ରାଜସ୍ଥାନ ମାମଲା: ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ
Advertisement
Article Detail0/zeeodisha/odisha716368

ରାଜସ୍ଥାନ ମାମଲା: ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ

ରାଜସ୍ଥାନ ମାମଲାରେ ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ ।

ରାଜସ୍ଥାନ ମାମଲା: ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାଜସ୍ଥାନ ହାଇକୋର୍ଟଙ୍କ ଆଦେଶ ବିରୋଧରେ ରାଜ୍ୟ ବିଧାନସଭା ବାଚସ୍ପତି ସିପି ଜୋଶୀଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି । ଶୁଣାଣି ସମୟରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଅସନ୍ତୋଷର ଦମନ ଦ୍ୱାରା ଗଣତନ୍ତ୍ର ପ୍ରଭାବିତ ହେବ। ନିର୍ବାଚିତ ବିଧାୟକଙ୍କ ମଧ୍ୟ ଅସହମତି ପ୍ରକାଶ କରିବାକୁ ଅଧିକାର ରହିଛି ।

ଏ ମାମଲାର ଶୁଣାଣି କରିବାକୁ ଯାଇ ସୁପ୍ରିମକୋର୍ଟ କହିଛନ୍ତି ଅସନ୍ତୋଷର ସ୍ୱରକୁ ଦମନ କରାଯାଇପାରିବ ନାହିଁ । କାରଣ ଏହା ଦ୍ୱାରା ଗଣତନ୍ତ୍ର ଶେଷ ହେବ । ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ଜନପ୍ରତିନିଧିଙ୍କ ଅସହମତି ପ୍ରକାଶ କରିବାର ଅଧିକାର ଅଛି କି ନାହିଁ ବୋଲି କୋର୍ଟ ଆଇନଜୀବି କପିଲ ସିବଲଙ୍କୁ ପ୍ରଶ୍ନ କରିଥିଲେ । 

ଏହାର ଉତ୍ତରରେ ଆଇନଜୀବୀ ସିବଲ କହିଛନ୍ତି ସେମାନଙ୍କୁ ବୁଝାଇବାକୁ ପଡିବ। ଏନେଇ ନିଷ୍ପତ୍ତି ନେବାର ଅଧିକାର ବାଚସ୍ପତିଙ୍କ ରହିଛି। ଏ ମାମଲାରେ କୋର୍ଟ ହସ୍ତକ୍ଷେପ କରିପାରିବେ ନାହିଁ।

ଏହା ସହିତ ସୁପ୍ରିମକୋର୍ଟ ପ୍ରଶ୍ନ ପଚାରି କହିଛନ୍ତି ଏହା କେବଳ ଗୋଟିଏ ଦିନର ବିଷୟ, ଆପଣ କାହିଁକି ଅପେକ୍ଷା କରିପାରିବେ ନାହିଁ? ଦଳର ଆଭ୍ୟନ୍ତରୀଣ ଗଣତନ୍ତ୍ର ଉପରେ ଆପଣଙ୍କ ମତ କ'ଣ? ଦଳୀୟ ବୈଠକରେ ଯୋଗ ଦେବା ଲାଗି ବିଧାୟକଙ୍କୁ ହ୍ୱିପ୍ ଜାରି କରାଯାଇ ପାରିବ କି?

କୋର୍ଟଙ୍କ ପକ୍ଷରୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ରଖି ସିବଲ କହିଛନ୍ତି ରାଜସ୍ଥାନ ବିଧାନସଭା ବାଚସ୍ପତି ବିଧାୟକ ଦଳ ବୈଠକ ଲାଗି ହ୍ୱିପ ଜାରି କରିଥିଲେ। ଏହା କେବଳ ଏକ ବିଜ୍ଞପ୍ତି ଥିଲା, ହ୍ୱିପ ନୁହେଁ । ଏହା ଦଳୀୟ ବୈଠକରେ ଯୋଗ ଦେବା ଅପେକ୍ଷା  ଦଳ ବିରୋଧି କାର୍ଯ୍ୟରୁ ବିରତ ରହିବା ଲାଗି ଉଦ୍ଦିଷ୍ଟ ଥିଲା ।
 
ଏହାପୂର୍ବରୁ ରାଜସ୍ଥାନ ବିଧାନସଭା ବାଚସ୍ପତିଙ୍କ ପକ୍ଷ ରଖି ଆଡଭୋକେଟ କପିଲ ସିବଲ କହିଛନ୍ତି ବାଚସ୍ପତିଙ୍କ ନିଷ୍ପତ୍ତି ପୂର୍ବରୁ କୋର୍ଟ ଏ ମାମଲାରେ ହସ୍ତକ୍ଷେପ କରିବା ଭୁଲ । ସୁପ୍ରିମକୋର୍ଟରେ ବିଚାର ହୋଇଥିବା ୧୯୯୨ ମସିହାର କିହୋଟୋ ହୋଲୋହନ୍ ମାମଲାରେ ସମ୍ବିଧାନିକ ପୀଠର ନିଷ୍ପତ୍ତିକୁ ଉଲ୍ଲେଖ କରିଥିଲେ ସେ । ଏହି ନିଷ୍ପତ୍ତି ଅନୁଯାୟୀ ଅଯୋଗ୍ୟତା ପ୍ରସଙ୍ଗରେ ବାଚସ୍ପତିଙ୍କ ନିଷ୍ପତ୍ତି ପୂର୍ବରୁ କୋର୍ଟ ହସ୍ତକ୍ଷେପ କରିପାରିବେ ନାହିଁ। ଅଯୋଗ୍ୟତା ପ୍ରକ୍ରିୟା ପୂର୍ବରୁ କୋର୍ଟରେ ଦାଖଲ ହୋଇଥିବା କୌଣସି ଆବେଦନ ଶୁଣାଣି କରାଯାଇ ପାରିବ ନାହିଁ ।

ସିବଲଙ୍କ ପକ୍ଷରୁ ସୁପ୍ରିକୋର୍ଟଙ୍କ ପକ୍ଷରୁ ଅନ୍ୟ ମାମଲାରେ ଦିଆଯାଇଥିବା ଆଦେଶର ଉଦାହରଣ ଦେଇ କହିଛନ୍ତି, ବାଚସ୍ପତି  ଏଭଳି ମାମାଲାରେ ଉପଯୁକ୍ତ ସମୟ ମଧ୍ୟରେ  ନିଷ୍ପତ୍ତି ନେବା ଲାଗି ସମ୍ମତି ଜଣାଇଥିଲେ । ଏକ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ  
ଅଯୋଗ୍ୟ ଘୋଷଣା କରିବା ପ୍ରକ୍ରିୟକୁ ପୂରା କରିବା ଲାଗି ଉଦ୍ଦିଷ୍ଟ ନଥିଲା । 

କେଉଁ ଆଧାରରେ ବିଧାୟକଙ୍କ ଅଯୋଗ୍ୟତା ମଗାଯାଇଛି ବୋଲି ସୁପ୍ରିମକୋର୍ଟ ରାଜସ୍ଥାନ ବାଚସ୍ପତିଙ୍କ ଓକିଲକୁ ପ୍ରଶ୍ନ କରିଥିଲେ କୋର୍ଟ ସୁପ୍ରିମକୋର୍ଟ । ଏହାର ଉତ୍ତର ରଖି କପିଲ ଶିବଲ କହିଥିଲେ ବିଧାୟକ ଦଳୀୟ ବୈଠକରେ ଯୋଗ ଦେଇନଥିଲେ। ସେମାନେ ଦଳ ବିରୋଧି କାର୍ଯ୍ୟକଳାପରେ ଜଡିତ ରହିବା ସହ ନିଜ ଦଳର ସରକାର ପୁଣି ଥରେ ବହୁମତ ସାବ୍ୟସ୍ତ କରିବା ସପକ୍ଷାରେ ରହିଛନ୍ତି। ସେମାନେ ହରିୟାଣାର ଏକ ହୋଟେଲରେ ରହିଛନ୍ତି।  ଏପରିକି ଅନ୍ୟ ଏକ ଦଳ ଗଠନ କରିବାକୁ ଷଡଯନ୍ତ୍ର ଚଳାଇଛନ୍ତି। ସେମାନେ ବର୍ତ୍ତମାନ କ୍ଷମତାସୀନ ଥିବା ସରକାରଙ୍କୁ ଗାଦିଚ୍ୟୁତ କରିବାକୁ ଚାହୁଁଛନ୍ତି ।