନାକୁ ଆସିବା ପରେ ସେମାନଙ୍କ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଚି ହୋଇଛି। 

ଅଧିକାଂଶ ମୃତକ ସାମୋଦ ଓ ଦାନ୍ତାରାମଗଡ଼ର ବାସିନ୍ଦା
ମୃତକଙ୍କ ମଧ୍ୟରେ ବିଜୟ କୁମାର, ଅଜୟ କୁମାର, ରେଖା, ଆରବ, ଅରବିନ୍ଦ, ପୁନମ ଓ ବୀରବଲ ଜୟପୁରର ସାମୋଦ ଅଞ୍ଚଳର ୮ ନମ୍ବର ଓ୍ୱାର୍ଡର ବାସିନ୍ଦା। ଅନ୍ୟ ମୃତକଙ୍କ ମଧ୍ୟରେ ରାଧା ଦେବୀ, ଜାନକୀ ଦେବୀ ଓ ଅନୁରାଧା ଖଟିକ ସିକରର ଦାନ୍ତାରାମଗଡ଼ ଅଞ୍ଚଳର ସୁନ୍ଦରପୁରା ଗ୍ରାମର ବାସିନ୍ଦା। ପୋଲିସ ଏହି ଦୁର୍ଘଟଣାରେ ମୃତକଙ୍କ ଶବ ବ୍ୟବଛେଦ ପରେ ସେମାନଙ୍କର ପରିଜନଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ଦୁର୍ଘଟଣା ପରେ ସାମୋଦ ଓ ସୁନ୍ଦରପୁରା ଅଞ୍ଚଳରେ ବେଶ ଶୋକାକୁଳ ପରିବେଶ ଲାଗି ରହିଛି। 

ବାଇକକୁ ଧକ୍କା ଦେବା ପରେ ପିକଅପ ଅନିୟନ୍ତ୍ରଣ ହୋଇ ପଡ଼ିଥିଲା
ଉଲ୍ଲେଖନୀୟ କି ଏହି ଦୁର୍ଘଟଣାଟି ଖଣ୍ଡେଲା ଅଞ୍ଚଳରେ ଘଟିଥିଲା। ନୂଆବର୍ଷ ଉପଲକ୍ଷେ ଗଣେଶ ଦର୍ଶନ କରି କିଛି ଲୋକ ଏକ ପିକଅପ ଜରିଆରେ ଖଣ୍ଡେଲା ଅଭିମୁଖେ ଆସୁଥିଲେ। ଲୋକଙ୍କୁ ନେଇ ଦ୍ରୁତ ବେଗରେ ଆସୁଥିବା ଏକ ପିକଅପ ବିପରୀତ ଦିଗରୁ ଆସୁଥିବା ଏକ ବାଇକକୁ ଧକ୍କା ଦେବା ପରେ ଏକ ଟ୍ରକ ସହିତ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଗାଡ଼ିରେ ଥିବା ୮ ଜଣଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

Also Read: ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସ୍ଥାୟୀ ଅଧିନାୟକ କରିବା ପୂର୍ବରୁ ଏହି କାମ କରୁ BCCI, ଇରଫାନ୍ ପଠାନ ଦେଲେ କଡ଼ା ଚେତାବନୀ

Also Read: Team India: ଟିମ୍ ଇଣ୍ଡିଆର ଏହି ଟପ୍ ୫ ଖେଳାଳି ଖେଳିପାରିବେନି IPL! BCCIର ଆକ୍ସନ ବଢ଼ାଇଲା ଫ୍ୟାନ୍ସଙ୍କ ଟେନସନ୍