କୋରୋନା ମଡରେ ପୁଣି ଭୁଶୁଡିବ ସଜଡା ଅର୍ଥନୀତି
Advertisement

କୋରୋନା ମଡରେ ପୁଣି ଭୁଶୁଡିବ ସଜଡା ଅର୍ଥନୀତି

ଆରମ୍ଭରୁ ଦେଶର ଅର୍ଥନୀତିକୁ ଶକ୍ତ ଧକ୍କା ଲାଗିଛି। କାରଣ କୋରୋନାର ପ୍ରକୋପ ବୃଦ୍ଧି ପାଇବା ପରେ ଅନେକ ସହର, ଜିଲ୍ଲାରେ ଲକଡାଉନ୍, କର୍ଫ୍ୟୁ ଲାଗୁ ହୋଇଛି। ଫଳରେ ବ୍ୟବସାୟ କ୍ଷତିଗ୍ରସ୍ତ ହେବା ସହ ସରକାରୀ କାର୍ଯ୍ୟଳୟର କାମ ବି ପ୍ରଭାବିତ ହୋଇଛି।

ପ୍ରତିକାତ୍ମକ ଫଟୋ

ମୋନିକା ମହାନ୍ତି, ନୂଆଦିଲ୍ଲୀ: ଏପ୍ରିଲ ପହିଲାରୁ ଆରମ୍ଭ ହୋଇଛି ନୂଆ ଆର୍ଥିକ ବର୍ଷ। ୨୦୨୧-୨୨ ବର୍ଷ ପାଇଁ ବଜେଟରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। କିନ୍ତୁ ଆରମ୍ଭରୁ ଦେଶର ଅର୍ଥନୀତିକୁ ଶକ୍ତ ଧକ୍କା ଲାଗିଛି। କାରଣ କୋରୋନାର ପ୍ରକୋପ ବୃଦ୍ଧି ପାଇବା ପରେ ଅନେକ ସହର, ଜିଲ୍ଲାରେ ଲକଡାଉନ୍, କର୍ଫ୍ୟୁ ଲାଗୁ ହୋଇଛି। ଫଳରେ ବ୍ୟବସାୟ କ୍ଷତିଗ୍ରସ୍ତ ହେବା ସହ ସରକାରୀ କାର୍ଯ୍ୟଳୟର କାମ ବି ପ୍ରଭାବିତ ହୋଇଛି।

ଓଡ଼ିଶା ଅର୍ଥନୀତି (Odisha Economy) ରେ ମଧ୍ୟ କୋରୋନାର ସମାନ ପ୍ରଭାବ ପଡ଼ିବାକୁ ଯାଉଛି। ଗତବର୍ଷ କୋଭିଡ୍ ପାଇଁ ରାଜ୍ୟର ଅଭିବୃଦ୍ଧି (GDP) ବିଯୁକ୍ତ ୪.୫୦ ପ୍ରତିଶତ ଥିଲା। ଅନୁମାନ କରାଯାଉଥିଲା ୨୦୨୧-୨୨ରେ ଏହା ସୁଧୁରି ଏକ ସ୍ଥିର ସ୍ଥିତିକୁ ଆସିବ। କିନ୍ତୁ ଅର୍ଥନୀତି ଉପରକୁ ଉଠିବା ସମୟରେ କୋରୋନା ମାଡ଼ ଏଥିରେ ବ୍ରେକ୍ ଲଗାଇଛି। 

Also Read: Odisha Fights Corona : ରାସ୍ତାକୁ ଓହ୍ଲାଇବେ ବରିଷ୍ଠ ଅଧିକାରୀ, ଫୋକସରେ ପଶ୍ଚିମ ଓଡିଶା

ଅର୍ଥନୀତି ବିଶେଷଜ୍ଞଙ୍କ (Economists) ମତରେ ଗତବର୍ଷ ଭଳି ଅଭିବୃଦ୍ଧି ହାର ବୁଯୁକ୍ତ ୪.୫୦ ପ୍ରତିଶତ ନ ରହି ୨.୫୦ ପ୍ରତିଶତ ରହିପାରେ। ଅର୍ଥାତ ଅବିବୃଦ୍ଧି ହାର ତଳକୁ ଥିଲେ ବି ଉତ୍ସାହଜନକ ରହିବ। ତେବେ ଏଥିପାଇଁ କୃଷି (Agriculture) ଓ MSME ସେକ୍ଟରକୁ ଅଧିକ ଗୁରୁତ୍ୱ ଦେବା ସହ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବାକୁ ପଡ଼ିବ।

ଅର୍ଥନୀତିକୁ କୋଭିଡ୍ ଶିକୁଳିରୁ ମୁକୁଳାଇବା ଓ ବିକାଶ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ ସରକାର ବିତ୍ତୀୟ ନିଅଣ୍ଟ ୫ ପ୍ରତିଶତ ପର୍ଯ୍ୟନ୍ତ ବଢାଇବା ଯୋଜନା ରଖିଛନ୍ତି। ଋଣ ପରିମାଣ ବି ବୃଦ୍ଧି ପାଇଁ ବିଚାର କରା ଯାଉଛି। କନ୍ତୁ ନିଅଣ୍ଟ ଭରଣା ପାଇଁ ସରକାର ଋଣ ଅର୍ଥ ନିବେଶରେ ବିନିଯୋଗ ନ କଲେ ରାଜସ୍ୱ (Revenue) ବୃଦ୍ଧି ସମ୍ଭବ ନୁହେଁ। ସର୍ଭିସ ବା ସେବା କ୍ଷେତ୍ର ବନ୍ଦ ହେଲେ ଏହାର ସିଧା ପ୍ରଭାବ ରାଜସ୍ୱ ଆଦାୟ ଉପରେ ପଡ଼ିବ। 

Also Read: Corona Returns: ଦୋଦୁଲ୍ୟମାନ ସ୍ଥିତିରେ ଶିକ୍ଷା ଆଉ ଶିକ୍ଷାନୁଷ୍ଠାନ

କୋରୋନା ସଂକ୍ରମଣ (Coronavirus) ବଢିବା ପରେ ସରକାର କର୍ଫ୍ୟୁ (Curfew) ଲାଗୁ କରିବା ଆରମ୍ଭ କଲେଣି। କିନ୍ତୁ ଲୋକ ସଚେତନ ନ ହେଲେ ଏହା ଆଗକୁ ସ୍ବାସ୍ଥ୍ୟ ସହ ଅର୍ଥନୀତି ମଧ୍ୟ ବିପନ୍ନ ହେବ। ସେପଟେ RBI ରେପୋ ରେଟ୍ ଅପରିବର୍ତ୍ତିତ ରହିଛି। ରିଜର୍ଭ ବ୍ୟାଙ୍କ ମୁଦ୍ରା ନୀତି ସମୀକ୍ଷା ବୈଠକରେ ରେପୋ ରେଟ ଅପରିବର୍ତ୍ତିତ ରହିବା ନେଇ ଘୋଷଣା ହୋଇଛି। ଚଳିତ ଆର୍ଥିକ ବର୍ଷରେ ଦେଶର GDP ୧୦.୫ ପ୍ରତିଶତ ରହିବା ନେଇ ପୂର୍ବାନୁମାନ କରାଯାଇଛି। କୋରୋନା ଦ୍ୱାରା ଦେଶର ଆର୍ଥିକ ବିକାଶ ହାର ପ୍ରଭାବିତ ହୋଇଥିଲେ ବି ଏବେ ବିକାଶ ହାର ଦୃତ ଗତି ବୃଦ୍ଧି ପାଉଥିବା ରାଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ।