Advertisement
Article Detail0/zeeodisha/odisha2100926
Zee OdishaOdisha National-InternationalState Government reward: କନ୍ୟା ସନ୍ତାନ ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରିବ ଏହି ରାଜ୍ୟ

State Government reward: କନ୍ୟା ସନ୍ତାନ ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରିବ ଏହି ରାଜ୍ୟ

ଜୟପୁରରେ ମେଟ୍ରୋ ବିସ୍ତାର ହେବ। ଜୟପୁର, ଯୋଧପୁର ଏବଂ କୋଟାରେ ୫୦୦ ଇଲେକ୍ଟ୍ରିକ୍ ବସ୍ ଚଳାଚଳ କରିବ। ରାଜ୍ୟରେ ନୂତନ ରାସ୍ତା ପାଇଁ ୧୫୦୦ କୋଟି ଟଙ୍କା ଅନୁମୋଦନ ହୋଇଛି।

State Government reward: କନ୍ୟା ସନ୍ତାନ ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରିବ ଏହି ରାଜ୍ୟ

State Government reward: ନୂଆଦିଲ୍ଲୀ: ରାଜସ୍ଥାନ ସରକାର କନ୍ୟା ସନ୍ତାନ ପାଇଁ ଏକ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଉପସ୍ଥାପିତ ବଜେଟରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟୟ ବରାଦ କରାଯାଇଛି। ତେବେ ଏହି ପୁରସ୍କାର ସଞ୍ଚୟ ବଣ୍ଡ ଆକାରରେ ଦିଆଯିବ। ଲାଡୋ ପ୍ରୋତ୍ସାହନ ଯୋଜନା ଅଧୀନରେ ଏକ ଗରିବ ପରିବାରକୁ କନ୍ୟା ସନ୍ତାନ ଜନ୍ମ ହେବା ଦ୍ୱାରା ୧ ଲକ୍ଷ ଟଙ୍କା ସଞ୍ଚୟ ବଣ୍ଡ ଦିଆଯିବ। ବିତରଣ ରାଶି ମଧ୍ୟ ଏକ ହଜାରରୁ ୬ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

ସୂଚନାଯୋଗ୍ୟ ଆଜି ରାଜସ୍ଥାନର ଉପମୂଖ୍ୟମନ୍ତ୍ରୀ ଦୀୟା କୁମାରୀ ମଧ୍ୟବର୍ତ୍ତିକାଳୀନ ବଜେଟ ଉପସ୍ଥାପନ କରିଥିଲେ। ତାଙ୍କୁ ଏହି ସୁଯୋଗ ଦିଆଯାଇଥିବାରୁ ସେ ଧନ୍ୟବାଦ ଅର୍ପଣ କରିଥିଲେ। ସେ କହିଥିଲେ କି ମୋତେ ବଜେଟ ଉପସ୍ଥାପନ କରାଯିବାକୁ ସୁଯୋଗ ଦେଇଥିବାରୁ ମୁଁ ସରକାରଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ଏହି ବଜେଟରେ ଗରିବ, ମହିଳା, ଅନ୍ନଦାତା ଓ ଯୁବ ବର୍ଗଙ୍କ ପାଇଁ ବ୍ୟୟବରାଦ କରାଯାଇଛି। ଆର୍ଥିକ ପ୍ରବନ୍ଧନକୁ ଧ୍ୟାନରେ ରଖି ଏହି ବଜେଟ ପ୍ରସ୍ତୁତ କରାଯାଇଥିବା ନେଇ ସେ କହିଥିଲେ। 

ବଜେଟରେ ସାଧାରଣ ଜନତାଙ୍କ କଲ୍ୟାଣ ବଜେଟରେ ସ୍ପଷ୍ଟ ଭାବରେ ପ୍ରତିଫଳିତ ହୋଇଛି। ବୃଦ୍ଧ ଓ ମହିଳାଙ୍କ ପେନସନ୍ ୧୫୦ ଟଙ୍କା ବୃଦ୍ଧି ପାଇଥିବାବେଳେ କୃଷକମାନଙ୍କ ପାଇଁ ଗୋପାଳ କ୍ରେଡିଟ୍ କାର୍ଡ ଯୋଜନା ଏବଂ ୫ ଲକ୍ଷ ଗୋପାଳକଙ୍କ ପାଇଁ ଋଣ ମଧ୍ୟ ଘୋଷଣା କରାଯାଇଛି। ସବୁଠାରୁ କୌତୁହଳପୂର୍ଣ୍ଣ ଘୋଷଣା ହେଉଛି କନ୍ୟା ସନ୍ତାନଙ୍କ ସମ୍ପର୍କିତ ଉପହାର ଯୋଜନା। 

Add Zee News as a Preferred Source

ମାଣ୍ଡି ଟ୍ୟାକ୍ସ ରଦ୍ଦ ହେବ ଯାହା ଚିନି ଏବଂ ଗୁଣ୍ଡକୁ ଶସ୍ତା କରିବ। ଜମି ଟିକସ ରଦ୍ଦ କରିବାକୁ ମଧ୍ୟ ଘୋଷଣା କରାଯାଇଛି। ବର୍ତ୍ତମାନ ବୃଦ୍ଧାଙ୍କ ପାଇଁ ସଡ଼କ ପଥରେ ୫୦ ପ୍ରତିଶତ ରିହାତି ବ୍ୟବସ୍ଥା ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରିହାତି ୩୦ ପ୍ରତିଶତ ଥିଲା। ଯୁବକମାନଙ୍କ ପାଇଁ 70 ହଜାର ନୂତନ ନିଯୁକ୍ତି ଘୋଷଣା କରାଯାଇଛି। ଜୟପୁରରେ ମେଟ୍ରୋ ବିସ୍ତାର ହେବ। ଜୟପୁର, ଯୋଧପୁର ଏବଂ କୋଟାରେ ୫୦୦ ଇଲେକ୍ଟ୍ରିକ୍ ବସ୍ ଚଳାଚଳ କରିବ। ରାଜ୍ୟରେ ନୂତନ ରାସ୍ତା ପାଇଁ ୧୫୦୦ କୋଟି ଟଙ୍କା ଅନୁମୋଦନ ହୋଇଛି।

About the Author